Horoscope 2026 August 21: ଜାଣନ୍ତୁ ଆଜିର ରାଶିଫଳ...

50 minutes ago 2
ARTICLE AD BOX

‌ମେଷ: ପୈତୃକ ସଂପତ୍ତି ଆପଣଙ୍କୁ ହାସଲ ହେବ। ମହିଳାମାନେ କୌଣସି ଧାର୍ମିକ ସତ୍‌ସଙ୍ଗକୁ ଯିବେ। ଚାକିରିରେ ଚାହୁଥିବା ସଫଳତା ପାଇବେ। ଶିକ୍ଷାର୍ଥୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ। 

ବୃଷ: ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଆପଣଙ୍କର ସାକ୍ଷାତ କୌଣସି ପୁରୁଣା ବନ୍ଧୁ ସହିତ ହେବ। ନୂଆ ଘର କିଣିବାର ବିଚାର ବଡ଼ମାନଙ୍କ ସହିତ ବସି କରିନେବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। 

ମିଥୁନ: ଅଫିସରେ ନିଜର କାମ ଉପରେ ଧ୍ୟାନ ଦିଅନ୍ତୁ। କ୍ରିକେଟ୍‌ ଖେଳାଳିଙ୍କ ଲାଗି ଦିନଟି ଭଲ ରହିବ। ଶୀତବସ୍ତ୍ର ବ୍ୟବସାୟୀଙ୍କର ବିକ୍ରି ବଢ଼ିବ ଓ ଭଲ ଲାଭ ହେବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ। 

କର୍କଟ: ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। ଅଫିସ କାମରେ ଆପଣଙ୍କ ମନ ଲାଗିବ। ବ୍ୟବସାୟୀଙ୍କୁ ଲାଭ ମିଳିବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ। 

ସିଂହ: ବିଲଡର୍ସଙ୍କ ଲାଗି ଦିନଟି ଭଲ ରହିବ। ଜୀବନସାଥୀଠାରୁ ଭଲ ଉପହାର ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ପଦ ପ୍ରତିଷ୍ଠା ମିଳିବ। ଜମି କିଣିବା ଯୋଗ ରହିଛି। ଘରକୁ କୁଣିଆ ଆସିବେ। 

କନ୍ୟା: ଆପଣ ନିଜର ବ୍ୟବହାରକୁ ଭଲ କରନ୍ତୁ। ବ୍ୟବସାୟରେ ଲାଭ ପାଇଁ ସବୁ କାମ ମନପ୍ରାଣ ଢ଼ାଳି କାମ କରିବେ। ମୋଟର ଯାନ କିଣିବା ଲାଗି ଆଗ୍ରହ ବଢ଼ିବ। ପାରିବାରିକ ଜୀବନ ସୁଖମୟ ହେବ। 

ଆହୁରି ପଢ଼ନ୍ତୁ- Vande Mataram: ‘ବନ୍ଦେ ମାତରମ୍’ ବିବାଦ: କଂଗ୍ରେସର ନିଷ୍ପତ୍ତିକୁ ନେଇ ସୋନିଆ-ରାହୁଲଙ୍କୁ ଘେରିଲେ ଗୃହମନ୍ତ୍ରୀ ଅମିତ ଶାହ

ତୁଳା: ସମାଜରେ ଆପଣଙ୍କ କାମକୁ ନେଇ ସମ୍ମାନିତ ହେବେ। ଜଳସେଚନ ଅଧିକାରୀ ନିଜର କାମକୁ ସଂପୂର୍ଣ୍ଣ କରିବେ। ବେପାରୀବର୍ଗଙ୍କୁ ଧନଲାଭ ହେବ। ପ୍ରିୟଜନଠାରୁ ଉପହାର ପାଇବେ। 

ବିଛା: ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ମଧୁମେହ ରୋଗୀଙ୍କୁ ଆରାମ ମିଳିବ। ପରିବାର ଲୋକଙ୍କ ସାହାଯ୍ୟ ପାଇବ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ। ସମ୍ବନ୍ଧରେ ମିଷ୍ଟତା ବଢ଼ିବ। 

ଧନୁ: ଘରେ ବୟସାଧିକ ବ୍ୟକ୍ତିଙ୍କ ସହ ସ୍ବଭାବରେ ନରମ ବନାଇ ରଖନ୍ତୁ। ନୂଆ କାର୍ଯ୍ୟ କରିବା ଲାଗି ଉତ୍ସୁକ ରହିବେ। ବେପାରରେ ଉତ୍ତମ ଲାଭ ଯୋଗ ରହିଛି। ପ୍ରେମୀଯୁଗଳ ସାଙ୍ଗ ହୋଇ ଦର୍ଶନୀୟ ସ୍ଥାନକୁ ବୁଲି ଯିବେ। 

ମକର: ଘରୋଇ ଉଦ୍ୟୋଗ କ୍ଷେତ୍ରରେ କାମ କରୁଥିବା ଲୋକଙ୍କର ଦରମା ବୃଦ୍ଧି ହେବ। ଘରେ କୌଣସି ଉତ୍ସବ ହେବ। ବେପାରରେ ଯଥେଷ୍ଟ ଲାଭ ପାଇବେ। ମହିଳାମାନଙ୍କ ଲାଗି ଦିନଟି ଆନନ୍ଦମୟ ରହିବ। 

କୁମ୍ଭ: କଠିନ ପରିସ୍ଥିତିରେ କେହିନା କେହି ଆପଣଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇ ଦେବେ। ମନ୍ଦିରରେ ଦାନ ଦିଅନ୍ତୁ ସମାଜରେ ପ୍ରସିଦ୍ଧି ବଢ଼ିବ। ଛାତ୍ରଛାତ୍ରୀ କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତ କରିବେ। ‌ 

ମୀନ: ଇଂଜିନିୟର୍ସ କୌଣସି ଲକ୍ଷ୍ୟ ପୂରା କରିବେ। କୃଷିଜୀବୀଙ୍କ ଲାଗି ଦିନଟି ଭଲ ରହିବ। ବନ୍ଧୁଠାରୁ କିଛି ଭଲ ପରାମର୍ଶ ପାଇବେ। ପାରିବାରିକ ଜୀବନରେ ଭଲ ପରିଣାମ ଦେଖିବେ। ପ୍ରିୟଜନଙ୍କ ସହ ସମ୍ବନ୍ଧ ମଧୁର ହେବ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.