ARTICLE AD BOX
ନୂଆଦିଲ୍ଲୀ: ଭାରତୀୟ ହକିରେ ଉଠିଥିବା ଯୌନ ଉତ୍ପୀଡ଼ନ ଅଭିଯୋଗର ନିରପେକ୍ଷ ତଦନ୍ତ ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)କୁ ନିର୍ଦ୍ଦେଶ ଦେଇଛି। ସେହିଭଳି ଏହି ମାମଲାକୁ ଅତ୍ୟନ୍ତ ଗୁରୁତ୍ବ ଦେଇ ତଦନ୍ତ ଲାଗି ଯଥାଶୀଘ୍ର ଏକ ନିରପେକ୍ଷ ତଦନ୍ତ କମିଟି ଗଠନ କରିବାକୁ ଆଇଓଏକୁ କଡ଼ା ନିର୍ଦ୍ଦେଶ ଦେଇଛି। ଏହି ବିବାଦୀୟ ମାମଲାରେ ହକି ଇଣ୍ଡିଆଠାରୁ ମଧ୍ୟ ସ୍ପଷ୍ଟୀକରଣ ମାଗିଛି ମନ୍ତ୍ରାଳୟ।
ଆହୁରି ପଢନ୍ତୁ:Body Recovered ମହାନଦୀକୁ ଡେଇଁ ପଡ଼ିଥିଲେ ନାବାଳିକା, ୬ ଦିନ ପରେ ମିଳିଲା ଶବ
ପୂର୍ବତନ ଭାରତୀୟ ହକି ଖେଳାଳି ତଥା ହକି ଇଣ୍ଡିଆର କାର୍ଯ୍ୟନିର୍ବାହୀ ବୋର୍ଡ ସଦସ୍ୟା ଅସୁନ୍ତା ଲାକ୍ରା ହକି ଇଣ୍ଡିଆରେ ଯୌନ ଉତ୍ପୀଡ଼ନ, ମହିଳା ଖେଳାଳିଙ୍କୁ ଭୟଭୀତ କରିବା ଭଳି ଘଟଣା ନୀୟମିତ ଭାବେ ଘଟୁଥିବା ଭଳି ଗୁରୁତର ଅଭିଯୋଗ କରିଥିଲେ। ସେ ବି ହକି ଇଣ୍ଡିଆର ସାଧାରଣ ସମ୍ପାଦକ ଭୋଳାନାଥ ସିଂହଙ୍କ ବିରୋଧରେ ତାଙ୍କୁ ଅନେକ ସମୟରେ ଭୟଭୀତ କରିଥିବାର ଅଭିଯୋଗ ଆଣିଥିଲେ। ଅସୁନ୍ତାଙ୍କ ଅଭିଯୋଗ ପରେ ହକି ଇଣ୍ଡିଆ ସଭାପତି ତଥା ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ କ୍ରୀଡ଼ା ମନ୍ତ୍ରାଳୟକୁ ଚିଠି ଲେଖି ଏକ ନିରପେକ୍ଷ ତଦନ୍ତ କମିଟି ଗଠନ କରିବାକୁ ଅନୁରୋଧ କରିଥିଲେ। ନିଜ ଚିଠିରେ ଶ୍ରୀ ତିର୍କି ଦର୍ଶାଇଥିଲେ ଯେ ଅଭିଯୋଗକାରୀ ଓ ଅଭିଯୁକ୍ତ ଉଭୟ ହକି ଇଣ୍ଡିଆର କାର୍ଯ୍ୟନିର୍ବାହୀ ବୋର୍ଡର ସଦସ୍ୟ ହୋଇଥିବାରୁ ସଂଗଠନର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଦ୍ୱାରା ତଦନ୍ତ କରାଗଲେ ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠିପାରେ।
ଆହୁରି ପଢନ୍ତୁ:Rath Yatra: ପୁରୀ ରଥଯାତ୍ରାରେ ସାମିଲ ହେଲେ ରାଜ୍ୟପାଳ
ମହିଳା ଖେଳାଳିଙ୍କ ସୁରକ୍ଷା, ସମ୍ମାନ ଓ ଅଧିକାର ସୁରକ୍ଷିତ ରଖିବା ପାଇଁ ହକି ଇଣ୍ଡିଆ ପ୍ରତିବଦ୍ଧ। ତେଣୁ ଏହି ସମ୍ବେଦନଶୀଳ ମାମଲାରେ ସମ୍ପୂର୍ଣ୍ଣ ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ହେବା ଆବଶ୍ୟକ। ଏଥିପାଇଁ ସଂଗଠନ ବାହାରର ସଦସ୍ୟଙ୍କୁ ନେଇ କମିଟି ଗଠନ କରିବାକୁ ସେ ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲେ ଏବଂ ତଦନ୍ତରେ ପୂର୍ଣ୍ଣ ସହଯୋଗର ଆଶ୍ୱାସନ ସେ ଦେଇଥିଲେ ।

4 hours ago
1


