Horoscope 2026 August 24: ଜାଣନ୍ତୁ ଆଜିର ରାଶିଫଳ

1 hour ago 2
ARTICLE AD BOX

ମେଷ: ସରକାରୀ ଚାକିରିଆଙ୍କର ପଦୋନ୍ନତି ହୋଇପାରେ। ଜମି କିଣିବା ଲାଗି ମନସ୍ଥ କରିବେ। ପାରିବାରିକ ଦାୟିତ୍ବ ଭଲଭାବେ ତୁଲାଇବେ। ଡ଼କ୍ତରୀ ଛାତ୍ରଛାତ୍ରୀ କୌଣସି ପ୍ରୋଜେକ୍ଟରେ କାମ କରିବେ। 

ବୃଷ: କାର୍ଯ୍ୟକ୍ଷେତ୍ରରେ ଅନୁକୂଳ ମାହୋଲ ରହିବ। ଉଚ୍ଚଶିକ୍ଷା ପାଇଁ ବାହାରକୁ ଯିବାର ପ୍ରତୀକ୍ଷାରେ ଥିବା ଛାତ୍ରଛାତ୍ରୀ ଉଚିତ ଅବସର ପାଇବେ। ଆପଣ ଦଳରେ ଭଲ ନେତା ରୂପେ କାମ କରିବେ। ‌

ମିଥୁନ: ନୂଆ ଲୋକଙ୍କ ସହିତ ସଂପର୍କ ଯୋଡ଼ିବେ। ଅଫିସରେ ଅତିରିକ୍ତ ଦାୟିତ୍ବ ବହନ କରିବା ଯୋଗୁଁ ଅସଜ ଅନୁଭବ କରିବେ। ବେପାରରେ ଲାଭ ପାଇବେ। ଜୀବନସାଥୀ ସହିତ ବାହାରକୁ ବୁଲି ଯାଇପାରନ୍ତି। ‌

କର୍କଟ: ଆୟ ସାଧନରେ ବୃଦ୍ଧି ହେବ। ଭାଇ ଭଉଣୀଙ୍କ ସହିତ ଦର୍ଶନୀୟ ସ୍ଥାନକୁ ଯାଇପାରନ୍ତି। କାରବାରରେ ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଭାବିଥିବା ଯୋଜନାରେ ସଫଳତା ମିଳିବାର ସମ୍ଭାବନା। ‌

ସିଂହ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ଆପଣଙ୍କର ଆକର୍ଷଣ ଦାର୍ଶନିକ ବ୍ୟକ୍ତିମାନଙ୍କ ଆଡ଼କୁ ରହିବ। ସାମାଜିକ ସ୍ତରରେ ମାନ ସମ୍ମାନ ବଢ଼ିବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। 

କନ୍ୟା: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ବ୍ୟକ୍ତିତ୍ବର ଲୋକ ପ୍ରଭାବିତ ହେବେ। ସରକାରୀ ଚାକିରିଆ କୌଣସି କାମ ପାଇଁ ସମ୍ମାନିତ ହୋଇପାରନ୍ତି। ସିନେମା କ୍ଷେତ୍ରରେ ଥିବା ଲୋକଙ୍କ ପ୍ରସିଦ୍ଧି ବଢ଼ିବ। 

ତୁଳା: ଚାକିରି ବଦଳାଇବା ପାଇଁ ପ୍ରସ୍ତାବ ମିଳିପାରେ। ବିଦେଶ ଯିବାର ଯୋଗ ଅଛି। ବୈବାହିକ ଜୀବନ ସୁଖମୟ ରହିବ। ବ୍ୟବସାୟ ଚିନ୍ତାରେ ଲାଭର ନୂଆ ଉତ୍ସ ଖୋଲିବ। ସ୍ବାସ୍ଥ୍ୟରେ ଧ୍ୟାନ ରଖିବେ। 

ବିଛା: ସରକାରୀ କାମରେ ଲାଭ ମିଳିବାର ସମ୍ଭାବନା। ପରିବାରରେ କୌଣସି ବ୍ୟକ୍ତିଙ୍କୁ ସଫଳତା ମିଳିବ। ସନ୍ତାନ ସହିତ ବାହାରକୁ ବୁଲି ଯିବେ। ଛାତ୍ରଛାତ୍ରୀ ପଢ଼ିବାକୁ ନେଇ ଉତ୍ସାହିତ ରହିବେ। 

ଧନୁ: ବେପାରରେ ଲାଭ ଯୋଗ ଅଛି। ଚାକିରିଜୀବୀ ନୂଆ ଅବସର ପାଇବେ। ସମାଜରେ ମାନ ସମ୍ମାନ ବୃଦ୍ଧି ହେବ। ପାରିବାରିକ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବେ। 

ମକର: କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇବେ। ବେପାର ବୃଦ୍ଧି ହେବାର ସମ୍ଭାବନା। ପାରିବରିକ ଜୀବନ ସମୃଦ୍ଧ ହେବ। ଚାକିରିରେ ମନ ପସନ୍ଦ ଜାଗାକୁ ବଦଳି ହୋଇପାରେ। 

କୁମ୍ଭ: ଦିନଟି ବହୁତ ସକାରାତ୍ମକ ଉପାୟରେ ଅତିବାହିତ କରିବେ। କୌଣସି କ୍ଷେତ୍ରରୁ ନିବେଶରେ ଯଥେଷ୍ଟ ଲାଭ ପାଇବେ। ଧାର୍ମିକ ସ୍ଥାନକୁ ଯାତ୍ରା କରିବେ। ରାଜନୀତିରେ ସଫଳତା ପାଇବେ। 

ମୀନ: ନୂଆ ଚାକିରି ମିଳିବାର ସମ୍ଭାବନା। ବୈବାହିକ ଜୀବନରେ ଖୁସି ଆସିବ। ରଚନାତ୍ମକ କାର୍ଯ୍ୟରେ ଯୋଡ଼ିବାର ଇଚ୍ଛା ହେବ। ବିରୋଧୀ ପକ୍ଷ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.