ARTICLE AD BOX
ଭୋପାଳ/ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଆଗାମୀ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି। ଏହାସହ ଗତ କିଛି ଦିନ ହେବ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀଙ୍କ ଆଗାମୀ ରାଜ୍ୟସଭା କାର୍ଯ୍ୟକାଳକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ୭୪ ବର୍ଷୀୟ ପୁରୀଙ୍କ ନାମକୁ ଆନୁଷ୍ଠାନିକ ଅନୁମୋଦନ ଦେଇଥିବା ଦଳ ପକ୍ଷରୁ ଏକ ବିଜ୍ଞପ୍ତି ଜରିଆରେ କୁହାଯାଇଛି।
ପୁରୀଙ୍କ ନାଁ ନଥିବାରୁ ରାଜନୈତିକ ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏଲ୍. ମୁରୁଗାନଙ୍କ ଇସ୍ତଫା ପରେ ମଧ୍ୟପ୍ରଦେଶରୁ ଖାଲି ପଡ଼ିଥିବା ଏକମାତ୍ର ରାଜ୍ୟସଭା ଆସନ ପାଇଁ ଏହି ଉପ-ନିର୍ବାଚନ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ଏକମାତ୍ର ସିଖ୍ ଚେହେରା ଭାବେ ପ୍ରତିନିଧିତ୍ୱ କରୁଥିବା ପୁରୀ ଏହାପୂର୍ବରୁ ଉତ୍ତରପ୍ରଦେଶରୁ ରାଜ୍ୟସଭାକୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିଲେ, ଯାହାର କାର୍ଯ୍ୟକାଳ ଆସନ୍ତା ନଭେମ୍ବରରେ ଶେଷ ହେଉଛି। ଉତ୍ତରପ୍ରଦେଶରୁ ବିଜେପି ପ୍ରକାଶ କରିଥିବା ୮ ଜଣିଆ ପ୍ରାର୍ଥୀ ତାଲିକାରେ ପୁରୀଙ୍କ ନାଁ ନଥିବାରୁ ତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା।ମଧ୍ୟପ୍ରଦେଶ ରାଜ୍ୟସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ନଭେମ୍ବର ୨ ଧାର୍ଯ୍ୟ କରାଯାଇଛି। ନଭେମ୍ବର ୩ ରେ ନାମାଙ୍କନ ଯାଞ୍ଚ ଏବଂ ନଭେମ୍ବର ୫ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଆସନ୍ତା ନଭେମ୍ବର ୧୨ ତାରିଖ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ଗ୍ରହଣ କରାଯିବ ଏବଂ ସେହିଦିନ ସନ୍ଧ୍ୟା ୫ଟାରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।
ବାତ୍ୟା ‘ଅର୍ଣ୍ଣବ’ ଯୋଗୁ ଆନ୍ଧ୍ର ଓ ଓଡ଼ିଶାରେ ପ୍ରବଳ ବର୍ଷା: ରେଳ ଓ ବିମାନ ସେବା ପ୍ରଭାବିତ

1 hour ago
1


