Hemgir trailer fire ଦୁର୍ଘଟଣା ପରେ ଜଳିଗଲା ଟ୍ରେଲର୍‌, ଡେଇଁପଡ଼ି ବର୍ତ୍ତିଗଲେ ଚାଳକ

1 hour ago 1
ARTICLE AD BOX

ସୁନ୍ଦରଗଡ଼:  ମଙ୍ଗଳବାର ଭୋରରୁ ହେମଗିର ଥାନା ଗୋପାଳପୁର ନିକଟରେ ଦୁଇଟି ଟ୍ରେଲର୍‌ ମଧ୍ୟରେ ଧକ୍କା ହୋଇଥିଲା। ଧକ୍କା ଯୋଗୁଁ ଗୋଟିଏ ଟ୍ରେଲରରେ ନିଆଁ ଲାଗି ସମ୍ପୂର୍ଣ୍ଣ ଧ୍ବସ୍ତ ହୋଇଯାଇଛି। ତେବେ ଉପସ୍ଥିତ ବୁଦ୍ଧିଯୋଗୁଁ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି। 

Accident: ଭଦ୍ରକରେ ସଡ଼କ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର

ସୂଚନାନୁସାରେ, ବାଙ୍କିବାହାଲ-ଟପରିଆ ରାସ୍ତାରେ ଏକ ଟ୍ରେଲର୍‌ (ଓଡି୧୬ ଏମ୍‌- ୪୭୭୭) ଆସୁଥିଲା। ଏହି ସମୟରେ ବିପରୀତ ଦିଗରୁ ଯାଉଥିବା ଅନ୍ୟ ଏକ ଟ୍ରେଲର୍‌ ସହ ଜୋର୍‌ରେ ଧକ୍କା ହୋଇଥିଲା। ତୁରନ୍ତ (ଓଡି୧୬ ଏମ୍‌- ୪୭୭୭) ଟ୍ରେଲର୍‌ରେ ନିଆଁ ଲାଗି ଯାଇଥିଲା। ଦେଖୁଦେଖୁ ଟ୍ରେଲର୍‌ ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଥିଲା। 

National highway: ଜାତୀୟ ରାଜପଥରେ ୫ ଦୁର୍ଘଟଣା: ୩ ମୃତ, ୩ ଗୁରୁତର

ଖବର ପାଇ ହେମଗିର ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏ ସଂକ୍ରାନ୍ତରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.