ICC: ଆଇସିସି ନିୟମ ଉଲ୍ଲଂଘନ କରି ବ୍ରାର ଦଣ୍ଡିତ

12 hours ago 1
ARTICLE AD BOX

ବର୍ମିଂହାମ୍‌: ମଙ୍ଗଳବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଗୁରନୁର ବ୍ରାର ଆଇସିସି ନିୟମ ଉଲ୍ଲଂଘନ କରି ଦଣ୍ଡିତ ହୋଇଛନ୍ତି। ବ୍ରାର ଆଚରଣ ସଂହିତାର ଧାରା ୨.୯ (ଅନ୍ତର୍ଜାତୀୟ ମ୍ୟାଚ୍‌‌ ବେ‌ଳେ ବିପଦ ପୂର୍ଣ୍ଣ ଭାବେ ଖେଳାଳିଙ୍କ ନିକଟକୁ ବଲ୍‌ ଫିଙ୍ଗିବା) ଉଲ୍ଲଂଘନ କରିଥିଲେ। ‌୨୪ ମାସ ଭିତରେ ତାଙ୍କର ଏହା ପ୍ରଥମ ଦୋଷ ହୋଇଥିବାରୁ ବ୍ରାରଙ୍କୁ ଚେତାବନୀ ଦେବା ସହ ୨ଟି ଡିମେରିଟ୍‌ ପଏଣ୍ଟ ମିଳିଛି।

ଆହୁରି ପଢନ୍ତୁ:Tehran: ଆମେ ଟ୍ରମ୍ପଙ୍କୁ ମାରିବୁ

 ଏହି ଘଟଣା ଇଂଲଣ୍ଡ ପାଳି ଅଷ୍ଟମ ଓଭରରେ ହୋଇଥିଲା। କ୍ଷେତ୍ରରକ୍ଷଣ ବେଳେ ବ୍ରାର୍‌ ବଲ୍‌ ଧରି ବ୍ୟାଟର୍‌ଙ୍କ ନିକଟକୁ ଫିଙ୍ଗିଥିଲେ। ବ୍ରାର୍‌ ନିଜ ଦୋଷ ମାନିବା ସହ ମ୍ୟାଚ୍‌ ରେଫରି ରିଚି ରିଚାର୍ଡସନ୍‌ ଦ୍ବାରା ଦିଆଯାଇଥିବା ଦଣ୍ଡକୁ ସ୍ବୀକାର କରିଥିବାରୁ ପରବର୍ତ୍ତୀ ଶୁଣାଣିର ଆବଶ୍ୟକ ରହିନି। ବ୍ରାରଙ୍କ ବିରୋଧରେ ଏହି ଅଭିଯୋଗ ଫିଲ୍ଡ ଅମ୍ପାୟାର କୁମାର ଧର୍ମସେନା ଓ ମାଇକ୍‌ ବର୍ଣ୍ଣ‌ସ୍‌, ତୃତୀୟ ଅମ୍ପାୟାର ସାମ୍‌ ନୋଗାସ୍କି ଓ ଚତୁର୍ଥ ଅଧିକାରୀ ରସେଲ ୱାରେନ୍‌ ଆଣିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.