Highcourt: ଓଡ଼ିଶା ହାଇକୋର୍ଟର ଦୁଇ ଜଜ୍‌ଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମର ସୁପାରିସ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟରତ ଦୁଇ ଜଣ ବିଚାରପତିଙ୍କୁ ଅନ୍ୟ ରାଜ୍ୟର ହାଇକୋର୍ଟକୁ ବଦଳି କରିବା ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ଗତ ୬ ତାରିଖରେ ଅନୁଷ୍ଠିତ କଲେଜିୟମ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ରବିବାର ପ୍ରକାଶ ପାଇଛି। ସୁପାରିସ ଅନୁଯାୟୀ, ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ମାନସ ରଞ୍ଜନ ପାଠକଙ୍କୁ ଗୁଜରାଟ ହାଇକୋର୍ଟକୁ ବଦଳି କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ସେହିପରି ଅନ୍ୟ ଜଣେ ବିଚାରପତି ଜଷ୍ଟିସ କୃଷ୍ଣ ରାମ ମହାପାତ୍ରଙ୍କୁ ଓଡ଼ିଶା ହାଇକୋର୍ଟରୁ ଛତିଶଗଡ଼ ହାଇକୋର୍ଟକୁ ବଦଳି କରିବା ପାଇଁ କଲେଜିୟମ ସୁପାରିସ କରିଛନ୍ତି।

ଆହୁରି ପଢନ୍ତୁ: Non-fossil fuel: ଅଣଜୀବାଶ୍ମ ଇନ୍ଧନଭିତ୍ତିକ ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ୩୦୦ ଗିଗାୱାଟ୍‌ ଟପିଲା

ବିଚାରପତିମାନଙ୍କର ଏହି ପ୍ରସ୍ତାବିତ ବଦଳି ପ୍ରକ୍ରିୟା ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଅନୁମୋଦନ ଅପେକ୍ଷାରେ ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏବାବଦରେ ଆବଶ୍ୟକ ଆନୁଷ୍ଠାନିକ ବଦଳି ବିଜ୍ଞପ୍ତି ଜାରି ହେବା ପରେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ। ବିଭିନ୍ନ ହାଇକୋର୍ଟରେ ବିଚାରପତିମାନଙ୍କର ନିୟମିତ ଅଦଳବଦଳ ପ୍ରକ୍ରିୟାର ଏକ ଅଂଶ ବିଶେଷ ଭାବେ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.