Gold Particles: ଗଛର ପତ୍ରରେ ତିଆରି ହେଉଛି ସୁନା! ବୈଜ୍ଞାନିକଙ୍କୁ ଚକିତ କଲା ପ୍ରକୃତିର ଅଦ୍ଭୁତ ରହସ୍ୟ

3 days ago 2
ARTICLE AD BOX

କାହାଣୀରେ ଗଛରେ ସୁନା ଫଳିବା କଥା ଶୁଣିଥିବେ। ହେଲେ ବାସ୍ତବରେ ମଧ୍ୟ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ୟୁରୋପୀୟ ଦେଶ ଫିନଲ୍ୟାଣ୍ଡର ଏକ ଜଙ୍ଗଲରେ ଗବେଷକମାନେ ଏପରି କିଛି ଗଛ ଠାବ କରିଛନ୍ତି, ଯାହାର ପତ୍ର ଭିତରେ ସୁନାର ଅତି କ୍ଷୁଦ୍ର କଣିକା ରହିଛି। ଏହି ଗଛଗୁଡ଼ିକର ନାମ ନରୱେ ସ୍ପ୍ରୁସ୍। ଏହାର ପତ୍ର ସାଧାରଣ ପତ୍ର ଭଳି ନୁହେଁ, ବରଂ ଛୁଞ୍ଚି ଆକୃତିର ହୋଇଥାଏ।

ଉତ୍ତର ଫିନଲ୍ୟାଣ୍ଡର ଏକ ସୁନା ଖଣି ନିକଟରେ ଏହି ଗଛଗୁଡ଼ିକ ରହିଛି। ଗବେଷକଙ୍କ ଅନୁସାରେ, ମାଟି ତଳେ ଥିବା ଖଣିଜ ପଦାର୍ଥରୁ ସୁନା ଧାତୁର କିଛି ଅଂଶ ମାଟି ଓ ଭୂତଳ ଜଳରେ ମିଶିଯାଏ। ଏହି ଜଳକୁ ଗଛର ଚେର ଶୋଷଣ କରିବା ସମୟରେ ସୁନାର ଘୁଳନଶୀଳ ଆୟନ ମଧ୍ୟ ଗଛ ଭିତରକୁ ପ୍ରବେଶ କରିଥାଏ। ପରେ ଏହା ପତ୍ର ପର୍ଯ୍ୟନ୍ତ ପହଞ୍ଚିଥାଏ।

ଘଟଣା ଉପରେ ଅଧ୍ୟୟନ
ଓଉଲୁ ବିଶ୍ୱବିଦ୍ୟାଳୟ ଏବଂ ଫିନଲ୍ୟାଣ୍ଡ ଜିଓଲୋଜିକାଲ ସର୍ଭେର ଗବେଷକମାନେ ଏହି ଘଟଣା ଉପରେ ଅଧ୍ୟୟନ କରିଛନ୍ତି। ଗବେଷକଙ୍କ ମତରେ, ଗଛର ପତ୍ର ଭିତରେ ରହୁଥିବା କିଛି ସୂକ୍ଷ୍ମ ଜୀବାଣୁ ଘୁଳନଶୀଳ ସୁନାକୁ କଠିନ ନାନୋ କଣିକାରେ ପରିଣତ କରିବାରେ ସହାୟତା କରିଥାଇପାରନ୍ତି। ଏହି ପ୍ରକ୍ରିୟାକୁ ବାୟୋମିନେରାଲାଇଜେସନ୍ କୁହାଯାଏ।

ପତ୍ରର ନମୁନା ସଂଗ୍ରହ
ଏହି ଗବେଷଣା ପାଇଁ ଟିମ୍‌ ପକ୍ଷରୁ ସୁନା ଖଣି ନିକଟରେ ଥିବା ୨୩ଟି ନରୱେ ସ୍ପ୍ରୁସ୍ ଗଛରୁ ମୋଟ ୧୩୮ଟି ପତ୍ରର ନମୁନା ସଂଗ୍ରହ କରାଯାଇଥିଲା। ଅତ୍ୟାଧୁନିକ ଇଲେକ୍ଟ୍ରୋନ୍ ମାଇକ୍ରୋସ୍କୋପ୍ ସହାୟତାରେ ଏହାର ପରୀକ୍ଷା କରାଯାଇଥିଲା। ତେବେ ୨୩ଟି ଗଛ ମଧ୍ୟରୁ ମାତ୍ର ୪ଟି ଗଛର ପତ୍ରରେ ସୁନାର ନାନୋ କଣିକା ମିଳିଥିଲା। ଅର୍ଥାତ୍ ପ୍ରାୟ ୧୭.୪ ପ୍ରତିଶତ ଗଛରେ ଏହି କଣିକା ଠାବ ହୋଇଥିଲା।

Hilsa fish: ନଈକୁ ଆସୁନି ଇଲିଶି

ତେବେ ଏହି ଆବିଷ୍କାରର ଅର୍ଥ ନୁହେଁ ଯେ ଗଛରୁ ସୁନା ବାହାର କରି ଧନୀ ହୋଇପାରିବେ। କାରଣ ଏହି କଣିକାଗୁଡ଼ିକ ଏତେ କ୍ଷୁଦ୍ର ଏବଂ ଅଳ୍ପ ପରିମାଣରେ ରହିଛି ଯେ ଏହାକୁ ସଂଗ୍ରହ କରି ଖଣି ଭଳି ବ୍ୟବହାର କରିବା ସମ୍ଭବ ନୁହେଁ। କିନ୍ତୁ ଏହି ଗବେଷଣା ଭବିଷ୍ୟତରେ ଭୂତଳରେ ଲୁଚି ରହିଥିବା ସୁନା ଓ ଅନ୍ୟାନ୍ୟ ଖଣିଜ ସମ୍ପଦର ସନ୍ଧାନ ପାଇଁ ଏକ ନୂଆ ରାସ୍ତା ଖୋଲିପାରେ। ଗଛର ପତ୍ର ପରୀକ୍ଷା କରି ମାଟି ତଳେ ଥିବା ଖଣିଜ ଭଣ୍ଡାର ସମ୍ପର୍କରେ ଜାଣିବା ସମ୍ଭବ ହୋଇପାରେ ବୋଲି ବୈଜ୍ଞାନିକମାନେ ଆଶା ରଖିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.