Gold price: ବର୍ତ୍ତମାନର ଦର ହ୍ରାସ ଏକ ଭଲ ସୁଯୋଗ: ଡ. ସଞ୍ଜୟ ହଂସ

1 hour ago 1
ARTICLE AD BOX

ସୁନା ଦରରେ ସାମୟିକ ହ୍ରାସକୁ ଗହଣା କିଣାକିଣି ପାଇଁ ଏକ ଭଲ ସୁଯୋଗ ବୋଲି କହିଛନ୍ତି ଲାଲଚନ୍ଦ୍‌ ଜୁଏଲର୍ସର ଅଧ୍ୟକ୍ଷ ଡ. ସଞ୍ଜୟ ହଂସ। ତାଙ୍କ ମତରେ, ବିଶ୍ୱ ଅର୍ଥନୈତିକ ଅନିଶ୍ଚିତତା ଓ ଭୂ-ରାଜନୈତିକ ଉତ୍ତେଜନା ସତ୍ତ୍ୱେ ଦୀର୍ଘକାଳୀନ ଭାବେ ସୁନାର ଚାହିଦା ରହିବ। ଚଳିତ ପାର୍ବଣ ଋତୁରେ ଗହଣା ବଜାରକୁ ନେଇ ସେ ଆଶାବାଦୀ ଥିବାବେଳେ ଧନତେରସ୍‌ ପାଇଁ ଲାଲଚନ୍ଦ୍‌ ଜୁଏଲର୍ସର ‘ଡବଲ୍ ଧମାକା’ ଅଫର୍‌ରେ ସୁନା ଚେନ୍‌, ହୀରା ଓ ରୁପା ଗହଣା ଉପରେ ବିଭିନ୍ନ ସୁବିଧା ଘୋଷଣା କରାଯାଇଛି। ହାଲୁକା ଗହଣା, ସ୍ୱଚ୍ଛ ବିଲିଂ ଓ କମ୍‌ ଗଢ଼ା ମଜୁରି ପାଇଁ ଲାଲଚନ୍ଦ୍‌ ଜୁଏଲର୍ସକୁ ଗ୍ରାହକମାନେ ଅଧିକ ସଂଖ୍ୟାରେ ପସନ୍ଦ କରୁଛନ୍ତି ବୋଲି ଡ. ହଂସ ଏକ ସାକ୍ଷାତ୍‌କାରରେ କହିଛନ୍ତି।

ସଂପ୍ରତି ସୁନା ଦର ୪ ମାସର ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି। ମୂଲ୍ୟରେ ଏହି ହ୍ରାସ କିଭଳି ଓଡ଼ିଶା ଗ୍ରାହକଙ୍କ ମନୋଭାବ ଓ କ୍ରୟକୁ ପ୍ରଭାବିତ କରିଛି? 
ଏହା ଏକ ସାମୟିକ ଦର ସଂଶୋଧନ। ସୁନାର ଦୀର୍ଘକାଳୀନ ଅଭିବୃଦ୍ଧି କାହାଣୀ ଏଠାରେ ଶେଷ ହୋଇନାହିଁ। ମୋ ମତରେ, ବର୍ତ୍ତମାନ ସୁନା କିଣିବା ପାଇଁ ଏହା ଏକ ଭଲ ସୁଯୋଗ। ଅନ୍ତର୍ଜାତୀୟ ପରିସ୍ଥିତି ଯୋଗୁଁ ସୁନା ଦରରେ ଏହି ହ୍ରାସ ଘଟିଛି। ତେବେ ବିଶ୍ୱ ଅର୍ଥନୈତିକ ଅନିଶ୍ଚିତତା, ଭୂ-ରାଜନୈତିକ ଉତ୍ତେଜନା, ମୁଦ୍ରାସ୍ଫୀତି ଆଶଙ୍କା ଏବଂ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ସୁନା କ୍ରୟ ଜାରି ରହିଥିବାରୁ ଭବିଷ୍ୟତରେ ସୁନାର ଚାହିଦା ଓ ଦର ବୃଦ୍ଧି ନେଇ ମୁଁ ଦୃଢ଼ ଆଶାବାଦୀ ରହିଛି।

