Health Anxiety: ସ୍ୱାସ୍ଥ୍ୟକୁ ନେଇ ବୟସ୍କଙ୍କ ମଧ୍ୟରେ ଅତ୍ୟଧିକ ଭୟ ଓ ଆତଙ୍କ

1 hour ago 1
ARTICLE AD BOX

ଭୁବନେଶ୍ବର: ଆଜିକାଲି ବୟସ୍କ ଲୋକମାନଙ୍କ ମଧ୍ୟରେ ନିଜ ସ୍ୱାସ୍ଥ୍ୟକୁ ନେଇ ଅତ୍ୟଧିକ ଭୟ ଓ ଆତଙ୍କ ଦେଖାଯାଉଛି। ଡାକ୍ତରୀ ପରୀକ୍ଷାରେ ସବୁ କିଛି ସାଧାରଣ ଥିଲେ ମଧ୍ୟ, ଅନେକେ ନିଜକୁ ଗୁରୁତର ରୋଗୀ ବୋଲି ଭାବୁଛନ୍ତି। ଏହି ପରିସ୍ଥିତିକୁ ଚିକିତ୍ସା ବିଜ୍ଞାନରେ “ହେଲ୍ଥ ଆଞ୍ଜାଇଟି” ବୋଲି କୁହାଯାଏ। ଡାକ୍ତରଙ୍କ କହିବା ଅନୁସାରେ, ଅନେକ ବୃଦ୍ଧ ଲୋକ ନିରନ୍ତର ଭାବରେ ହୃଦ୍‌ରୋଗ, ଷ୍ଟ୍ରୋକ୍ କିମ୍ବା କ୍ୟାନ୍ସର ଭଳି ରୋଗ ହେବାର ଭୟରେ ରହୁଛନ୍ତି। ସେମାନେ ଛୋଟ ଛୋଟ ଶାରୀରିକ ପରିବର୍ତ୍ତନକୁ ମଧ୍ୟ ବଡ଼ ରୋଗର ଲକ୍ଷଣ ବୋଲି ଧରିନେଉଛନ୍ତି। ଏହା ଫଳରେ ସେମାନେ ବାରମ୍ବାର ଡାକ୍ତରଙ୍କ ପାଖକୁ ଯାଉଛନ୍ତି ଓ ଅନାବଶ୍ୟକ ଟେଷ୍ଟ କରାଉଛନ୍ତି।

ଚିକିତ୍ସାଗତ କାରଣ ମିଳେନାହିଁ

ମନୋବିଜ୍ଞାନୀମାନେ କହୁଛନ୍ତି, ଏହା କେବଳ ଶାରୀରିକ ନୁହେଁ, ବରଂ ଗଭୀର ମାନସିକ ସମସ୍ୟା। ଏହାକୁ “ଇଲନେସ ଆଞ୍ଜାଇଟି ଡିସଅର୍ଡର” ବୋଲି କୁହାଯାଏ, ଯାହା ପୂର୍ବରୁ “ହାଇପୋକନ୍ଡ୍ରିଆ” ନାମରେ ପରିଚିତ ଥିଲା। କେତେକ ଘଟଣାରେ ଏହା “ସୋମାଟିକ ସିମ୍ପଟମ ଡିସଅର୍ଡର” ସହିତ ଜଡିତ ଥାଏ, ଯେଉଁଥିରେ ରୋଗୀ ଶରୀରରେ ଅସୁବିଧା ଅନୁଭବ କରେ, କିନ୍ତୁ ସ୍ପଷ୍ଟ ଚିକିତ୍ସାଗତ କାରଣ ମିଳେନାହିଁ। ଏହି ସମସ୍ୟାର କିଛି ପ୍ରମୁଖ କାରଣ ମଧ୍ୟ ଚିହ୍ନଟ ହୋଇଛି। ବୟସ ବଢ଼ିବା ସହିତ ଏକାକୀତ୍ୱ, ପୂର୍ବରୁ କିଛି ଗୁରୁତର ରୋଗର ଅନୁଭବ, ପରିବାରରେ ରୋଗ ସମ୍ପର୍କିତ ଚିନ୍ତା ଓ ଅଧିକ ସମୟ ଟିଭି କିମ୍ବା ଇଣ୍ଟରନେଟରେ ରୋଗ ବିଷୟରେ ପଢ଼ିବା ଏହି ଭୟକୁ ବଢ଼ାଇଦେଉଛି। ଯେଉଁ କାରଣରୁ ସେମାନେ ରୋଗ ବିଷୟରେ ନିରନ୍ତର ଚିନ୍ତା କରୁଛନ୍ତି। ଯାହା ଦ୍ବାରା ସେମାନଙ୍କର ହୃଦ୍‌ସ୍ପନ୍ଦନ ବଢ଼ିଯିବା, ନିଦ ନ ଆସିବା ଓ ଅସ୍ଥିରତା ଅନୁଭବ କରିବା ଆଦି ସମସ୍ୟାର ସମ୍ମୁଖୀନ ହୁଅନ୍ତି। କେତେକ ଲୋକ ଆତଙ୍କରେ ହସ୍ପିଟାଲକୁ ଦୌଡ଼ିଯାନ୍ତି, ଯଦିଓ ତାଙ୍କର ରିପୋର୍ଟ ସାଧାରଣ ଥାଏ।

Sleeping With Lights: ଲାଇଟ୍ ଜଳାଇ ଶୋଉଛନ୍ତି କି? ଜାଣନ୍ତୁ କିପରି ବିଗିଡ଼ିପାରେ ହରମୋନ୍ ସନ୍ତୁଳନ

ବିଶେଷଜ୍ଞମାନଙ୍କ ମତାନୁସାରେ, ଏହାର ସର୍ବୋତ୍ତମ ଚିକିତ୍ସା ହେଉଛି “କଗ୍ନିଟିଭ ବିହେଭିଅରାଲ ଥେରାପି (CBT)”। ଏହି ଥେରାପି ମାଧ୍ୟମରେ ରୋଗୀ ନିଜର ଭୟ ଓ ନେଗେଟିଭ ଚିନ୍ତାକୁ ଚିହ୍ନଟ କରି ସେଥିରେ ପରିବର୍ତ୍ତନ ଆଣିପାରନ୍ତି। ଏହା ସହିତ ଯୋଗ, ଧ୍ୟାନ, ଓ ସାମାଜିକ କାର୍ଯ୍ୟକଳାପ ମଧ୍ୟ ଉପକାରୀ ଅଟେ। ଡାକ୍ତରମାନେ ପରିବାର ସଦସ୍ୟଙ୍କୁ ବୃଦ୍ଧଙ୍କ ସହ ଅଧିକ ସମୟ କଟାଇବାକୁ, ସେମାନଙ୍କ କଥା ଶୁଣିବାକୁ ଓ ମନୋବଳ ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି। ସମୟରେ ମନୋଚିକିତ୍ସକଙ୍କ ପାଖରେ ପରାମର୍ଶ ନେଲେ ଏହି ସମସ୍ୟାକୁ ନିୟନ୍ତ୍ରଣ କରିହେବ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି, ଶାରୀରିକ ସ୍ୱାସ୍ଥ୍ୟ ପରି ମନୋସ୍ୱାସ୍ଥ୍ୟକୁ ମଧ୍ୟ ସମାନ ଗୁରୁତ୍ୱ ଦେବା ଆବଶ୍ୟକ। ସଚେତନତା ବଢ଼ିଲେ ଏହି ପ୍ରକାର ସମସ୍ୟାର ସମାଧାନ ସହଜ ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.