ЁЯФ┤Heavy rain: рмЙрмкрмХрнВрм│, рмжрмХрнНрм╖рм┐рмг рмУрнЬрм┐рм╢рм╛рм░рнЗ рмкрнНрм░рммрм│рм░рнБ рмЕрмдрм┐ рмкрнНрм░рммрм│ рммрм░рнНрм╖рм╛

5 days ago 6
ARTICLE AD BOX

ଭୁବନେଶ୍ବର: ପଶ୍ଚିମ-କେନ୍ଦ୍ରୀୟ ଏବଂ ଏହାର ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ  ଅବପାତ ସୃଷ୍ଟି ହୋଇଛି। ଏହା ପଶ୍ଚିମ ଆଡ଼କୁ ଗତି କରି ଆଜି ସକାଳ ୮ଟା ୩୦ରେ ଅକ୍ଷାଂଶ ୧୭.୯° ଉତ୍ତର ଏବଂ ଦ୍ରାଘିମା ୮୬.୦° ପୂର୍ବ ନିକଟରେ କେନ୍ଦ୍ରୀଭୂତ ହୋଇଛି। ଏହା ଗୋପାଳପୁର (ଓଡ଼ିଶା)ର ଦକ୍ଷିଣ-ପୂର୍ବରେ ପ୍ରାୟ ୨୦୦ କିମି, କଳିଙ୍ଗପଟ୍ଟନମ୍ (ଆନ୍ଧ୍ରପ୍ରଦେଶ)ର ପୂର୍ବ-ଦକ୍ଷିଣପୂର୍ବରେ ୨୦୦ କିମି, ପୁରୀ (ଓଡ଼ିଶା)ର ଦକ୍ଷିଣରେ ୨୧୦ କିମି ଏବଂ ବିଶାଖାପାଟଣା (ଆନ୍ଧ୍ରପ୍ରଦେଶ)ର ପୂର୍ବରେ ୨୯୦ କିମି ଦୂରରେ ରହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଆଗାମୀ ୧୨ ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହେବାର ବହୁ ସମ୍ଭାବନା ରହିଛି। 

କ୍ରମାଗତ ଭାବେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଏହା ଏକ ଗଭୀର ଅବପାତ ରୂପେ ୨୩ ତାରିଖ ରାତିରୁ ୨୪ ସେପ୍ଟେମ୍ବର ୨୦୨୬ ପ୍ରାକ୍ ପ୍ରତ୍ୟୂଷ ମଧ୍ୟରେ ବିଶାଖାପାଟଣା ଏବଂ ଗୋପାଳପୁର ମଧ୍ୟବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଉପକୂଳ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। 

ଏହି ଖବର କ୍ରମାଗତ ଭାବେ ଅପଡେଟ୍ କରାଯାଉଛି। ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପଡେଟ୍‌‌ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।

  • Sep 23, 2026 07:36 IST

    ପ୍ରବଳରୁ ଅତି ପ୍ରବଳ ବର୍ଷା

    rainPhotograph: (SciLine)

    ଭାରତୀୟ ପାଣିପାଗ ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି କରିଛି। ପାଣିପାଗ ବିଭାଗ କହିଛି ଯେ, ଆଜି ଏବଂ ୨୪ ତାରିଖରେ କୋରାପୁଟ, ଗଜପତି ଏବଂ ଗଞ୍ଜାମରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ସେହିପରି ୨୪ ରୁ ୨୫ ତାରିଖ ପର୍ଯ୍ୟନ୍ତ କଳାହାଣ୍ଡି, ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲା ପାଇଁ ମଧ୍ୟ ରେଡ୍ ଆଲର୍ଟ ଜାରି କରାଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଓଡ଼ିଶାର ଅନେକ ଜିଲ୍ଲାରେ ସ୍କୁଲ ବନ୍ଦ ପରାମର୍ଶ ଜାରି କରାଯାଇଛି।

  • Sep 22, 2026 22:34 IST

    ଗଭୀର ଅବପାତକୁ ନେଇ ଗଞ୍ଜାମରେ ପ୍ରଶାସନର ତତ୍ପରତା

    ଛତ୍ରପୁର: ଗଭୀର ଅବପାତକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଜାରି ରହିଛି। ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପାଣିପାଗଜନିତ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୨୧୬ ଜଣଙ୍କୁ ବିଭିନ୍ନ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ୧୩୧ ମହିଳା ରହିଥିବା ବେଳେ ୮୫ ଜଣ ପୁରୁଷ | ଏଥିସହ ଜିଲ୍ଲାରେ ୯୪୩ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି। ଆବଶ୍ୟକତା ପଡ଼ିଲେ ସେମାନଙ୍କୁ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯିବ। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିରନ୍ତର ନଜର ରଖାଯାଇଛି।

  • Sep 22, 2026 20:36 IST

    ପୁରୀ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ

    ପ୍ରବଳ ବର୍ଷା ଆଶଙ୍କାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନର ବଡ ନିଷ୍ପତ୍ତି। ଆସନ୍ତାକାଲି ୨୩/୦୯/୨୬ ରିଖ ମଙ୍ଗଳବାର ଦିନ ପୁରୀ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲରେ ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ କ୍ଲାସ ବନ୍ଦ ରହିବ। ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ, ପୁରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ଏହି ସୂଚନା ଜାରି କରିଛନ୍ତି।ତେବେ ସମସ୍ତ ଶିକ୍ଷକ ଓ କର୍ମଚାରୀ ସ୍କୁଲରେ ଉପସ୍ଥିତ ରହି ପେଣ୍ଡିଂ କାମ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

  • Sep 22, 2026 19:01 IST

    ୨୩ ତାରିଖ ରାତିରେ ଉପକୂଳ ଛୁଇଁବ ଅବପାତ: ଆଇଏମ୍‌ଡି

    rainPhotograph: (SciLine)

    ବଙ୍ଗୋପସାଗରରେ ଗଭୀର ଅବପାତଜନିତ ବର୍ଷା ନେଇ ଆଇଏମ୍‌ଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆଜି ସନ୍ଧ୍ୟା ଠାରୁ ରାତି ଭିତରେ ଅବପାତ ଗଭୀର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୩ ତାରିଖ ରାତିରେ ଉପକୂଳ ଛୁଇଁବ। ବିଶାଖାପାଟଣା ଓ ଗୋପାଳପୁର ମଧ୍ୟ‌ ଦେଇ ଅବପାତ ଉପକୂଳ ଅତିକ୍ରମ କରିବ। କିନ୍ତୁ ଉପକୂଳକୁ ଆସିଲା ବେଳେ ଗଭୀର ଅବପାତର ଗତି କମିଯିବ। ଅଧିକ ସମୟ ଦକ୍ଷିଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶାରେ ରହିବାରୁ ଅଧିକ ବର୍ଷିବ। ୨୪ ତାରିଖ ବେଳକୁ ଉପକୂଳରେ ବର୍ଷା କମିବ। ଆଭ୍ୟନ୍ତରରେ ଅଧିକ ବର୍ଷିବ। ପରେ ଏହା ଉତ୍ତର ଉତ୍ତରପଶ୍ଚିମ ହୋଇ ଛତିଶଗଡ଼ ଅଭିମୁଖେ ଗତି କରିବ। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଓ ମାଟି ଅତଡ଼ା ଖସିବାର ଆଶଙ୍କା ରହିଛି। ସେହିପରି ଧାନ ସହିତଓ ଅନ୍ୟ ଫସଲ ନଷ୍ଟ ହୋଇପାରେ।

  • Read Entire Article