ARTICLE AD BOX
ଧଣ୍ଡାମୁଣ୍ଡା(ସରୋଜ ମିଶ୍ର): ଶ୍ରାବଣ ପ୍ରଥମ ସୋମବାର ବଲାଙ୍ଗୀରଜିଲ୍ଲା ହରିଶଙ୍କରଠାରେ କାଉଡ଼ିଆମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା | ବୋଲ୍ବମ୍ ଧ୍ବନିରେ ହରିଶଙ୍କର ପୀଠ କମ୍ପିଥିଲା।
ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବନ୍ତ୍ରତ ବ୍ୟବସ୍ଥା
ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ପାପନାଶିନୀ ଝରଣାରେ ସ୍ନାନକରି ଜଳ ଉଠାଇ ମନ୍ଦିରକୁ ଯାଇ ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ପରେ ଜଳ ଚଢ଼ାଇଥିଲେ । ଭିଡ଼ ନିୟନ୍ତ୍ରଣ ପାଇଁ ମନ୍ଦିର ପ୍ରଶାସନ ତରଫରୁ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରାଯାଇଥିଲା। ସେହିପରି କନ୍ଦରାଭଟା ଜଳ ମହାଦେବଠାରେ ମଧ୍ୟ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

2 months ago
15


