ARTICLE AD BOX
କଟକ: ଓଡ଼ିଶା ହାଇକୋର୍ଟରେ ମଞ୍ଜୁରିପ୍ରାପ୍ତ ବିଚାରପତି ପଦ ୩୩ ହୋଇଥିବାବେଳେ ଏବେ ୨୦ ପଦ ଖାଲି ପଡ଼ିଛି। ୧ ଲକ୍ଷ ୭୯ ହଜାର ୯ଶହରୁ ଅଧିକ ମାମଲା ବିଚାରାଧୀନ ରହିଛି। ହାଇକୋର୍ଟରେ ବିଚାରପତିଙ୍କ ଅଭାବ ପାଇଁ ବିଚାର ପ୍ରକ୍ରିୟା ପ୍ରଭାବିତ ହେଉଛି। ବହୁଦିନ ଧରି ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦ ପୂରଣ ଦିଗରେ ପଦକ୍ଷେପ ନିଆ ନଯିବା ଘଟଣାକୁ ନେଇ ଆଜି ‘ଅଲ୍ ଓଡ଼ିଶା ବାର୍ ଆସୋସିଏସନ ମିଟ୍’ରେ ଉଦ୍ବେଗ ପ୍ରକାଶ ପାଇଛି। ଆଇନଜୀବୀଙ୍କ ଏକ ପ୍ରତିନିଧି ଦଳ ଦିଲ୍ଲୀ ଯାଇ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ସାକ୍ଷାତ କରି ବିଚାରପତି ପଦ ପୂରଣ ଓ ଅନ୍ୟ ଦାବି ପ୍ରସଙ୍ଗରେ ଦାବିପତ୍ର ପ୍ରଦାନ କରିବ। ନିର୍ଦ୍ଧାରିତ ସମୟସୀମା ଭିତରେ ଯଦି ସମସ୍ୟା ସମାଧାନ ନ ହୁଏ ତେବେ ଆଇନଜୀବୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।
Demand: ବାଇପାସ୍ ରାସ୍ତା ନିର୍ମାଣ ଦାବିରେ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି
ସୁପ୍ରିମକୋର୍ଟ କଲେଜିୟମ୍ ଗତ ଅଗଷ୍ଟ ୧୮ରେ ୪ ଜଣ ଆଇନଜୀବୀଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରିଥିଲେ। କିନ୍ତୁ ଏହା ପରେ ମଧ୍ୟ ଖାଲି ପଡ଼ିଥିବା ବିଚାରପତି ପଦରେ ନିଯୁକ୍ତି ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ୨୦୧୮ରୁ ସୁପ୍ରିମକୋର୍ଟରେ ଓଡ଼ିଶାର କୌଣସି ପ୍ରତିନିଧିତ୍ବ ନାହିଁ। ପୂର୍ବରୁ ହାଇକୋର୍ଟ ବାର୍ ଆସୋସିଏସନ ପକ୍ଷରୁ ବିଚାରପତି ପଦରେ ନୂଆ ନିଯୁକ୍ତି ସହିତ ବିଭିନ୍ନ ଦାବି ସଂକ୍ରାନ୍ତରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। କିନ୍ତୁ ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦରେ ନିଯୁକ୍ତି ପାଇଁ କୌଣସି ଫଳପ୍ରଦ ପଦକ୍ଷେପ ନିଆଯାଉ ନଥିବାରୁ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା।
ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଦାବି ଉପସ୍ଥାପନ କରାଯିବ
Education: ପରିବେଶ ସୁରକ୍ଷା ଓ ସ୍ଥାୟୀ ଜୀବନଶୈଳୀର ବାର୍ତ୍ତା ନେଇ ‘ପ୍ରକୃତି ମେଳା’
ବିଚାରପତି ନିଯୁକ୍ତି ସହ ଆଇନଜୀବୀଙ୍କ ପାଇଁ ସ୍ବାସ୍ଥ୍ୟବୀମା, କନିଷ୍ଠ ଆଇନଜୀବୀଙ୍କୁ ଷ୍ଟାଇପେଣ୍ଡ ପ୍ରଦାନ, ଓକିଲ ସଂଘ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ୨ବର୍ଷକୁ ବୃଦ୍ଧି ପ୍ରସଙ୍ଗରେ ବୈଠକରେ ଆଲୋଚନା କରାଯାଇ ଏ ସଂପର୍କିତ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗୃହୀତ ହୋଇଛି। ଏ ସଂପର୍କିତ ଦାବିପତ୍ର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଆଇନ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟ ଆଇନମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି ବୋଲି ହାଇକୋର୍ଟ ବାର୍ ସମ୍ପାଦକ ହୃଦାନନ୍ଦ ମହାପାତ୍ର ସୂଚନା ଦେଇଛନ୍ତି। ନିର୍ଦ୍ଧାରିତ ସମୟସୀମା ଭିତରେ ଯଦି ଦାବି ପୂରଣ ନ ହୁଏ ତେବେ ଆଇନଜୀବୀମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଆଜିର ସମ୍ମିଳନୀରେ ହାଇକୋର୍ଟ ବାର୍ ସଭାପତି ଲଲାଟେନ୍ଦୁ ସାମନ୍ତରାୟ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ସିତାଂଶୁ ମୋହନ ଦ୍ବିବେଦୀ, ପରିଷଦର ସଦସ୍ୟ ସୌରଚନ୍ଦ୍ର ମହାପାତ୍ର, ହାଇକୋର୍ଟ ବାର୍ ଉପସଭାପତି ପ୍ରଦୀପ ମହାପାତ୍ର, ସମ୍ପାଦକ ହୃଦାନନ୍ଦ ମହାପାତ୍ର, କୋଷାଧ୍ୟକ୍ଷ ସଂଯୁକ୍ତାବାଳା ଦାସ, ଯୁଗ୍ମସଂପାଦକ ପ୍ରଦୀପ୍ତ ମହାନ୍ତି, ରାଜ୍ୟ ଆଇନଜୀବୀ ପରିଷଦର ସମସ୍ତ ସଦସ୍ୟ, ରାଜ୍ୟର ସମସ୍ତ ବାର୍ ଆସୋସିଏସନର ସଭାପତି, ସମ୍ପାଦକଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଯୋଗଦେଇଥିଲେ।

2 hours ago
1


