ARTICLE AD BOX
ନୂଆଦିଲ୍ଲୀ : ଦିଲ୍ଲୀ-ଏନ୍ସିଆରରେ ଶୁକ୍ରବାର ଦିନ ତମାମ ପ୍ରବଳ ବର୍ଷା ଲାଗି ରହିଥିବାରୁ ଅନେକ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିଛି । ଏହାଦ୍ବାରା ଦୈନନ୍ଦିନ ଜୀବନ ବାଧାପ୍ରାପ୍ତ ହୋଇଛି ଏବଂ ବିଭିନ୍ନ ସ୍ଥାନରେ ପ୍ରବଳ ଟ୍ରାଫିକ୍ ଜାମ୍ ସମସ୍ୟା ଉପୁଜିଛି । ଆଇଏମ୍ଡି ମଧ୍ୟ ଆଜି ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ନେଇ ରେଡ ଆଲର୍ଟ ଜାରି କରିଥିଲା ।
ପ୍ରବଳ ବର୍ଷା ଲାଗି ରହିଥିବାରୁ ଘଣ୍ଟା ଘଣ୍ଟା ଧରି କ୍ୟାବ୍ ବୁକ୍ ହୋଇପାରୁନଥିବା ନେଇ ଅନେକ ଲୋକ ଅଭିଯୋଗ କରିଛନ୍ତି । ଦିଲ୍ଲୀରେ ମେହରୌଲି-ବଦରପୁର ରୋଡ୍, ଆଇଟିଓ, ୱାଜିରାବାଦ ରୋଡ୍, ପଟେଲ ରୋଡ୍, ରୋହତକ ରୋଡ, ଶଙ୍କର ରୋଡ୍, କୀର୍ତ୍ତି ନଗର ଷ୍ଟ୍ରେଚ୍, ଦିଲ୍ଲୀ-ଜୟପୁର ରାଜପଥ, ପୀରାଗଢ଼ି ଏବଂ ଶାହିନ ବାଗ୍ ସମେତ ବିଭିନ୍ନ ପ୍ରମୁଖ ରାସ୍ତାରେ ଟ୍ରାଫିକ ଜାମ୍ ସମସ୍ୟା ଉପୁଜିଛି ।
Cyclone: ଜାପାନକୁ ‘ଡଲଫିନ୍’ର ପ୍ରହାର, ୫୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ୍
ଲଗାଣ ବର୍ଷା ଯୋଗୁ ଦିଲ୍ଲୀର ଛତ୍ରପୁର ଫାର୍ମ ଅଞ୍ଚଳ ଏବଂ ମେହରମ ନଗରରେ ଜଳବନ୍ଦୀ ସମସ୍ୟା ଉପୁଜିଛି । ସଫଦରଜଙ୍ଗ ହସ୍ପିଟାଲ ପରିସରରେ ବର୍ଷା ଜଳ ପଶିଯିବା ଫଳରେ ରୋଗୀ ଏବଂ ଆଟେଣ୍ଡାଣ୍ଟ୍ ମାନଙ୍କ ପାଇଁ ଜଟିଳ ସ୍ଥିତି ଉପୁଜିଛି । ଜଣେ ରୋଗୀଙ୍କ ଆଟେଣ୍ଡାଣ୍ଟ୍ ଆରିଫ ଖାନ୍ କହିଛନ୍ତି, ଆମେ ଅନେକ ଜଟିତଳା ସାମ୍ନା କରୁଛୁ । ହସ୍ପିଟାଲ ପରିସରର ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ରୋଗୀଙ୍କୁ ନେବା ଆଣିବା କରିବାରେ ଆମେ ଅସୁବିଧାର ସମ୍ମୁଖୀନ ହୋଇଛୁ ବୋଲି ସେ କହିଛନ୍ତି ।
ଦିଲ୍ଲୀ ଏନ୍ସିଆରରେ କିଛି ପାଣିପାଗ କେନ୍ଦ୍ର ୧୦୦ ମିିମିରୁ ଅଧିକ ବର୍ଷାଜଳ ରେକର୍ଡ କରିଛି । ସନ୍ଧ୍ୟା ୫ଟା ସୁଦ୍ଧା ଫରିଦାବାଦର ସେକ୍ଟର ୧୭ରେ ପ୍ରବଳ ବର୍ଷା ତଥା ଗତକାଲି ରାତିଠାରୁ ୧୧୯.୪ ମିମି ବର୍ଷାଜଳ ଗ୍ରହଣ କରିଥିବା ରେକର୍ଡ ହୋଇଛି । ଜଳମଗ୍ନ ରାସ୍ତାରେ ଗାଡ଼ି ମୋଟର ଗୁଡ଼ିକର ଲମ୍ବା ଧାଡ଼ି ଲାଗିଥିବା ଦେଖିବାକୁ ମିଳିଛି । ଜିଟି ରୋଡ୍, ଜିଟିପି ଏନ୍କ୍ଲେଭ୍ ଏବଂ ଦିଲଶାଦ ଗାର୍ଡେନ ସମେତ ପୂର୍ବ ଦିଲ୍ଲୀର କିଛି ଅଂଶରେ ଟ୍ରାଫିକ୍ ସମସ୍ୟା ଅତି ଗମ୍ଭୀର ରହିଛି । ଖରାପ୍ ପାଗ ପାଇଁ ଆଜି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ଏକ ଯାତ୍ରା ନିର୍ଦ୍ଦେଶାବଳି ଜାରି କରାଯାଇଥିଲା । ପାଗ ଖରାପ୍ ଥିବାରୁ ଯାତ୍ରୀମାନଙ୍କୁ ଆଗୁଆ ବିମାନବନ୍ଦରକୁ ବାହାରିବାପାଇଁ ପରାମର୍ଶ ଦିଆଯାଇଛି ।

1 hour ago
1