ସୁନା ଦର ହ୍ରାସ ଅଧିକ ଗ୍ରାହକଙ୍କୁ ଗହଣା ଦୋକାନକୁ ଆକର୍ଷିତ କରିବ ନା ଦର ଆହୁରି କମିବାକୁ ସେମାନେ ଅପେକ୍ଷା କରିବେ ବୋଲି ମନେ କରୁଛନ୍ତି?
ଯଦିଓ ସ୍ୱଳ୍ପକାଳୀନ ଦର ଉତ୍‌ଥାନ ପତନକୁ ଏଡ଼ାଇ ହେବ ନାହିଁ ତଥାପି ମୋର ବିଶ୍ୱାସ ଆଗାମୀ ବର୍ଷଗୁଡ଼ିକରେ ସୁନା ଦରରେ ଯଥେଷ୍ଟ ବୃଦ୍ଧି ହୋଇପାରେ। ବିବାହ, ପର୍ବପର୍ବାଣୀ କିମ୍ବା ପରିବାରର ସଞ୍ଚୟ ପାଇଁ ସୁନା କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍କୁ ମୋର ପରାମର୍ଶ ହେଉଛି, ବର୍ତ୍ତମାନର ଦର ହ୍ରାସକୁ ଏକ ଭଲ ସୁଯୋଗ ଭାବେ ବିଚାର କରନ୍ତୁ। ଦର ଆହୁରି କମିବା ଅପେକ୍ଷାରେ ଅନିଶ୍ଚିତ ସମୟ ପର୍ଯ୍ୟନ୍ତ ଅପେକ୍ଷା ନକରି ନିଜର ଆବଶ୍ୟକତା ଓ ଆର୍ଥିକ ସାମର୍ଥ୍ୟ ଅନୁସାରେ କିଣାକିଣି କରିବା ଉଚିତ।

ଚଳିତ ପାର୍ବଣ ଋତୁରେ ଗହଣା ବଜାର କିପରି ରହିଛି? ଗତବର୍ଷ ତୁଳନାରେ ସୁନା, ହୀରା ଓ ରୁପା ଗହଣାର ଚାହିଦା ବଢ଼ିବ ବୋଲି ଭାବୁଛନ୍ତି କି?
ଚଳିତ ପୂଜା ଋତୁରେ ଲାଲଚନ୍ଦ୍‌ ଜୁଏଲର୍ସ ରେକର୍ଡ ପରିମାଣର ବିକ୍ରି କରିଛି। ଆମର ପ୍ରିୟ ଗ୍ରାହକଙ୍କ ଭଲପାଇବା ଓ ସମର୍ଥନ ପାଇଁ ଆମେ ଅତ୍ୟନ୍ତ କୃତଜ୍ଞ।

ବର୍ତ୍ତମାନ ଗ୍ରାହକ କେଉଁ ପ୍ରକାର ଗହଣା ଅଧିକ ପସନ୍ଦ କରୁଛନ୍ତି? ହାଲୁକା ଗହଣା, ପାରମ୍ପରିକ ଡିଜାଇନ୍‌, ହୀରା ଗହଣା ନା କମ୍ ମୂଲ୍ୟର ଗହଣା?
ବିଶ୍ୱରେ ଅସ୍ଥିରତା ଯୋଗୁଁ ଜୀବନଯାପନ ଖର୍ଚ୍ଚ ବଢ଼ୁଛି। ଏହା ସହିତ ଆଜିର ଦ୍ରୁତଗତିର ଜୀବନଶୈଳୀକୁ ଦେଖିଲେ ହାଲୁକା ଓ ଦୈନନ୍ଦିନ ବ୍ୟବହାର ଉପଯୋଗୀ ଗହଣାର ଚାହିଦା ବଢ଼ିଛି। ଅର୍ଥାତ୍‌, ଗ୍ରାହକମାନେ ଅଧିକ ସୁଲଭ ମୂଲ୍ୟର ଗହଣାକୁ ପସନ୍ଦ କରୁଛନ୍ତି। ତେବେ ଭାରତୀୟ ଭାବେ ଆମର ପାରମ୍ପରିକ ଗହଣା ପ୍ରତି ଆକର୍ଷଣ ସବୁବେଳେ ରହିଛି। ତେଣୁ ପାରମ୍ପରିକ ସୁନା ଗହଣାର ଚାହିଦା ମଧ୍ୟ ଭଲ ରହିଛି। ହୀରା ଗହଣା କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି। ଲାଲଚନ୍ଦ୍‌ ଜୁଏଲର୍ସର ଉଦ୍ୟମ ଯୋଗୁଁ ଗ୍ରାହକମାନେ ଗହଣା କିଣିବା ସମୟରେ ଗଢ଼ା ମଜୁରି ବିଷୟରେ ଅଧିକ ସଚେତନ ହୋଇଛନ୍ତି। ଅନେକ ସମୟରେ ଅଧିକ ଏବଂ ଲୁକ୍କାୟିତ ଗଢ଼ା ମଜୁରି ଗ୍ରାହକଙ୍କ ବିଲ୍‌କୁ ଅଯଥାରେ ବଢ଼ାଇଥାଏ। ଏବେ ଗ୍ରାହକମାନେ ଗହଣା ବ୍ରାଣ୍ଡ୍‌ଗୁଡ଼ିକଠାରୁ ଅଧିକ ସ୍ୱଚ୍ଛତା ଓ ସଚ୍ଚୋଟତା ଆଶା କରୁଛନ୍ତି।

