Horoscope 2026 July 14: ଜାଣନ୍ତୁ ଆଜିର ରାଶିଫଳ

6 hours ago 2
ARTICLE AD BOX

‌ମେଷ: ବ୍ୟବସାୟରେ ଧନଲାଭର ଅବସର ପାଇବେ। ଅଫିସରେ କୌଣସି ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିଁବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପ୍ରେମ ଜୀବନ ଭଲ ରହିବ। ‌

ବୃଷ: ଆପଣଙ୍କ ଭଲ ବ୍ୟବହାରରେ ଆଖପାଖର ଲୋକ ଖୁସି ରହିବେ। ନୂଆ ଜମି କିଣିବା ଲାଗି ଦିନଟି ଶୁଭ। କୌଣସି ବିଶେଷ ମାମଲାକୁ ନେଇ ଆପଣଙ୍କ ଚିନ୍ତା ବଦଳି ପାରେ। ଛାତ୍ର ପରୀକ୍ଷାରେ ଭଲ କରିବେ। 

ମିଥୁନ: ଆପଣଙ୍କର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ଦରକାର। ଇଂଜିନିୟରଙ୍କ ଲାଗି ଦିନଟି ଲାଭପ୍ରଦ। ପିୟଜନଙ୍କ ଠାରୁ ମନ ପସନ୍ଦର ଉପହାର ପାଇବେ। ଶିକ୍ଷାର୍ଥୀଙ୍କୁ ଶିକ୍ଷକଙ୍କ ତରଫରୁ ମାର୍ଗ ଦର୍ଶନ ମିଳିବ। ‌

କର୍କଟ: ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ସନ୍ଧ୍ୟାରେ କୌଣସି ବନ୍ଧୁ ସହିତ ବସି ଦୀର୍ଘ ସମୟ କଥା ହେବେ। ପୂର୍ବ ବିଚାର ଛାଡ଼ି ନୂଆ ବିଚାର ଗ୍ରହଣ କରିବେ। ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ହେବ। 

ସିଂହ: ଶାନ୍ତ ମନରେ କାମ କଲେ ଯଥେଷ୍ଟ ଲାଭ ପାଇବେ। ଡ଼ାକ୍ତରଙ୍କର ସମାଜରେ ପ୍ରସିଦ୍ଧି ବଢ଼ିବ। ପ୍ରିୟବନ୍ଧୁ ସହ ମିଶିବାରେ ମଉକା ପାଇବେ। ଋଣ ପରିଶୋଧ କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। 

କନ୍ୟା: ଜୀବନରେ କିଛି ପରିବର୍ତ୍ତନ ଲାଗି ଚିନ୍ତନ ମନ୍ଥନ କରିବେ। ଆପଣଙ୍କ କଂପାନିକୁ କୌଣସି ବଡ଼ କଂପାନି ସହ ଡ଼ିଲ୍ କରିବାର ପ୍ରସ୍ତାବ ମଳିବ। ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ। 

ତୁଳା: କୌଣସି ବିଚାରରେ ମଗ୍ନ ରହିବେ। ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। କିଣାବିକାରେ ଆପଣଙ୍କୁ ଯଥେଷ୍ଟ ଲାଭ ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ସମ୍ମାନଜନକ ପଦ ମିଳିବ। 

ବିଛା: ଅର୍ଥ ମାମଲାରେ ଜୀବନସାଥୀଙ୍କୁ ଆବଶ୍ୟକ ପଡ଼ିପାରେ। ଚାକିରିରେ ବଦଳିର ସୂଚନା ପାଇବେ। ଖାଦ୍ୟପାନୀୟ ପ୍ରତି ସଚେତ ରୁହନ୍ତୁ। କାର୍ ଚାଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ଧନୁ: ଆପଣଙ୍କ ବ୍ୟକ୍ତିତ୍ବ କୁସୁମ ଭଳି ଚାରିଆଡ଼େ ପ୍ରସାରିତ ହେବ। ଆମଦାନି ବଢ଼ାଇବା ପାଇଁ କୌଣସି ଯୋଜନା ଆପଣଙ୍କ ମସ୍ତିଷ୍କରେ ଆସିବ। ଛାତ୍ର କୌଣସି କାମ ପୂରା କରିବା ପାଇଁ ଅଭିଭାବକଙ୍କ ସାହାଯ୍ୟ ନେବେ। 

ମକର: ବାଲ୍ୟ ବନ୍ଧୁ ସହ ସାକ୍ଷାତ ହେବ। କ୍ୟାରିୟରରେ କୌଣସି ବଡ଼ ସଫଳତା ପାଇବେ। ବ୍ୟବସାୟରେ ଉନ୍ନତି ହେବ। ଜୀବନସାଥୀ ସହିତ ଭଲରେ ସମୟ ଅତିବାହିତ କରିବେ। 

କୁମ୍ଭ: ଅଧୁରା ଥିବା କାମ ପୂରା କରିବାରେ ବ୍ୟସ୍ତ ରହିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଶୁଭ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ। ବିଦ୍ୟାର୍ଥୀଙ୍କର ମନଲେଖାପଢ଼ାରେ ଲାଗିବ। ‌ 

ମୀନ: ଭାଇ ଭଉଣୀ କୌଣସି କାମରେ ଆପଣଙ୍କୁ ସାହାଯ୍ୟ କରିବେ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ଚାକିରିଜୀବୀଙ୍କ ଲାଗି ଦିନଟି ସାମାନ୍ୟ ରହିବ। କୌଣସି ପାଖ ଲୋକଙ୍କ ଠାରୁ ଖୁସି ଖବର ପାଇବେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.