ARTICLE AD BOX
ନୂଆଦିଲ୍ଲୀ: ପିଜୁଳି ଖାଇବାକୁ ଭଲ ପାଆନ୍ତି, ହେଲେ ମଞ୍ଜିକୁ ନେଇ ମନରେ ରହିଛି ଡର! ପିଲାଦିନରୁ ଅନେକେ ଶୁଣିଥିବେ, ପିଜୁଳି ମଞ୍ଜି ଖାଇଲେ ପେଟରେ ଯନ୍ତ୍ରଣା ହୁଏ। ଏମିତିକି କେହି କେହି ପିଜୁଳି ଖାଇବା ବେଳେ ମଞ୍ଜି ବାହାର କରିଦିଅନ୍ତି। ହେଲେ ଏହା ପଛରେ ରହିଛି କି ବାସ୍ତବତା, ନା ଏହା କେବଳ ଏକ ଧାରଣା? ପିଜୁଳି ମଞ୍ଜି ପେଟ ପାଇଁ କ୍ଷତିକାରକ କି ନୁହେଁ, ଆସନ୍ତୁ ଜାଣିବା।
ପିଜୁଳି ଏକ ପୁଷ୍ଟିକର ଫଳ। ଏଥିରେ ଫାଇବର୍ ସହ ଅନେକ ଉପକାରୀ ପୋଷକତତ୍ତ୍ୱ ରହିଛି। ସାଧାରଣତଃ ପିଜୁଳି ମଞ୍ଜି ଖାଇବା ଦ୍ୱାରା ପେଟ ଯନ୍ତ୍ରଣା ହୁଏ ବୋଲି କୌଣସି ଠୋସ୍ ପ୍ରମାଣ ନାହିଁ। ତେବେ ପିଜୁଳି ଖାଇବା ବେଳେ ଏହାକୁ ଭଲ ଭାବେ ନ ଚୋବାଇଲେ କିମ୍ବା ଅଧିକ ପରିମାଣରେ ଖାଇଲେ ପେଟ ଭାରି ଲାଗିବା, ଗ୍ୟାସ୍, ପେଟ ଫୁଲିବା ଓ ମୋଡ଼ି ହେବା ଭଳି ସମସ୍ୟା ହୋଇପାରେ। ବିଶେଷକରି ଯେଉଁମାନଙ୍କର ପୂର୍ବରୁ କୋଷ୍ଠକାଠିନ୍ୟ, ଆଇବିଏସ୍ ବା ଅନ୍ୟ ପାଚନ ସମସ୍ୟା ରହିଛି, ସେମାନେ ପିଜୁଳି ଖାଇବା ପରେ ଅସ୍ୱସ୍ତି ଅନୁଭବ କରିପାରନ୍ତି।
Hand Arthritis: ଡବା ଖୋଲିବା ବେଳେ ହାତରେ ଯନ୍ତ୍ରଣା ହେଉଛି କି? ଜାଣନ୍ତୁ ଆର୍ଥ୍ରାଇଟିସର ଏହି ପ୍ରାରମ୍ଭିକ ଲକ୍ଷଣ,
ତେଣୁ ସମସ୍ତଙ୍କ ପାଇଁ ମଞ୍ଜି କ୍ଷତିକାରକ ବୋଲି ଭାବିବା ଠିକ୍ ନୁହେଁ। ପିଜୁଳି ଖାଇବା ବେଳେ କିଛି ଛୋଟ କଥା ଉପରେ ଧ୍ୟାନ ଦେଲେ ପାଚନଜନିତ ଅସୁବିଧାକୁ ଏଡ଼ାଇ ହେବ। ପ୍ରଥମେ, ପିଜୁଳିକୁ ଧୀରେ ଧୀରେ ଭଲ ଭାବେ ଚୋବାଇ ଖାଆନ୍ତୁ। ଏକାଥରକେ ଅଧିକ ପରିମାଣରେ ଖାଆନ୍ତୁ ନାହିଁ। ନିଜ ଶରୀରର ପାଚନ କ୍ଷମତା ଅନୁସାରେ ଏହାକୁ ଖାଇବା ଉଚିତ। ପିଜୁଳି ଖାଇବା ପରେ ପାଣି ପିଇବାକୁ ନେଇ ମଧ୍ୟ ଅନେକ ଧାରଣା ରହିଛି। ହେଲେ ପିଜୁଳି ପରେ ପାଣି ପିଇଲେ ନିଶ୍ଚିତ ଭାବେ ପେଟ ଖରାପ ହୁଏ ବୋଲି ଠୋସ୍ ପ୍ରମାଣ ନାହିଁ। ଯଦି କୌଣସି ଖାଦ୍ୟ ଖାଇବା ପରେ ଆପଣଙ୍କୁ ବାରମ୍ବାର ଅସୁବିଧା ହେଉଛି, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ଯେଉଁମାନଙ୍କର ପାଇଲ୍ସ, ଦାନ୍ତ କିମ୍ବା ମାଢ଼ି ସମସ୍ୟା ଅଛି, ସେମାନେ ନିଜ ସୁବିଧା ଅନୁସାରେ ପିଜୁଳି ଖାଇପାରିବେ। ଦୀର୍ଘକାଳୀନ ପାଚନ ସମସ୍ୟା ଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ମନେରଖନ୍ତୁ, ପିଜୁଳି ମଞ୍ଜି ନୁହେଁ, ବରଂ ଅଧିକ ପରିମାଣରେ ଖାଇବା ଓ ପାଚନ ସମସ୍ୟା ଅନେକ ସମୟରେ ଅସ୍ୱସ୍ତିର କାରଣ ହୋଇପାରେ। ସେଥିପାଇଁ ଭୟ ନୁହେଁ, ସଚେତନତା ଜରୁରୀ।

46 minutes ago
1


