ARTICLE AD BOX
ଛତ୍ରପୁର: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା ହ୍ରଦର ଜଳସ୍ତର ବୃଦ୍ଧି ପାଇ ଅଖା ପାଖ ଅଞ୍ଚଳରେ ଜଳବନ୍ଦୀ ହେବା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ହ୍ରଦର ଜଳସ୍ତର ପାଇଥିବା କାରଣ ଚିତ୍ର ସ୍ପଷ୍ଟ ହୋଇଛି। ଜଳମଗ୍ନ ହୋଇଥିବା ସହରର ୩ଟି ଅଞ୍ଚଳ - ଭାଗ୍ୟଲକ୍ଷ୍ମୀ ନଗର, ପାଲିଆ ଛତ୍ରପୁର ଓ ବ୍ୟାଙ୍କ କଲୋନୀ ଅନେକ ଘର ପାଣି ଘେରରେ ରହିଛି। ଏନେଇ ଖବର ମିଳିବା ପରେ ଜିଲ୍ଲାପାଳ ଏହାର ତଦାରଖ କରିବା ପାଇଁ ଜଳସେଚନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।
Tampara is becoming a destination wedding spot: ତାମ୍ପରା ସାଜିଛି ଡେଷ୍ଟିନେସନ୍ ୱେଡିଂ ସ୍ପଟ୍
ବର୍ଷା କାରଣରୁ ତାମ୍ପରା ହ୍ରଦର ବନ୍ୟାଜଳ ନିଷ୍କାସନ କରିବା ପାଇଁ ଅଗସ୍ତି ନୂଆଗାଁ ଗ୍ରାମ ଦେଇ ଋଷିକୂଲ୍ୟା ନଦୀକୁ ଜଳ ନିଷ୍କାସନ ପାଇଁ ୩ଟି ଚେକ୍ ଗେଟ୍ ବ୍ୟବସ୍ଥା କରାଯାଇଛି। କିନ୍ତୁ ୩ଟି ଚେକ୍ ଗେଟ୍ ମଧ୍ୟରୁ ଦୁଇଟି ଗେଟ୍ କାମ ଏବେ ସୁଦ୍ଧା ଶେଷ ହୋଇନଥିବା ଚାଷୀ ଏବଂ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜଳ ନିଷ୍କାସନ ନ ହେବାରୁ ହ୍ରଦର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଲା। ୩ଟି ଗେଟ୍ ମଧ୍ୟରୁ ଗୋଟିଏ ଗେଟ୍ କାମ କରୁଥିବା ବେଳେ ଅନ୍ୟ ଦୁଇଟିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଗ୍ରାମବାସୀ ଏବଂ ଚାଷୀ ପ୍ରସାଶନ ପାଖରେ ଦାବି କରିଛନ୍ତି।

5 days ago
6


