Horoscope 2026 September 02: ଜାଣନ୍ତୁ ଆଜିର ରାଶିଫଳ...

1 hour ago 1
ARTICLE AD BOX

ମେଷ: ବ୍ୟବସାୟ ସଂପର୍କରେ ଭଲ ସୁଯୋଗ ପାଇବେ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। କଳା ଛାତ୍ର ଶିକ୍ଷକଙ୍କର ପୂରା ସହଯୋଗ ପାଇବେ। ପାରିବାରିକ ଜୀବନ ସୁଖକର ହେବ।‌

ବୃଷ: ଆପଣ ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ିବେ। ଆର୍ଥିକ ଲାଭର ଯୋଗ ଅଛି। ନିଜ ବ୍ୟବସାୟିକ ଯୋଜନା ପରିବର୍ତ୍ତନ କରିବେ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କୁ ଉପହାର ଦେବେ। ‌

ମିଥୁନ: ଆପଣଙ୍କୁ ଧନଲାଭ ହେବାର ଆଶା। ଜୀବନସାଥୀ ସହ ଆପଣଙ୍କ ସମ୍ବନ୍ଧ ମଜଭୁତ ହେବ। କାରବାର ସମ୍ବନ୍ଧୀୟ କାମରେ ଦୂରସ୍ଥାନକୁ ଯିବାର ଯୋଗ ଅଛି। ନିଜର ଜିନିଷକୁ ବିଶେଷ ଧ୍ୟାନ ରଖନ୍ତୁ। ‌

କର୍କଟ: ଜୀବନସାଥୀ ସହଯୋଗରେ ଆପଣଙ୍କର କିଛି କାମ ସଂପୂର୍ଣ୍ଣ ହୋଇଯିବ। ଶିକ୍ଷକଙ୍କ ଲାଗି ଭଲ ଦିନଟିଏ। କୌଣସି କାମରେ ସଫଳତା ମିଳିବା ଯୋଗୁଁ ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ହେବ। ‌

ସିଂହ: ପୂଜାପାଠରେ ସମୟ ବିତିବ। କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ରହିବେ। ବନ୍ଧୁ ସହିତ ବାହାରକୁ ବୁଲି ଯାଆନ୍ତୁ ଆପଣଙ୍କୁ ଖୁସି ମିଳିବ। ଇଲେକ୍ଟୋନିକ୍ସ ଇଂଜିନିୟରଙ୍କ ଲାଗି ଭଲ ଦିନଟିଏ। ‌

କନ୍ୟା: ବନ୍ଧୁଠାରୁ ଭଲ ପରାମର୍ଶ ମିଳିବା ଯୋଗୁଁ ଆପଣଙ୍କ କାମ ସରଳ ହୋଇଯିବ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ଫ୍ୟାସନଡିଜାଇନିଂ କରିବାର ସୁଯୋଗ ପାଇବେ। 

ଆହୁରି ପଢ଼ନ୍ତୁ- Cricket: ୧୦ ଛକା ଏବଂ ୯ ଚୌକା; ସେମିଫାଇନାଲରେ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ

ତୁଳା: ଅଫିସରେ ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ। ବେପାରରେ ଯୋଜନାବଦ୍ଧ ରୂପେ କାମ କରିବେ। କ୍ୟାରିୟରରେ ଆପଣ ବଡ଼ ସଫଳତା ପାଇବେ। ଦାମ୍ପତ୍ୟ ଜୀବନ ମଧୁର ହେବ। ‌

ବିଛା: ପାରିବାରିକ ଜୀବନ ଉତ୍ସବମୁଖର ହେବ। ଚାକିରିଆଙ୍କ ଲାଗି ଭଲ ଦିନଟିଏ। କାର୍ଯ୍ୟକ୍ଷେତ୍ରରେ ଆହ୍ବାନର ସାମନା କରିବାରେ ସକ୍ଷମ ରହିବେ। ସାମାଜିକ କ୍ଷେତ୍ରରେ ଲୋକମାନଙ୍କୁ ସାହାଯ୍ୟ କରିବେ। ‌

ଧନୁ: ଆର୍ଥିକ ମାମଲାରେ ସଂପର୍କୀୟଙ୍କ ଠାରୁ ସାହାଯ୍ୟ ପାଇବେ। ଛାତ୍ରଛାତ୍ରୀ ଗୁରୁଜନଙ୍କର ସାହାଯ୍ୟ ପାଇବେ। ଆଦାନପ୍ରଦାନ ମାମଲାରେ ସତର୍କତା ଅବଲମ୍ବନ କରନ୍ତୁ ବଡ଼ ଅଶାନ୍ତିକୁ ଅତିକ୍ରମ କରିଯିବେ।  

ମକର: ଦାମ୍ପତ୍ୟ ଜୀବନରେ ଆପୋସୀ ସମାଞ୍ଜସ୍ୟ ଭଲ ରହିବ। ବ୍ୟବସାୟୀ ଭଲ ଅବସର ପାଇବେ। ଘର ତିଆରି ଲାଗି ଯୋଜନା କରି ପାରନ୍ତି। ଛାତ୍ର ଶିକ୍ଷକଙ୍କର ପୂରା ସହଯୋଗ ପାଇବେ। 

କୁମ୍ଭ: କୌଣସି ରଚନାତ୍ମକ କାମ କରିବେ। ବେପାରରେ ଲାଭ ହେବାର ଆଶା। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ମୀନ: ବାପାମାଆଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଘରକୁ ବନ୍ଧୁ ଆସିବାର ସମ୍ଭାବନା। କୌଣସି ବିଶେଷ କାମ ଲାଗି ପରିବାର ଲୋକଙ୍କର ଆପଣଙ୍କ ଉପରେ ଆଶା ରହିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.