Heavy Rain: ସୁନ୍ଦରଗଡ଼ ଜିଲ୍ଲାର ଏକାଧିକ ରାସ୍ତା-କଲ୍‌ଭର୍ଟ୍‌ ଭାଙ୍ଗିଲା

1 hour ago 1
ARTICLE AD BOX

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଲାଗିରହିଥିବା ପ୍ରବଳ ବର୍ଷା ଯୋଗୁ ସମଗ୍ର ଅଞ୍ଚଳରେ ଜନଜୀବନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଲଗାଣ ବର୍ଷା ଦ୍ବାରା ଏକାଧିକ ଘର, ସଡ଼କ କ୍ଷୟକ୍ଷତି ହୋଇଛି। ସରକାରୀ ତଥ୍ୟ ଅନୁସାରେ, ପ୍ରବଳ ବର୍ଷା ଯୋଗୁ ଜିଲ୍ଲାରେ ୨୩ଟି ଘର ସଂପୂର୍ଣ୍ଣ ଓ ଆଂଶିକଭାବେ କ୍ଷତିଗ୍ରସ୍ତ ହୋଇଛି। ହେମଗିର ବ୍ଲକରେ ସର୍ବାଧିକ ୧୭ଟି ଘର ଭାଙ୍ଗିଛି। ସେହିଭଳି କୁତ୍ରା ବ୍ଲକରେ ୧୧ଟି ଘର ଭାଙ୍ଗିଥିବାବେଳେ ବାଲିଶଙ୍କରାରେ ୩, ବଡ଼ଗାଁରେ ୨ ଓ ରାଜଗାଙ୍ଗପୁରରେ ଗୋଟିଏ ଘର ଭାଙ୍ଗିଛି।

ସୂଚନାଯୋଗ୍ୟ, ଜୁଲାଇ ମାସର ସ୍ୱାଭାବିକ ବର୍ଷା ୩୫୨.୨ ମିଲିମିଟର ତୁଳନାରେ ଢେର୍‌ ଅଧିକ ହୋଇଛି। ଆଜି ସୁଦ୍ଧା ଜିଲ୍ଲାରେ ହାରାହାରି ୪୨୭.୬୮ ମିଲିମିଟର ସହ ମୋଟ୍‌ ୭୬୯୧ ମିଲିମିଟର ବର୍ଷା ହେଲାଣି। ମୋଟ୍‌ ୫ଟି ବ୍ଲକରେ ୫ ଶହ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ‌ କରାଯାଇଛି। ସେଗୁଡ଼ିକ ହେଲା ଗୁରୁଣ୍ଡିଆ (୬୩୬ ମିଲିମିଟର), ବଣାଇଗଡ଼ (୫୫୭ ମିଲିମିଟର), ବାଲିଶଙ୍କରା (୫୩୪ ମିଲିମିଟର), ବଡ଼ଗାଁ (୫୨୦ ମିଲିମିଟର) ଓ ଲହୁଣୀପଡ଼ା (୫୧୦ ମିଲିମିଟର)। ମାତ୍ରାଧିକ ବର୍ଷା ଯୋଗୁ ଜିଲ୍ଲାର ବହୁ ପ୍ରମୁଖ ରାସ୍ତା, କଲ୍‌ଭର୍ଟ୍‌ ଆଦି ଭାଙ୍ଗିଯାଇଥିଲା। ଗତ ବୁଧବାର ସକାଳେ ବଡ଼ଗାଁ ବ୍ଲକର ଏକମା-ପଦ୍ମପୁର ରାସ୍ତାରେ ଥିବା କଲଭର୍ଟ୍‌ଟି ପ୍ରବଳ ବର୍ଷା ଜଳର ସ୍ରୋତରେ ଭାଙ୍ଗିଯାଇଥିଲା। ଫଳରେ ଏକମା ଗ୍ରାମ ପଞ୍ଚାୟତର ବିଭିନ୍ନ ଗାଁକୁ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। 

Modi Shah: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶାହ: ପ୍ରତିବାଦକାରୀଙ୍କୁ ଧନ୍ୟବାଦ ଜଣାଇଲେ ବିରୋଧୀ

ସେହିଭଳି ତୁଡ଼ାଲଗା-ପାମରା ରାସ୍ତାରେ ମଧ୍ୟ ସମାନ ସମସ୍ୟା ଦେଖିବାକୁ ମିଳିଥିଲା। ଏତଦ୍‌ବ୍ୟତୀତ ବଣାଇ ବ୍ଲକର ସରସରା ବଲାଙ୍ଗ-ଟିକାୟତପାଲି ରାସ୍ତାରେ ଥିବା ଅଡ଼ାଡିହି ନାଳରେ ଥିବା ପୋଲଟି ବନ୍ୟା ଜଳରେ ବୁଡ଼ିଯିବାରୁ ଅଡ଼ାଡିହି, ନୂଆଡିହି, କରେଇପୁଟ, ତିଲେଇମାଲ, କାଟେଇ ଆଦି ଗାଁକୁ ଦୀର୍ଘ ସମୟଧରି ଯୋଗାଯୋଗ ବାଧାପ୍ରାପ୍ତ ହୋଇଥିଲା। ପ୍ରବଳ ବର୍ଷା ଯୋଗୁ ଲାଠିକଟା ବ୍ଲକର ବିର୍ଡା, ଟାଇଁସର, ଜଡ଼ାକୁଦର, ବୁଚାହଣ୍ଡା, ଗୋପଡ଼ିହି ଗ୍ରାମର କଚ୍ଚା ରାସ୍ତାର ଅବାସ୍ଥା ଶୋଚନୀୟ ହୋଇପଡ଼ିଛି। ବର୍ଷା ଯୋଗୁ ସଦର ବ୍ଲକର ଟାଙ୍ଗରମୁଣ୍ଡା ରାସ୍ତାରେ ଏକ ଗଭୀର ଗାତ ସୃଷ୍ଟି ହେବାରୁ ଟାଙ୍ଗରମୁଣ୍ଡା, ପାତ୍ରପାଲି, ଲେମଲେମା, ଖୁଣ୍ଟଗାଁ, ପାଟକିଜୋର, ଅକେଇକେରା, କୁପାଟାଙ୍ଗର ଆଦି ଗାଁର ଗ୍ରାମବାସୀ ବିପଦପୂର୍ଣ୍ଣ ଅବସ୍ଥାରେ ଯାତାୟତ କରୁଥିବା ଦେଖିବାକୁ ମିଳିଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.