Health: ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର; ଫାର୍ମାସିଷ୍ଟ ଭରସାରେ ଚିକିତ୍ସା

3 hours ago 2
ARTICLE AD BOX

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର। ଜଣେ ଫାର୍ମାସିଷ୍ଟ ଭରସାରେ ଚାଲିଛି ସରଗଡ଼ା ଉପ ସ୍ୱାସ୍ଥ୍ୟ କେନ୍ଦ୍ର। କର୍ମଚାରୀ ଅଭାବରୁ ଚିକିତ୍ସା ସେବାରୁ ବଞ୍ଚିତ ହେଉଛନ୍ତି ଉପାନ୍ତ ଅଞ୍ଚଳବାସୀ। କର୍ମଚାରୀ ଅଭାବ ଯୋଗୁଁ ରବିବାର ବନ୍ଦ ରହୁଛି ଜନ ଆରଗ୍ୟ ସମିତି ସରଗଡା। 

ରାଜ୍ୟ ସରକାର ହାତପାହାନ୍ତାରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗମନାଗମନ ପହଞ୍ଚାଉଥିବା ବେଳେ ଦୁର୍ଗମ ଅଞ୍ଚଳରେ ଦେଖିବାକୁ ମିଳିଛି ତାହାର ବିପରୀତ ଦୃଶ୍ୟ। କାରଣ କୋଟି କୋଟି ଟଙ୍କାରେ ନିର୍ମାଣ ହୋଇଛି ଚିକିତ୍ସାଳୟ କିନ୍ତୁ କର୍ମଚାରୀ ଅଭାବରୁ ବଣ ପାହାଡଘେରା ଆଦିବାସୀ ଅଧୁଷିତ ମୟୂରଭଞ୍ଜଜିଲ୍ଲା ବାମନଘାଟି ଉପଖଣ୍ଡ ବିଜାତଳା ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର ଅଧୀନରେ ଥିବା ସରଗଡା ପଞ୍ଚାୟତ ବାସୀ ଚିକିତ୍ସା ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ଆଣିଛନ୍ତି। 

1004255186

ଅପରପକ୍ଷରେ ଜଣେ ମାତ୍ର ଫାର୍ମାସିଷ୍ଟରେ ଚାଲିଛି ଚିକିତ୍ସା ସେବା, ଯେଉଁଥି ପାଇଁ ପଞ୍ଚାୟତର ୧୪ଟି ଗ୍ରାମର ହଜାର ହଜାର ଅଧିବାସୀ ଚିକିତ୍ସା ସେବାରୁ ବଞ୍ଚିତ ହେଉଥିବା ବେଳେ ଯଥାଶୀଘ୍ର ଡାକ୍ତର ନିଯୁକ୍ତି କରାଯାଉ ବୋଲି ଗଣମାଧ୍ୟମ ଜରିଆରେ ସରକାରଙ୍କୁ ଦାବୀ କରିଛନ୍ତି। ତଦସହିତ ଉକ୍ତ ଚିକିତ୍ସାଳୟରେ ଗୋଟିଏ ଆମ୍ବୁଲାନ୍ସ ସ୍ଥାୟୀ ଭାବରେ ରହୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। 

Health: ଆମ ସରକାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ପ୍ରାଥମିକତା ଦେଇ ଆସିଛି: ମୁଖ୍ୟମନ୍ତ୍ରୀ

ତେବେ ଚିକିତ୍ସାଳୟର ଏହି ଅଭାବନୀୟ ଦୃଶ୍ୟ ନେଇ ଆମ୍ଭେ ବିଜାତଳା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଗୋବିନ୍ଦ ସୋରେନଙ୍କୁ ପଚାରି ଥିବା ବେଳେ ସେ କହିଛନ୍ତି କର୍ମଚାରୀ ଅଭାବବାରୁ ଏଭଳି ସ୍ଥିତି ସାମ୍ନାକୁ ଆସିଛି ଏବଂ ଲୋକେ ଚିକିତ୍ସା ସେବାରୁ ବଞ୍ଚିତ ହେଉଛନ୍ତି ଏବଂ କର୍ମଚାରୀ ନଥିବା ନେଇ ସେ ଉଚ୍ଚ ସ୍ତରୀୟ ବିଭାଗୀୟ ଅଧିକାରୀ ଏବଂ ବିଧାୟକ, ସାଂସଦଙ୍କୁ ବାରମ୍ବାର କହିଛନ୍ତି ବୋଲି ଆମ୍ଭକୁ ଫୋନ ମାଧ୍ୟମରେ କହିଛନ୍ତି। ତେବେ ଦୁର୍ଗମ ଅଞ୍ଚଳରେ ଲୋକେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ବେଳେ ସରକାର କେତେଶୀଘ୍ର ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ସମେତ ଅନ୍ୟ କର୍ମଚାରୀ ନିଯୁକ୍ତି କରୁଛନ୍ତି ତାହା ପ୍ରଶ୍ନ ଘେରରେ। ଏନେଇ ସରଗଡା ଅଞ୍ଚଳର ରସାନନ୍ଦ ନାଏକ,ଶିବ ଶଙ୍କର ସାହୁ,ସିପୁନ ଦାସ,କ୍ରିଷ୍ଣା ନାଏକ୍, ପିଣ୍ଟୁ ଦାସଙ୍କ ସମେତ ବହୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.