ଧନତେରସ୍‌ରେ ସୁନା କିଣିବାକୁ ଶୁଭ ମନେ କରାଯାଏ। ଚଳିତ ବର୍ଷ ଏହି ଅବସରରେ ବିକ୍ରି କିପରି ରହିବ ବୋଲି ଆପଣ ଆଶା କରୁଛନ୍ତି? ଗତବର୍ଷ ତୁଳନାରେ ଚାହିଦା ବଢ଼ିବ କି?
ଚଳିତ ବର୍ଷ ଧନତେରସ୍‌ ବିକ୍ରିକୁ ନେଇ ମୁଁ ବେଶ୍ ଆଶାବାଦୀ ରହିଛି। ପୂର୍ବରୁ କହିଛି ବର୍ତ୍ତମାନ ସୁନା ଦର ଆକର୍ଷଣୀୟ ସ୍ତରରେ ରହିଛି। ଏହା ସହିତ ଆମର ‘ଡବଲ୍ ଧମାକା’ ଅଫର୍‌ରେ ବଜାରର ସର୍ବନିମ୍ନ ଗଢ଼ା ମଜୁରିର ସୁବିଧା ରହିଛି। ତେଣୁ ଏହା କେବଳ ଶୁଭ ସମୟ ନୁହେଁ, ସୁନା କିଣିବା ପାଇଁ ମଧ୍ୟ ଏକ ଉପଯୁକ୍ତ ସମୟ।

ଧନତେରସ୍‌ ଓ ଦୀପାବଳି ଅବସରରେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଲାଲଚନ୍ଦ୍‌ ଜୁଏଲର୍ସ କେଉଁ ସ୍ୱତନ୍ତ୍ର ରିହାତି ଓ ସୁବିଧା ଘୋଷଣା କରିଛି?
ଆମର ‘ଡବଲ୍ ଧମାକା’ ଅଭିଯାନରେ ଦୁଇଟି ମୁଖ୍ୟ ଆକର୍ଷଣ ରହିଛି। ଗୋଟିଏ ହେଲା ୨୨ କ୍ୟାରେଟ୍‌ର ଏଚ୍‌ୟୁଆଇଡି ମାନ୍ୟତାପ୍ରାପ୍ତ ମେସିନ୍‌ ନିର୍ମିତ ସୁନା ଚେନ୍‌ ଉପରେ ମାତ୍ର ୪.୯୯% ଗଢ଼ା ମଜୁରି ଏବଂ ଅନ୍ୟ ସମସ୍ତ ୨୨ କ୍ୟାରେଟ୍‌ ଏଚ୍‌ୟୁଆଇଡି ସୁନା ଗହଣା ଉପରେ ମାତ୍ର ୭.୯୯% ଗଢ଼ା ମଜୁରି। ଏଥିସହିତ ଆଇଜିଆଇ ପ୍ରମାଣିତ ହୀରା ମୂଲ୍ୟ ଉପରେ ୨୫% ରିହାତି। ସମସ୍ତ ରୁପା ଗହଣା ଉପରେ ଶୂନ୍ୟ ଗଢ଼ା ମଜୁରି। ଆମର ‘ସୋନେ ପେ ସୁହାଗା’ କିସ୍ତି ଯୋଜନାରେ କିଣାଯାଉଥିବା ସମସ୍ତ ସୁନା ଗହଣା ଉପରେ ମଧ୍ୟ ଶୂନ୍ୟ ଗଢ଼ା ମଜୁରିର ସୁବିଧା ରହିଛି।

