Horoscope 2026 October 15: ଜାଣନ୍ତୁ ଆଜିର ରାଶିଫଳ...

1 hour ago 2
ARTICLE AD BOX

‌ମେ‌ଷ: ଓକିଲଙ୍କ ଲାଗି ଦିନଟି ଭଲ ରହିବ। ପୁରୁଣା ମକଦ୍ଦମାରେ ଜୟଲାଭ କରିବେ। ବିଶେଷ ଲୋକଙ୍କ ସହିତ ନୂଆ ଗତିବିଧିରେ ଚର୍ଚ୍ଚା କରିବେ। ବିପରୀତ ପରିସ୍ଥିତିରେ ଧୈର୍ଯ୍ୟଧରି ଶାନ୍ତିରେ କାମ କରନ୍ତୁ। 

Aries

ବୃଷ: ବ୍ୟବସାୟିକ କାମ ନର୍ଦ୍ଧାରିତ ସମୟରେ ପୂରା ହୋଇଯିବ। ଅଫିସରେ ସହକର୍ମୀଙ୍କ କାର୍ଯ୍ୟକୁଶଳତା ଯୋଗୁଁ ଆପଣଙ୍କ ଲକ୍ଷ୍ୟ ସମୟରେ ପୂରା ହୋଇଯିବ। କୌଣସି ବିବାଦ ଠାରୁ ଦୂରରେ ରହନ୍ତୁ।   

Taurus

ମିଥୁନ: ପ୍ରତ୍ୟେକ ଅଶାନ୍ତିର ସମାଧାନ ଆଖିପଛୁଳାକେ ବାହାରିଯିବ। ଆପଣଙ୍କ କଥା ଅନ୍ୟମାନଙ୍କ ଉପରେ ପ୍ରଭାବ ପକାଇବ। ନିତିଦିନିଆ କାମରୁ ଦୂରେଇ କିଛି ନୂଆ ଶିଖିବେ। ଧାର୍ମିକ ଗତିବିଧିରେ ରୁଚି ରହିବ।  Gemini

କର୍କଟ: ବଡ଼ ନିର୍ଣ୍ଣୟ ନେବା ଲାଗି ଭଲ ଦିନଟିଏ। ଅଶାନ୍ତିର ସମାଧାନ ପାଇଁ ଚେଷ୍ଟା କରନ୍ତୁ ସଫଳ ହେବେ। ଜୀବନସାଥୀ ସହିତ ଘର କାମରେ ବ୍ୟସ୍ତ ରହିବେ। କୌଣସି ବ୍ୟବସାୟିକ ସଉଦା ପାଇଁ ସୁଯୋଗ ପାଇବେ। 

Cancer
ସିଂହ: ବ୍ୟବସାୟରେ ଅତିରିକ୍ତ ଆୟର ସାଧନ ସୃଷ୍ଟି ହେବ। ସରକାରୀ ଚାକିରିଆ କାର୍ଯ୍ୟଭାରରେ ସନ୍ତୁଷ୍ଟ ରହିବେ। ଭାଗୀଦାରି ବ୍ୟବସାୟର ଯୋଜନା ଲାଭପ୍ରଦ ହେବ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।

Leo

କନ୍ୟା: ଧ୍ୟାନ ରଖନ୍ତୁ ପ୍ରୟ‌ାସରତ କାର୍ଯ୍ୟରେ ଯଦିଓ ସମସ୍ୟା ଆସୁଛି ତେବେ ଆପଣଙ୍କର ଏକାଗ୍ରତାର କମି ପାଇଁ। ଲୋକ ଆପଣଙ୍କ ବ୍ୟବହାରରେ ଖୁସି ରହିବେ। ଆପଣଙ୍କୁ ଆଶାଠୁ ଅଧିକ ଧନଲାଭ ହେବ।   

Virgo

ଆହୁରି ପଢ଼ନ୍ତୁ- Rajnath Singh: ପ୍ରତିରକ୍ଷା ଓ ସାମୁଦ୍ରିକ ସୁରକ୍ଷା ମଜବୁତ କରିବାକୁ ରାଜନାଥ ସିଂହଙ୍କ ଆହ୍ୱାନ

ତୁଳା: ଘରଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବେ। କୌଣସି ସମସ୍ୟାର ସମାଧାନ ପାଇଁ ଆପଣଙ୍କର ସହଯୋଗ ସକାରାତ୍ମକ ରହିବ। ଜମି ସମ୍ବନ୍ଧୀୟ କାମ ସମାଧାନ ହେବ। ବୃଥା ଭ୍ରମଣରୁ ନିବୃତ୍ତ ରହନ୍ତୁ।    

Libra
ବିଛା: ଉଚିତ ନିର୍ଣ୍ଣୟ ନିଅନ୍ତୁ ସମସ୍ୟାର ସମାଧାନ ହୋଇଯିବ। ଅଫିସରେ ଆପଣଙ୍କ ପ୍ରଭୁତ୍ବ ବଜାୟ ରହିବ। ନବବିବାହିତ ଦମ୍ପତ୍ତି ତର୍କବିତର୍କ ଠାରୁ ଦୂରରେ ରହନ୍ତୁ। ପ୍ରତିଯୋଗିତା ପରୀକ୍ଷାରେ ଭଲ ପରିଣାମ ପାଇବେ।  

Scorpio

ଧନୁ: ଅଜଣା ବ୍ୟକ୍ତିଙ୍କ ସହଯୋଗରେ ଆପଣଙ୍କ ମନ ପ୍ରସନ୍ନ ରହିବ। ତରବରିଆରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କଳାଜଗତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। ଦାମ୍ପତ୍ୟ ସମ୍ବନ୍ଧରେ ମିଷ୍ଟତା ବଢ଼ିବ। 

Sagittarius

ମକର: ରୋଜଗାରର ନୂଆ ଅବସର ପାଇବେ। ଅଫିସ କାମରେ ଦୂରସ୍ଥାନକୁ ଯିବେ। ଉନ୍ନତି ଆପଣଙ୍କ ପାଦସ୍ପର୍ଶ କରିବ। ନେଣଦେଣ ସ୍ଥଗିତ ରଖନ୍ତୁ ସମସ୍ୟାରୁ ରକ୍ଷା ପାଇଯିବେ। ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ।     

Capricorn
କୁମ୍ଭ: ପ୍ରଭାବଶାଳୀ ଓ ସମ୍ମାନିତ ବ୍ୟକ୍ତିଙ୍କ ସଂପର୍କରେ ଆସିବା ଯୋଗୁଁ କିଛି ନୂଆ ଶିଖିବେ। ଉନ୍ନତିର ନୂଆ ରାସ୍ତା ଖୋଲିବ। ଘର ଲୋକଙ୍କ ସହିତ ଧାର୍ମିକ ଆୟୋଜନ କରିବେ। କାହାରି ସହିତ କୁତର୍କ କରନ୍ତୁ ନାହିଁ।  

Aquarius

ମୀନ: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ନିଜ ଲୋକଙ୍କ ଠାରୁ ଭଲ ଖବର ପାଇବେ। ଅର୍ଡର୍‌ ସପ୍ଲାଇ ଭଲ ଗ୍ରାହକ ପାଇବେ। ପାରିବାରିକ ଜୀବନରେ ସୁଖଶାନ୍ତି ବଜାୟ ରହିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।     

Aquarius

Read Entire Article
LEFT SIDEBAR AD

Hidden in mobile, Best for skyscrapers.