ARTICLE AD BOX
ନୂଆଦିଲ୍ଲୀ: ଦୁବାଇ-ତେଲ ଅଭିଭ ଫ୍ଲାଏଦୁବାଇ ବିମାନରେ ଘଟିଥିବା ଘଟଣାକୁ ନେଇ ଆଜି ସାରା ବିଶ୍ୱରେ ଚର୍ଚ୍ଚାହେଉଛି। ମଝି ଆକାଶରେ କକ୍ପିଟ୍ ଭିତରେ ଦୁଇ ପାଇଲଟଙ୍କ ମଧ୍ୟରେ ମାଡ଼ପିଟ୍, ହାଇଜାକ୍ ଉଦ୍ୟମ ଏବଂ ଶେଷରେ ବିମାନର ସୁରକ୍ଷିତ ଅବତରଣ ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି। ବିମାନରେ ୧୮୦ ଯାତ୍ରୀ ଥିଲେ ଏବଂ ସମସ୍ତେ ସୁରକ୍ଷିତ ଅଛନ୍ତି। କକ୍ପିଟ୍ରେ ଦୁଇ ପାଇଲଟଙ୍କ ମଧ୍ୟରେ ହୋଇଥିବା ମାଡ଼ପିଟ୍ ସାଧାରଣ ଘଟଣା ନଥିଲା। ଏହା ପଛରେ ବିମାନ ହାଇଜାକ୍ କରିବାର ଉଦ୍ୟମଥିବା ଜଣାପଡ଼ିଛି। ଇସ୍ରାଏଲର ସୁରକ୍ଷା ମନ୍ତ୍ରୀ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି। ତେବେ ଏହି ଘଟଣାକୁ ଟାଳିବାରେ ବିମାନର ମୁଖ୍ୟ ପାଇଲଟ୍ ଭାରତୀୟ ନାଗରିକ କ୍ୟାପଟେନ୍ ସ୍ମିତ ମଚ୍ଛରଙ୍କ ଭୂମିକା ପ୍ରମୁଖ ଥିଲା।
ଆହୁରି ପଢନ୍ତୁ :Flydubai flight: ଫ୍ଲାଏଦୁବାଇ ବିମାନରେ ଆତଙ୍କ : ତାବୁକ୍ରେ ଅବତରଣ, ୧୮୦ ଯାତ୍ରୀ ସୁରକ୍ଷିତ
ବିମାନର ସହ ପାଇଲଟ୍ ସିଷ୍ଟମ୍କୁ ଅଚଳ କରିବାକୁ ଚେଷ୍ଟା କରିବା ସମୟରେ କ୍ୟାପଟେନ୍ ମଚ୍ଛର ଏହାକୁ ବିରୋଧ କରି ତାଙ୍କ ସହ ଲଢ଼ିଥିଲେ। ସେ ସହ ପାଇଲଟ୍ଙ୍କ ଛୁରାମାଡ଼ରେ ଆହତ ହୋଇଥିଲେ ମଧ୍ୟ ହାର୍ ମାନି ନଥିଲେ। ଯାତ୍ରୀଙ୍କ ସୁରକ୍ଷା ପାଇଁ ସେ ଜରୁରୀ କୋଡ୍ ପଠାଇବା ସହ ବିମାନ ହାଇଜାକ୍ ହେବାର ସଙ୍କେତ ଦେଇଥିଲେ। ଏହି ସଙ୍କେତ ପାଇବା ପରେ ଇସ୍ରାଏଲଯୁଦ୍ଧ ବିମାନ ଆକାଶରେ ଚକ୍କର କାଟିଥିଲା। ଏହାପରେ ଅନ୍ୟ ପାଇଲଟ୍ମାନେ କକ୍ପିଟ୍କୁ ପ୍ରବେଶ କରି ବିମାନର ଦିଗ ପରିବର୍ତ୍ତନ କରିଥିଲେ। ପରେ ସାଉଦି ଆରବର ତାବୁକରେ ବିମାନଟି ସୁରକ୍ଷିତ ଅବତରଣ କରିଥିଲା। ଘଟଣା ସମୟରେ ଦୃଢ଼ତା ଦେଖାଇ ୧୮୦ ଯାତ୍ରୀଙ୍କୁ ସୁରକ୍ଷିତ ରଖିବାରେ ଭୂମିକା ନେଇଥିବାରୁ ଭାରତୀୟ କ୍ୟାପଟେନ୍ଙ୍କୁ ଯାତ୍ରୀମାନେ ‘ହିରୋ’ ବୋଲି ପ୍ରଶଂସା କରିଛନ୍ତି।

51 minutes ago
1