ସୁନା ଦର ଏବେ ମଧ୍ୟ ଅଧିକ ଥିବାରୁ ମଧ୍ୟବିତ୍ତ ପରିବାରଗୁଡ଼ିକ ନିଜ ବଜେଟ୍‌ ମଧ୍ୟରେ ଗହଣା କିଣିବା ପାଇଁ ଆପଣମାନେ କିପରି ସହାୟତା କରୁଛନ୍ତି?
ଆମର କମ୍ ଗଢ଼ା ମଜୁରି, ସ୍ୱଚ୍ଛ ବିଲ୍‌ ବ୍ୟବସ୍ଥା, ବିଭିନ୍ନ ପ୍ରକାରର ଗହଣା ସମ୍ଭାର ଏବଂ ଅଧିକ ବିକ୍ରି, କମ୍ ଲାଭ ନୀତି ଏହାର ଉଦାହରଣ। ସୁନାର ଶୁଦ୍ଧତା, ନ୍ୟାୟସଙ୍ଗତ ପୁରୁଣା ସୁନା ବଦଳ ବ୍ୟବସ୍ଥା ଏବଂ ଗହଣା ଶିଳ୍ପରେ ରହିଥିବା ଭ୍ରମାତ୍ମକ ଅଫର୍‌ ଓ ଅଧିକ ଗଢ଼ା ମଜୁରି ଭଳି ଅନୈତିକ ପ୍ରଥା ବିଷୟରେ ଗ୍ରାହକଙ୍କୁ ସଚେତନ କରିବା ପାଇଁ ଆମେ ସବୁବେଳେ ଉଦ୍ୟମ କରିଆସିଛୁ। ମୁଁ ନିଜେ ମଧ୍ୟବିତ୍ତ ପରିବାରରେ ବଢ଼ିଛି। ତେଣୁ ନିଜ ପରିବାରର ସ୍ୱପ୍ନ ପୂରଣ ପାଇଁ ମଧ୍ୟବିତ୍ତ ପରିବାରଗୁଡ଼ିକ କେତେ ପରିଶ୍ରମ କରନ୍ତି, ତାହା ମୁଁ ଭଲ ଭାବେ ବୁଝିପାରେ।

ଗତ କିଛି ବର୍ଷ ମଧ୍ୟରେ ଭୁବନେଶ୍ୱରରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଗହଣା ବ୍ରାଣ୍ଡ୍‌ର ନୂଆ ଦୋକାନ ଖୋଲିଛି। ଏହି ବଢ଼ୁଥିବା ପ୍ରତିଯୋଗିତାକୁ ଆପଣ କିପରି ଦେଖୁଛନ୍ତି? ଏହା ସ୍ଥାନୀୟ ପ୍ରତିଷ୍ଠିତ ବ୍ରାଣ୍ଡ୍‌ ପାଇଁ କେଉଁ ଆହ୍ୱାନ ଓ ସୁଯୋଗ ଆଣିଛି?
ନିଶ୍ଚିତ ଭାବେ ପ୍ରତିଯୋଗିତା ବଢ଼ିଛି। କିନ୍ତୁ ଏହା ସହିତ ଓଡ଼ିଶାର ସବୁଠାରୁ ବିଶ୍ୱସନୀୟ ଗହଣା ବ୍ରାଣ୍ଡ୍‌ ଭାବେ ଲାଲଚନ୍ଦ୍‌ ଜୁଏଲର୍ସ ନିଜର ସ୍ଥାନ ବଜାୟ ରଖିଛି। ଗ୍ରାହକଙ୍କୁ ଅଧିକ ମୂଲ୍ୟର ସୁବିଧା ଦେବା, ଗହଣା କିଣିବାର ଅଭିଜ୍ଞତାକୁ ଉନ୍ନତ କରିବା ଏବଂ ସେମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଆମେ ସବୁବେଳେ ଉଦ୍ୟମ କରୁଛୁ। ଯେପର୍ଯ୍ୟନ୍ତ ଆମେ ଏହି ଉଦ୍ୟମ ଜାରି ରଖିବୁ ଏବଂ ଓଡ଼ିଶାବାସୀଙ୍କ ଭଲପାଇବା ଓ ସମର୍ଥନ ପାଇବୁ, ସେପର୍ଯ୍ୟନ୍ତ ଆମେ ପ୍ରତିଯୋଗିତାକୁ ଆହ୍ୱାନ ଭାବେ ନୁହେଁ ବରଂ ଗ୍ରାହକଙ୍କୁ ଆହୁରି ଭଲ ସେବା ଯୋଗାଇବାର ସୁଯୋଗ ଭାବେ ଦେଖୁଛୁ।

