Horror movies: ହରର୍‌ ସିନେମାରେ ଅହାନ୍‌

2 hours ago 2
ARTICLE AD BOX

ନିଜ କ୍ୟାରିୟର୍‌ର ଏକ ନୂଆ ପର୍ଯ୍ୟାୟରେ

ପାଦ ଥାପିବାକୁ ଯାଉଛନ୍ତି ଅଭିନେତା ଅହାନ୍‌ ସେଟ୍ଟୀ। ଆକ୍‌ସନ୍‌ ଓ ରୋମାଣ୍ଟିକ ଚରିତ୍ର ପରେ ସେ ପ୍ରଥମଥର ପାଇଁ ହରର୍‌ କାହାଣୀରେ  ନଜର ଆସିବେ। ବିକ୍ରମ ଭଟ୍ଟଙ୍କ ଲୋକପ୍ରିୟ ‘୧୯୨୦’ ଫ୍ରାଞ୍ଚାଇଜ୍‌ର ଷଷ୍ଠ ସଂସ୍କରଣ ‘୧୯୨୦ କୋଲ୍‌ଡ୍‌ ୱିଣ୍ଟର୍‌’ ରେ ଅହାନ୍‌ଙ୍କୁ ମୁଖ୍ୟ ଭୂମିକାରେ ନିଆଯାଇଥିବା ସୂଚନା ମିଳିଛି। ସି‌େନମାଟି ଏବେ ସ୍କ୍ରିପ୍ଟ ପ୍ରସ୍ତୁତି ପର୍ଯ୍ୟାୟରେ ରହିଥିବା ବେଳେ ପ୍ରି-ପ୍ରଡକ୍ସନ୍‌ କାମ ଜୋରଦାର ଚାଲିଛି। ଅହାନ୍‌ଙ୍କ ନାମ ବାହାରକୁ ଆସିବା ପରେ ଦର୍ଶକଙ୍କ ମଧ୍ୟରେ ସିନେମାକୁ ନେଇ ଉତ୍ସାହ ଦେଖିବାକୁ ମିଳିିଛି।

‘ତଡ଼ପ୍‌’ ଚଳଚ୍ଚିତ୍ର ଜରିଆରେ ବଲିଉଡ୍‌ରେ ପଦାର୍ପଣ କରିଥିବା ଅହାନ୍‌ ବର୍ତ୍ତମାନ ଭିନ୍ନ ଭିନ୍ନ ଧରଣର କାହାଣୀ ଓ ଚରିତ୍ର ବାଛିବା ଉପରେ ଗୁରୁତ୍ୱ ଦେଉଛନ୍ତି। ‘ବର୍ଡର୍‌ ୨’ରେ ସଫଳତା ପାଇବା ପରେ ସେ   ଆଗାମୀ ଦିନରେ ‘ସଙ୍କି’ରେ ନଜର ଆସିବେ। ଏହାପରେ ପରେ ଦର୍ଶକ ତାଙ୍କୁ ‘୧୯୨୦: କୋଲ୍ଡ ୱିଣ୍ଟର୍‌’ ପରି ଏକ ଅଲୌକିକ ଓ ଭୟାନକ କାହାଣୀରେ ଦେଖିବାକୁ ପାଇବେ। ବିକ୍ରମ ଭଟ୍ଟଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଏହି ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଆନନ୍ଦ ପଣ୍ଡିତ। ନିର୍ମାତା ବର୍ତ୍ତମାନ ନାୟିକା ଚୟନରେ ବ୍ୟସ୍ତ ଅଛନ୍ତି। ନବାଗତାଙ୍କ ବଦଳରେ ଜଣେ ପରିଚିତ ଅଭିନେତ୍ରୀଙ୍କୁ ଏହି ଭୂମିକାରେ ନେବାକୁ ସେମାନେ ଯୋଜନା କରୁଛନ୍ତି। ଉଲ୍ଲେଖଯୋଗ୍ୟ, ବିକ୍ରମ ଭଟ୍ଟଙ୍କ ‘୧୯୨୦’ ଫ୍ରାଞ୍ଚାଇଜ୍‌ ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ହରର୍‌ ସିରିଜ୍‌ ଭାବେ ପରିଚିତ। ‘୧୯୨୦’, ‘୧୯୨୦: ଇଭିଲ୍‌ ରିଟର୍ନ୍ସ’, ‘୧୯୨୦: ଲଣ୍ଡନ୍‌’, ‘୧୯୨୧’ ଏବଂ ‘୧୯୨୦: ହରର୍ସ ଅଫ୍‌ ଦ ହାର୍ଟ’ ପରେ ‘୧୯୨୦: କୋଲ୍ଡ ୱିଣ୍ଟର୍‌’ ଏହି ଫ୍ରାଞ୍ଚାଇଜ୍‌ର ଷଷ୍ଠ ଚଳଚ୍ଚିତ୍ର ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.