Home loan: ୨୦ ବର୍ଷର ହୋମ୍ ଲୋନ୍ ଏମିତି ୧୨ ବର୍ଷରେ ଶେଷ ହୋଇଯିବ

54 minutes ago 2
ARTICLE AD BOX

ନୂଆଦିଲ୍ଲୀ: ନିଜର ଘରଟିଏ କିଣିବା ସମସ୍ତଙ୍କର ସ୍ୱପ୍ନ ହୋଇଥାଏ। କିନ୍ତୁ ଏହା ସହିତ ଆସୁଥିବା ୨୦ ରୁ ୩୦ ବର୍ଷର ହୋମ୍ ଲୋନ୍ ଇଏମଆଇ ଏକ ବଡ଼ ଆର୍ଥିକ ବୋଝ ପାଲଟିଯାଏ। ହୋମ୍ ଲୋନ୍‌ରେ ମୂଳଧନ (Principal) ଅପେକ୍ଷା ସୁଧ ଆକାରରେ ଅଧିକ ଟଙ୍କା ଚାଲିଯାଏ। ତେବେ କିଛି ଆର୍ଥିକ ନିୟମ ଓ ସଠିକ୍ ପ୍ଲାନିଂ ଆପଣାଇଲେ ଆପଣ ଲୋନ୍ ଅବଧିକୁ ଅଧା କରିବା ସହ ଲକ୍ଷାଧିକ ଟଙ୍କାର ସୁଧ ବଞ୍ଚାଇପାରିବେ।

ବର୍ଷକୁ ୧ଟି ଅତିରିକ୍ତ EMI ପ୍ରଦାନ କରନ୍ତୁ:
ଯଦି ଆପଣ ପ୍ରତିବର୍ଷ ବାର୍ଷିକ ଗୋଟିଏ ଅତିରିକ୍ତ EMI ପ୍ରି-ପେମେଣ୍ଟ (Pre-payment) ଭାବରେ ଜମା କରନ୍ତି, ତେବେ ଏହା ଆପଣଙ୍କର ମୂଳଧନକୁ ଦ୍ରୁତ ଗତିରେ କମାଇଥାଏ, ଯାହାଦ୍ୱାରା ଆଗାମୀ ସୁଧ ବହୁତ କମିଯାଏ।

ପ୍ରତିବର୍ଷ EMI ୫% ରୁ ୧୦% ବୃଦ୍ଧି କରନ୍ତୁ:
ଦରମା କିମ୍ବା ବ୍ୟବସାୟରୁ ଆୟ ବଢ଼ିବା ସହିତ ନିଜର EMI ପରିମାଣକୁ ପ୍ରତିବର୍ଷ ୫% ରୁ ୧୦% ବଢ଼ାଇ ଦିଅନ୍ତୁ। ଏହି ଛୋଟ ପଦକ୍ଷେପ ୨୦ ବର୍ଷର ଲୋନ୍‌କୁ ୧୨ ରୁ ୧୩ ବର୍ଷ ମଧ୍ୟରେ ଶେଷ କରିଦେବ।

Denied a Loan: ଲୋନ୍ ନେବାରୁ ବଞ୍ଚିତ ହେଉଛନ୍ତି କି: କେଉଁ ଉପାୟ କରିବେ ଅବଲମ୍ବନ

ବୋନସ୍ ଓ ଅତିରିକ୍ତ ଆୟର ବ୍ୟବହାର କରନ୍ତୁ:
କମ୍ପାନୀରୁ ମିଳୁଥିବା ବାର୍ଷିକ ବୋନସ୍, ଟ୍ୟାକ୍ସ ରିଫଣ୍ଡ କିମ୍ବା ଅନ୍ୟାନ୍ୟ ନିବେଶରୁ ମିଳୁଥିବା ଲାଭକୁ ଅନାବଶ୍ୟକ ଖର୍ଚ୍ଚ ନକରି ଲୋନ୍ ପ୍ରି-ପେମେଣ୍ଟରେ ଲଗାନ୍ତୁ।

ହୋମ୍ ଲୋନ୍ ବାଲାନ୍ସ ଟ୍ରାନ୍ସଫର (HLBT) ର ବିକଳ୍ପ
ଯଦି ଅନ୍ୟ ବ୍ୟାଙ୍କଗୁଡ଼ିକ କମ୍ ସୁଧ ହାରରେ ଲୋନ୍ ଅଫର କରୁଛନ୍ତି, ତେବେ ଲୋନ୍ ଟ୍ରାନ୍ସଫର କରିବା ବିଷୟରେ ଚିନ୍ତା କରନ୍ତୁ। ସୁଧ ହାରରେ ମାତ୍ର ୦.୫୦% ର ହ୍ରାସ ମଧ୍ୟ ଲକ୍ଷାଧିକ ଟଙ୍କା ବଞ୍ଚାଇପାରେ।

ଫ୍ଲୋଟିଂ ରେଟ୍ ଲୋନ୍‌ର ଫାଇଦା ଉଠାନ୍ତୁ:
RBI ନିୟମ ଅନୁଯାୟୀ, ଫ୍ଲୋଟିଂ ସୁଧ ହାର (Floating Interest Rate) ଥିବା ହୋମ୍ ଲୋନ୍ ଉପରେ କୌଣସି ପ୍ରି-ପେମେଣ୍ଟ ପେନାଲ୍ଟି ଲାଗେନାହିଁ। ତେଣୁ ସଞ୍ଚୟ ହେବା ମାତ୍ରକେ ବିନା ଭୟରେ ଲୋନ୍ ଆକାଉଣ୍ଟରେ ଟଙ୍କା ଜମା କରିପାରିବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.