ଲାଲଚନ୍ଦ୍‌ ଜୁଏଲର୍ସକୁ ଗ୍ରାହକ କାହିଁକି ପସନ୍ଦ କରନ୍ତି?
ପୂର୍ବରୁ କହିଥିବା ସମସ୍ତ ବିଷୟ ବ୍ୟତୀତ ଲାଲଚନ୍ଦ୍‌ ଜୁଏଲର୍ସର ପୂର୍ବ ଭାରତରେ ସବୁଠାରୁ ବଡ଼ ପ୍ରଦର୍ଶନ କକ୍ଷ ରହିଛି। ଏଠାରେ ସର୍ବୋତ୍ତମ ଗୁଣବତ୍ତାର ଗହଣା ଓ ବିଭିନ୍ନ ଡିଜାଇନ୍‌ର ବ୍ୟାପକ ସମ୍ଭାର ରହିଛି। ଏହା ସହିତ ବଜାରର ସୁଲଭ ମୂଲ୍ୟରେ ଗ୍ରାହକ ଗହଣା କିଣିପାରୁଛନ୍ତି। ଆମର ଗ୍ରାହକ ସେବା ମଧ୍ୟ ବିଶ୍ୱସ୍ତରୀୟ। ଏହି ସବୁ କାରଣରୁ ଲାଲଚନ୍ଦ୍‌ ଜୁଏଲର୍ସ ଗ୍ରାହକଙ୍କ ବିଶ୍ୱାସ ହାସଲ କରିପାରିଛି।

ଆଗାମୀ ୬ ମାସରେ ଓଡ଼ିଶାର ଗହଣା ଶିଳ୍ପକୁ ନେଇ ଆପଣଙ୍କ ଆକଳନ କ’ଣ? ସୁନାର ଚାହିଦା ବଢ଼ିବ କି? ଲାଲଚନ୍ଦ୍‌ ଜୁଏଲର୍ସର ସମ୍ପ୍ରସାରଣ, ନୂଆ ଡିଜାଇନ୍‌ ଓ ଗ୍ରାହକଙ୍କ ସହ ସମ୍ପର୍କ ବଢ଼ାଇବା ପାଇଁ କ’ଣ ଯୋଜନା ରହିଛି?
ସୁନା ଗହଣା ଆମ ପରମ୍ପରା ଓ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ତେଣୁ ଏହାର ଭବିଷ୍ୟତ କେବେ ବି ମଳିନ ହେବ ନାହିଁ। ବିଭିନ୍ନ କାରଣରୁ ସୁନା ଦରରେ ବୃଦ୍ଧି ଓ ହ୍ରାସ ଘଟିପାରେ। ବିଶ୍ୱ ପରିସ୍ଥିତି ସବୁବେଳେ ପରିବର୍ତ୍ତନଶୀଳ। କିନ୍ତୁ ଇତିହାସ କହେ ଯେ ଦୀର୍ଘକାଳୀନ ନିବେଶ ଭାବେ ସୁନାର ଗୁରୁତ୍ୱ ସବୁବେଳେ ରହିଛି। ସମ୍ପ୍ରସାରଣ କ୍ଷେତ୍ରରେ ଆମେ ଧୀରେ ଧୀରେ ଏବଂ ସ୍ଥିର ଭାବେ ଆଗକୁ ବଢ଼ିବାକୁ ବିଶ୍ୱାସ କରୁ। କିନ୍ତୁ ଏଥିପାଇଁ ଗ୍ରାହକ ସନ୍ତୁଷ୍ଟି ସହ କେବେ ବି ସାଲିସ କରିବୁ ନାହିଁ। ଆମର ବ୍ୟବସାୟିକ ମଡେଲ୍‌ ଯୋଗୁଁ ଅନ୍ୟ ବ୍ରାଣ୍ଡ୍‌ ତୁଳନାରେ ଆମେ ନିଜର ଗହଣା ସମ୍ଭାର ଓ ଡିଜାଇନ୍‌କୁ ଶୀଘ୍ର ଅପଡେଟ୍‌ କରିପାରୁଛୁ। ଗ୍ରାହକଙ୍କ ବଦଳୁଥିବା ପସନ୍ଦ ଓ ଗହଣା ଜଗତର ନୂଆ ଧାରା ଉପରେ ନଜର ରଖିବା ପାଇଁ ଆମର ଏକ ସ୍ୱତନ୍ତ୍ର ଟିମ୍‌ ରହିଛି। ଏହା ସହିତ ସାମାଜିକ ଗଣମାଧ୍ୟମ ଓ ଅନ୍ୟ ଅନ୍‌ଲାଇନ୍‌ ମାଧ୍ୟମରେ ଆମର ଉପସ୍ଥିତିକୁ ଆହୁରି ବଢ଼ାଇଛୁ। ଏହାଦ୍ୱାରା ଓଡ଼ିଶା ସମେତ ରାଜ୍ୟ ବାହାରର ଗ୍ରାହକଙ୍କ ନିକଟରେ ମଧ୍ୟ ଆମେ ସହଜରେ ପହଞ୍ଚିପାରୁଛୁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.