Green Energy Projects: ପମ୍ପ୍‌ଡ ହାଇଡ୍ରୋ ଷ୍ଟୋରେଜ୍‌ ପ୍ରକଳ୍ପ ପାଇଁ ଆବେଦନ ଆହ୍ବାନ: ଡିସେମ୍ବର ୮ ପର୍ଯ୍ୟନ୍ତ ପଞ୍ଜୀକରଣ

42 minutes ago 1
ARTICLE AD BOX

ଭୁବନେଶ୍ବର:ଜୀବାଶ୍ମ ଇନ୍ଧନ ଭିତ୍ତିକ ଶକ୍ତି କ୍ଷେତ୍ରରୁ ସବୁଜ ଶକ୍ତି ଆଡ଼କୁ ହେଉଥିବା ପରିବର୍ତ୍ତନରେ ଓଡ଼ିଶା ସରକାର ବିଭିନ୍ନ ପ୍ରକାର ଉତ୍ସରୁ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କରିବା ଉପରେ ଜୋର ଦେଉଛନ୍ତି। ସେଥିରୁ ଗୋଟିଏ ଉତ୍ସ ହେଉଛି ପମ୍ପଡ୍‌ ହାଇଡ୍ରୋ ଷ୍ଟୋରେଜ୍‌ ପ୍ରକଳ୍ପ (ପିଏସ୍‌ପି)। ରାଜ୍ୟରେ ଅଧିକରୁ ଅଧିକୁ ପିଏସ୍‌ପି ପ୍ରକଳ୍ପ ସ୍ଥାପନ କରିବା ଲାଗି ନିବେଶକମାନଙ୍କୁଠାରୁ ଆବେଦନ ଆହ୍ବାନ କରାଯାଇଛି। ଏଥିପାଇଁ ସ୍ବତନ୍ତ୍ର ପଞ୍ଜୀକରଣ ବ୍ୟବସ୍ଥା ଖୋଲାଯାଇଛି। ଚଳିତ ମାସ ୯ରୁ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ନିବେଶକମାନେ ଏଥିପାଇଁ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ ପୋର୍ଟାଲ ହେଉଛି https://portalgreenenergyinvest.odisha.gov.in।

ବିଦ୍ୟୁତ୍‌ ସଂରକ୍ଷଣ କରାଯାଇପାରିବ

ଶକ୍ତି ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ପମ୍ପ୍‌ଡ ହାଇଡ୍ରୋ ଷ୍ଟୋରେଜ୍‌ ମାଧ୍ୟମରେ ବିଦ୍ୟୁତ୍‌ ସଂରକ୍ଷଣ କରାଯାଇପାରିବ। ବିଶେଷକରି ସୌର ଓ ପବନ ଭଳି ଅକ୍ଷୟ ଶକ୍ତିରୁ ଉତ୍ପାଦିତ ବିଦ୍ୟୁତ୍‌କୁ ସଂରକ୍ଷଣ କରି ପରେ ଆବଶ୍ୟକ ସମୟରେ ବ୍ୟବହାର କରିବାରେ ଏହା ସହାୟକ ହେବ। ବିଦ୍ୟୁତ୍‌ ଗ୍ରିଡ୍‌ର ସନ୍ତୁଳନ ରକ୍ଷାରେ ମଧ୍ୟ ଏହାର ଗୁରୁତ୍ୱ ରହିଛି। ଓଡ଼ିଶାରେ ଏଭଳି ପ୍ରକଳ୍ପ ପାଇଁ ବେଶ୍‌ ସମ୍ଭାବନା ରହିଛି। ଏହି ପଦକ୍ଷେପ ମାଧ୍ୟମରେ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ନୂଆ ନିବେଶ ଆସିବା ସହ ଘରୋଇ କ୍ଷେତ୍ରର ସହ‌ଯୋଗିତା ବଢ଼ିବ ବୋଲି ସରକାର ଆଶା ରଖିଛନ୍ତି। ଏଥିସହ ରାଜ୍ୟର ଶକ୍ତି ଭିତ୍ତିଭୂମି ଆହୁରି ମଜଭୁତ ହୋଇପାରିବ।

Supreme Court: ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମାମଲା: ଶୀଘ୍ର ଶୁଣାଣି ଦାବି ଉପରେ ସୁପ୍ରିମକୋର୍ଟ କହିଲେ, ଆମ ପାଇଁ ସମସ୍ତେ ସମାନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.