Hockey World Cup: ପାକିସ୍ତାନକୁ ହରାଇଲା ଭାରତ; ଏବେ ଟାର୍ଗେଟ୍‌ରେ ଅଲିମ୍ପିକ୍ସ ଚାମ୍ପିଅନ୍‌ ଦଳ

42 minutes ago 2
ARTICLE AD BOX

ଏମ୍ସଟେଲଭିନ୍‌: ଚିର ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ଦ୍ବିତୀୟ ପର୍ଯ୍ୟାୟରେ ପହଞ୍ଚି ଥିବା ଭାରତୀୟ ପୁରୁଷ ହକି ଦଳ ସାମ୍ନାରେ ଏବେ ଅସଲ ପରୀକ୍ଷାର ବେଳ ଆସିଛି। ହକି ବିଶ୍ବକପ୍‌ ୨୦୨୬ର ଦ୍ବିତୀୟ ପର୍ଯ୍ୟାୟର ଖେଳ ଆସନ୍ତା ୨୨ ତାରିଖରେ ଅଛି। ପ୍ୟାରିସ ଅଲିମ୍ପିକ୍ସ ଚାମ୍ପିଅନ ନେଦରଲାଣ୍ଡସ୍‌କୁ ଭାରତ ମୁକାବିଲା କରିବ। ବିଶ୍ବର ୨ ନମ୍ବର ସ୍ଥାନରେ ଥିବରେ ଟିମ୍‌ ବିପକ୍ଷରେ ଘରୋଇ ମାଟିରେ ଏହି କଡ଼ା ମୁକାବିଲା ହେବ। ତେଣୁ ଭାରତୀୟ ଖେଳାଳିଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। 

ପାକିସ୍ତାନ ବିପକ୍ଷରେ ଭାରତ ଆରମ୍ଭରୁ ୩-୦ଗୋଲ ଏବଂ ପରେ ପୁଣି ୪-୧ ଗୋଲରେ ଅଗ୍ରଣୀ ଲାଭ କରିଥିଲା। କିନ୍ତୁ ଏହା ପରେ ଭାରତୀୟ ଖେଳାଳି ସାମନ୍ୟ ଅବହେଳା ପ୍ରଦର୍ଶନ କରିଥିଲେ, ଯେଉଁଥି ପାଇଁ ପାକିସ୍ତାନର ପ୍ରଭାବ ଦେଖିବାକୁ ମିଳିଥିଲା। ତେଣୁ ଏହି ଭଳି ଭାବରେ ମଝି ସମୟରେ ସାମାନ୍ୟ ଅବହେଳା ପ୍ରଦର୍ଶନ କଲେ ନେଦରଲାଣ୍ଡସ  ବିପକ୍ଷରେ ବିପଦ ମଧ୍ୟ ହୋଇପାରେ। 

Hockey Grand Prix: ୩ ଦିନ ପରେ ହକି ମହାକୁମ୍ଭ: ଅଭିଜ୍ଞତା, ଯୁବଶକ୍ତିରେ ଭରପୂର ଭାରତୀୟ ପୁରୁଷ ଦଳ

ସୂଚନାଯୋଗ୍ୟ, ‘ପୁଲ-ଡି’ରେ ୱେଲ୍‌ସକୁ ଭାରତ ୩-୧ରେ ଏବଂ ପାକିସ୍ତାନକୁ ୫-୩ ଗୋଲରେ ପରାସ୍ତ କରିଥିଲା। ଅନ୍ୟପଟରେ ନେଦରଲାଣ୍ଡସ ଟିମ୍‌ ତିନି ଥର ଅଲିମ୍ପିକ ଏବଂ ତିନି ଥର ବିଶ୍ବକପ୍‌ ବିଜେତା ହୋଇସାରିଛି। ନେଦରଲାଣ୍ଡସ ମାଟିରେ ତାକୁ ପରାସ୍ତ କରିବା ଏତେ ସହଜ ନୁହେଁ। ଏହି ପଡ଼ିଆରେ ନେଦରଲାଣ୍ଡସ ପ୍ରଥମ ଥର ବିଶ୍ବକପ ଚାମ୍ପିଅନ ହୋଇଥିଲା। ଏହା ଥିଲା ୧୯୭୩ ମସିହାର ଘଟଣା। ଏହା ପରେ ୧୯୯୦ ଏବଂ ୧୯୯୮ରେ ମଧ୍ୟ ବିଶ୍ବ ଟାଇଟଲ ହାତେଇଥିଲା। ବିଗତ ୪ଟି ବିଶ୍ବକପରେ ଡଚ୍‌ ଟିମ୍‌ ୨ଟ ରୌପ୍ୟ ଏବଂ ୨ଟି କାଂସ୍ୟ ପଦକ ହାସଲ କରିଛି। ‌ନେଦରଲାଣ୍ଡସ ଏକ ସାଧାରଣ ଦଳ ନୁହେଁ; ବରଂ ଏହା ଏକ ହକିର ସଂସ୍କୃତି ଦେଶ। ନେଦରଲାଣ୍ଡସ ଯେତେବେଳେ କୌଣସି ମ୍ୟାଚ୍‌ ଖେଳୁଥାଏ, ସେଠାରେ ପଡ଼ିଆରେ ପ୍ରାୟ ୧୦ ହଜାର ଦର୍ଶକ ଉପସ୍ଥିତ ରହିଥାନ୍ତି। ଚାରିଆଡ଼େ କମଳା ରଂଗର ଝଲକ ଦେଖିବାକୁ ମିଳୁଥାଏ। ଏଭଳି ଏକ ବାତାରବଣ ମଧ୍ୟରେ ନେଦରଲାଣ୍ଡସକୁ ଭାରତ ମୁକାବିଲା କରିବା ସହିତ ଅଗ୍ନିପରୀକ୍ଷା ଦେବ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.