ARTICLE AD BOX
ନୂଆଦିଲ୍ଲୀ: ଦୀର୍ଘ ୩୭୪ ଦିନର ବ୍ୟବଧାନ ପରେ ଆସନ୍ତା ସେପ୍ଟେମ୍ବର ୧୨ରେ ଜିଏସ୍ଟି ପରିଷଦର ବୈଠକ ହେବାକୁ ଯାଉଛି। ଏଥିରେ କେତେକ ନିୟମ ପାଳନ ପ୍ରକ୍ରିୟାର ସରଳୀକରଣ ଓ ମୋବାଇଲ୍ ଫୋନ୍ ଉପରୁ ଜିଏସ୍ଟି କମ୍ କରିବା ଉପରେ ଆଲୋଚନା ହେବା ସମ୍ଭାବନା ରହିଛି। ଚିପ୍ ଓ ମେମୋରି ଦାମ୍ ବଢ଼ିବା ପରେ ବର୍ତ୍ତମାନ ସ୍ମାର୍ଟଫୋନ୍ ଦରରେ ୫୦୦୦ ଟଙ୍କାରୁ ଅଧିକ ବୃଦ୍ଧି ଘଟିିଛି। ଦାମୀ ମଡେଲ୍ଗୁଡ଼ିକର ଦାମ୍ ଆହୁରି ଅଧିକ ବଢ଼ିଛି। ଏଭଳି ସମୟରେ ମୋବାଇଲ୍ ଫୋନ୍ ଉପରେ ଜିଏସ୍ଟି ହ୍ରାସ ଆବଶ୍ୟକ ହୋଇପଡ଼ିଛି। ବର୍ତ୍ତମାନ ଫୋନ୍ ଉପରେ ୧୮ ପ୍ରତିଶତ ଜିଏସ୍ଟି ରହିଛି। ତାହାକୁ ଆହୁରି କମ୍ କରିବା ସଂକ୍ରାନ୍ତରେ ବିଚାର କରାଯାଇପାରେ।
ଆହୁରି ପଢନ୍ତୁ: Youth Arrested ଟ୍ରାଫିକ ୱାଡେର୍ନଙ୍କ ଉପରେ ଦବଙ୍ଗଗିରି, ଯୁବକ ଗିରଫ
କିନ୍ତୁ ତାପୂର୍ବରୁ ପରିଷଦ ଦେଖିବେ ଯେ ପୂର୍ବରୁ ଜିଏସ୍ଟି ହାରରେ ହୋଇଥିବା ହ୍ରାସର ଲାଭ ପ୍ରକୃତରେ ଗ୍ରାହକଙ୍କ ପାଖରେ ଠିକ୍ ଭାବେ ପହଞ୍ଚିଛି ନା ନାହିଁ। ସବୁଠୁ ବଡ଼ ସମସ୍ୟା ଭାବେ ଓଲଟା ଟିକସ ଢାଞ୍ଚାକୁ ଦେଖାଯାଉଛି ଯେଉଁଥିରେ ଆଗରୁ ଦିଆଯାଉଥିବା ଟିକସ ପରିମାଣ ଚୂଡ଼ାନ୍ତ ଟିକସ ହିସାବଠାରୁ ଅଧିକ ହୋଇଯାଉଛି। ସେଭଳି କ୍ଷେତ୍ରରେ ନିର୍ମାତା, ବୟନ, ଫାର୍ମା ଓ ଏଫ୍ଏମ୍ସିଜି କମ୍ପାନିଗୁଡ଼ିକର ପାଣ୍ଠି ଅଯଥାରେ ପଡ଼ିରହୁଛି। ଚଳିତ ବର୍ଷ ବଜେଟ୍ରେ ଟିକସ ରିଫଣ୍ଡ୍କୁ ନେଇ ବ୍ୟବସ୍ଥା ହେବା ପରେ ସେମାନଙ୍କୁ କିଛିଟା ଆଶ୍ବସ୍ତି ମିଳିଛି। କିନ୍ତୁ ସେଥିରେ ଇନ୍ପୁଟ୍ ସେବାକୁ ଯୋଡ଼ାଯାଇନଥିବାରୁ ଏବେବି ସମସ୍ୟା ରହିଛି। ଏହାକୁ ବ୍ୟବସ୍ଥିତ କରିବା ପାଇଁ ନିୟମରେ ପରିବର୍ତ୍ତନ ଆବଶ୍ୟକ।
ଆହୁରି ପଢନ୍ତୁ: Tungi Suraksha Samiti ନିଖିଳ ଓଡ଼ିଶା ଭାଗବତ ଟୁଙ୍ଗି ସୁରକ୍ଷା ସମିତିର କର୍ମକର୍ତ୍ତା ବୈଠକ
ଜିଏସ୍ଟି ପରିଷଦ ବୈଠକରେ ଆଲୋଚନା ହେବା ପାଇଁ ଆଉ ଏକ ପ୍ରସଙ୍ଗ ହେଉଛି କ୍ଷତିପୂରଣ ସେସ୍। ସେହିପରି ଏକାଧିକ ରାଜ୍ୟରେ କାରବାର କରୁଥିବା ସଂସ୍ଥାଗୁଡ଼ିକ ସ୍ବୟଂକ୍ରିୟ ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ହସ୍ତାନ୍ତର ହେଉ ବୋଲି ଚାହୁଛନ୍ତି। ନିର୍ମାଣ ଓ କାର୍ଯ୍ୟ ଚୁକ୍ତି ବାବଦରେ ଅଟକି ରହିଥିବା ଋଣ ବିଷୟରେ ମଧ୍ୟ ପରିଷଦର ଆଗାମୀ ବୈଠକରେ ଆଲୋଚନା ହେବା ସମ୍ଭାବନା ରହିଛି।
ଗତବର୍ଷ ସେପ୍ଟେମ୍ବରରେ ଅନୁଷ୍ଠିତ ଜିଏସ୍ଟି ପରିଷଦ ବୈଠକରେ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଥିଲା।
୨୦୧୭ରେ ଲାଗୁ ହୋଇଥିବା ୫%, ୧୨%, ୧୮% ଓ ୨୮%ର ଚାରିଥାକିଆ ଢାଞ୍ଚାରେ ପରିବର୍ତ୍ତନ କରି ୫% ଓ ୧୮%ର ଦୁଇଥାକିଆ ଜିଏସ୍ଟି ବ୍ୟବସ୍ଥା ଲାଗୁ କରାଯାଇଛି। ଏହା ବ୍ୟତୀତ ହାନିକାରକ ପଦାର୍ଥ ଉପରେ ୪୦ ପ୍ରତିଶର ସ୍ବତନ୍ତ୍ର ଟିକସ ଲଗାଯାଇଥିଲା। ଏହାର ପ୍ରଭାବରେ ନିତିଦିନିଆ ବ୍ୟବହାର ହେଉଥିବା ଖାଦ୍ୟ ସାମଗ୍ରୀ, ଔଷଧ, ଗାଡ଼ି, କୃଷି ଉପକରଣ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ଏସି ଓ ଡିସ୍ୱାସର୍ ଆଦି ଶସ୍ତା ହୋଇଥିଲା। ଟିଭି ଉପରେ ୧୮ ପ୍ରତିଶତ ଶୁଳ୍କ ଲଗାଯାଇଥିଲା। ମୋବାଇଲ୍ ଫୋନ୍କୁ ସେହି ୧୮%ରେ ଅପରିବର୍ତ୍ତିତ ରଖାଯାଇଥିଲା।

1 hour ago
1


