ICICI Life Insurance: ଆଇସିଆଇସିଆଇ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ନୂଆ ପେନ୍‌ସନ୍‌ ପ୍ଲାନ୍‌

1 hour ago 2
ARTICLE AD BOX

ଭୁବନେଶ୍ବର: ଆଇସିଆଇସିଆଇ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ଲିମିଟେଡ୍‌ ପକ୍ଷରୁ ଆଇସିଆଇସିଆଇ ଲାଇଫ୍‌ ଗ୍ୟାରେଣ୍ଟେଡ୍‌ ଇଣ୍ଡେକ୍ସଡ୍ ପେନସନ୍ ପ୍ଲାନ୍‌ ଆରମ୍ଭ କରାଯାଇଛି। ଏହା ଗ୍ରାହକଙ୍କୁ ନିଶ୍ଚିତ ଆୟ ଓ ନମନୀୟ ଆୟର ମିଶ୍ରଣ ପ୍ରଦାନ କରିବ। ଏହି ପ୍ଲାନ୍‌ରେ ୬୦-୧୦୦% ମଧ୍ୟରେ ଗ୍ୟାରେଣ୍ଟି ଆୟ ଚୟନ କରିବାର ସୁବିଧା ମିଳିବ ଓ ଅବଶିଷ୍ଟ ଅଂଶ ନିଫ୍ଟି ୫୦ ଟୋଟାଲ୍‌ ରିଟର୍ଣ୍ଣ ଇଣ୍ଡେକ୍ସ ସହିତ ସଂଯୋଜିତ ରହିବ। 

ଏ ସମ୍ପର୍କରେ କମ୍ପାନିର ମୁଖ୍ୟ ଉତ୍ପାଦ ଅଧିକାରୀ ବିକାଶ ଗୁପ୍ତା କହିଛନ୍ତି, ଲୋକଙ୍କ ଆୟୁ ବଢ଼ୁଥିବାରୁ ଦୀର୍ଘକାଳୀନ ଅବସର ଯୋଜନାର ଆବଶ୍ୟକତା ମଧ୍ୟ ବଢ଼ିଛି। ଆଇସିଆଇସିଆଇ ଲାଇଫ୍‌ ଗ୍ୟାରେଣ୍ଟେଡ୍‌ ଇଣ୍ଡେକ୍ସଡ ପେନ୍‌ସନ୍‌ ପ୍ଲାନ୍‌ ସହିତ ଗ୍ରାହକମାନେ ନିଶ୍ଚିତ ଆୟର ଏକ ସ୍ତର ଚୟନ କରିପାରିବେ ଏବଂ ବଜାର ପ୍ରଦର୍ଶନରୁ ଲାଭବାନ ହେବାର ସୁଯୋଗ ମଧ୍ୟ ପାଇପାରିବେ। ଏହା ସିଙ୍ଗଲ ଲାଇଫ୍‌ ଓ ଜଏଣ୍ଟ ଲାଇଫ୍‌ ବିକଳ୍ପ ମଧ୍ୟ ପ୍ରଦାନ କରୁଛି। ଗ୍ରାହକମାନେ ଆନୁଇଟିକୁ ନିଜ ସୁବିଧା ଅନୁସାରେ ମାସିକ, ତ୍ରୈମାସିକ, ଅର୍ଦ୍ଧବାର୍ଷିକ କିମ୍ବା ବାର୍ଷିକ ଆଧାରରେ ପାଇବା ବିକଳ୍ପ ଚୟନ କରିପାରିବେ। ଗ୍ରାହକମାନେ ନିଶ୍ଚିତ ପେନ୍‌ସନ୍ ରାଶିର ୯୯% ପର୍ଯ୍ୟନ୍ତ ଅର୍ଥକୁ ଏକକାଳୀନ ଆଗୁଆ ପାଇପାରିବେ। 

ICICI: ମହିଳାଙ୍କ ପାଇଁ ‘ଆଇସିଆଇସିଆଇ ପ୍ରୁ ଆଇପ୍ରୋଟେକ୍ଟ ସ୍ମାର୍ଟ ହର୍‌

Read Entire Article
LEFT SIDEBAR AD

Hidden in mobile, Best for skyscrapers.