ARTICLE AD BOX
ଭୋପାଳ: ଏସିଆନ ଚାମ୍ପିଅନ୍ସ ଟ୍ରଫି ମହିଳା ହକିରେ ଭାରତ ଇତିହାସ ରଚିଛି। ରୋମାଞ୍ଚକ ଫାଇନାଲ୍ରେ ୩-୧ ଗୋଲ୍ରେ ଚୀନକୁ ହରାଇ ଲଗାତାର ତୃତୀୟ ଥର ପାଇଁ ଏହି ପ୍ରତିଯୋଗିତା ଜିତି ଟାଇଟଲ ଅର୍ଜନରେ ହ୍ୟାଟ୍ରିକ୍ କରିଛି। ମୋଟ ଉପରେ ଭାରତୀୟ ମହିଳା ହକି ଦଳ ଚତୁର୍ଥ ଥର ପାଇଁ ଏସିଆନ ଚାମ୍ପିଅନ୍ସ ଟ୍ରଫି ହକି ଜିତିଛି। ଭାରତୀୟ ଦଳ ପ୍ରଥମ ଥର ୨୦୧୬ (ସିଙ୍ଗାପୁର)ରେ ଏହି ପ୍ରତିଯୋଗିତା ଜିତିଥିଲା। ୭ବର୍ଷ ପରେ ୨୦୨୩ (ରାଞ୍ଚି)ରେ ଦ୍ବିତୀୟ ବାର ବିଜେତା ହେବା ପରେ ୨୦୨୪ (ରାଜଗିର) ରେ ଟ୍ରଫି ବଜାୟ ରଖିଥିଲା। ଚଳିତବର୍ଷ ବିଜେତା ହୋଇ ଭାରତୀୟ ଦଳ କେବଳ ନିଆରା ହ୍ୟାଟ୍ରିକ୍ କରିନି ବରଂ ଏସିଆନ ଚାମ୍ପିଅନ୍ସ ଟ୍ରଫି ହକିରେ ସର୍ବାଧିକ ଥର ବିଜେତା ହେବାର ଗୌରବକୁ ନିଜ ପାଖରେ ରଖିଛି। ଶନିବାର ଭାରତ ପକ୍ଷରୁ ଦୀପିକା (୩୮ ଓ ୪୩ ମିନିଟ୍) ପେନାଲ୍ଟି କର୍ଣ୍ଣରରୁ ଦୁଇଟି ଗୋଲ୍ ଦେଇଥିବା ବେଳେ ଇଶିକା (୪୨ ମିନିଟ୍) ଏକ ଫିଲ୍ଡ ଗୋଲ୍ କରିଥିଲେ।
Demand: ବାଇପାସ୍ ରାସ୍ତା ନିର୍ମାଣ ଦାବିରେ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି
ଚୀନ୍ ପକ୍ଷରୁ ୟୁଜୁନ୍ ଚେନ୍ ୨୫ତମ ମିନିଟ୍ରେ ଏକମାତ୍ର ଗୋଲ୍ ଦେଇଥିଲେ। ଚୀନ ପ୍ରଥମାର୍ଦ୍ଧରେ ଏକପ୍ରକାର ଆଧିପତ୍ୟ ବିସ୍ତାର କରିଥିଲା। ତେବେ ମଧ୍ୟାନ୍ତର ପରେ ଭାରତ ତା’ର ରଣନୀତି ବଦଳାଇ ତିନିଟି ଗୋଲ୍ ଅର୍ଜନ କରିବା ସହ ବିଜୟର ମିଠା ସ୍ବାଦ ଚାଖିଥିଲା। ଲିଗ୍ ପର୍ଯ୍ୟାୟରେ ମଧ୍ୟ ଭାରତ ୬-୨ ଗୋଲ୍ରେ ଚୀନକୁ ପରାସ୍ତ କରିଥିଲା। ମୋଟ ୧୨ଟି ଗୋଲ୍ ଦେଇ ଦୀପିକା ପ୍ରତିଯୋଗିତାର ସର୍ବୋଚ୍ଚ ଗୋଲ୍ ସ୍କୋରର୍ ହୋଇଥିଲେ। ଦୁଇଟି ଗୋଲ୍ ଦେଇ ସେ ମଧ୍ୟ ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ବିଜୟୀ ଦଳରେ ସାମିଲ ଥିବା ଦୁଇ ଓଡ଼ିଆ ଝିଅ ସୁନେଲିତା ଟୋପ୍ପୋ ଓ ପୂଜା ସାହୁ ମଧ୍ୟ ଏହି ଟ୍ରଫି ବିଜୟର ଅଂଶବିଶେଷ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକିର ବିଜେତା ହେବା ସହ ଚଳିତ ସଂସ୍କରଣରେ ସଲିମା ଟେଟେଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ନିଜ ଇତିହାସର ସର୍ବୋଚ୍ଚ ବିଶ୍ବମାନ୍ୟତା ‘ଚତୁର୍ଥ’ ସ୍ଥାନକୁ ଉନ୍ନୀତ ହୋଇ ଆଉ ଏକ ମାଇଲ୍ଖୁଣ୍ଟ ବି ଛୁଇଛି।
Landslides: ଭୂସ୍ଖଳନ ଛଡାଇ ନେଲା ଗିଡିପାବାଲିର ସବୁକିଛି; ଧାନ ଫସଲ ବୟାନ କରୁଛି କରୁଣ ଚିତ୍ର

2 hours ago
2


