ARTICLE AD BOX
ନାଗୋୟା:ଏସିଅ କ୍ରୀଡ଼ାରେ ଜାପାନର ୧୧ ବର୍ଷୀୟ ୟୁକି କୁରିହାରା ଚର୍ଚ୍ଚାରେ ଅଛନ୍ତି। ଇ-ସ୍ପୋର୍ଟ୍ସର ‘ପୁୟୋ ପୁୟୋ ଚ୍ୟାମ୍ପିଅନ୍ସ’ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ସେ ନିଜ ନାମକୁ ଏସିଅ କ୍ରୀଡ଼ାରେ ଇତିହାସରେ ଲେଖାଇଛନ୍ତି। ୟୁକି ଜାପାନର ଜଣେ ଏଲିମେଣ୍ଟାରି ସ୍କୁଲ୍ ଛାତ୍ର। ଫାଇନାଲ୍ ମ୍ୟାଚ୍ରେ ୟୁକି ଦକ୍ଷିଣ କୋରିଆର କାଙ୍ଗ ଡୋଙ୍ଗଶିନଙ୍କୁ ୧୦-୨ରେ ପରାସ୍ତ କରି ସ୍ୱର୍ଣ୍ଣ ହାସଲ କରିଛନ୍ତି। ଏହା ପୂର୍ବରୁ ସେମିଫାଇନାଲ୍ରେ ସେ ଥାଇଲାଣ୍ଡର ୨୮ ବର୍ଷୀୟ ତନାରକ ୱୋଙ୍ଗକିତିକୁନଙ୍କୁ ୧୦-୧ରେ ହରାଇ ଫାଇନାଲ୍ରେ ପହଞ୍ଚିଥିଲେ।
ପ୍ରତିଦିନ ପ୍ରାୟ ୮ ଘଣ୍ଟା ଅଭ୍ୟାସ
ୟୁକିଙ୍କ ସଫଳତାର ଆଉ ଏକ ବିଶେଷ ଦିଗ ହେଉଛି ତାଙ୍କ ବୟସ। ଭାରତୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ବୟସ ୧୫ ବର୍ଷ ହୋଇଥିବା ବେଳେ ୟୁକି ମାତ୍ର ୧୧ ବର୍ଷର। ଏସିଅ କ୍ରୀଡ଼ାରେ ୟୁକିଙ୍କୁ ସବୁଠାରୁ କମ୍ ବୟସର ସ୍ୱର୍ଣ୍ଣ ପଦକ ବିଜେତା ବୋଲି ମନେ କରାଯାଉଛି। ତେବେ ଏସିଅ କ୍ରୀଡ଼ାରେ ସବୁଠାରୁ କମ୍ ବୟସର ପଦକ ବିଜେତାଙ୍କର କୌଣସି ସାର୍ବଜନୀନ ଅଧିକାରିକ ରେକର୍ଡ ଉପଲବ୍ଧ ନଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି। ୟୁକିଙ୍କ ଖେଳର ଯାତ୍ରା ମଧ୍ୟ ଛୋଟବେଳୁ ଆରମ୍ଭ ହୋଇଥିଲା। ସେ କିଣ୍ଡରଗାର୍ଟେନ୍ ସମୟରୁ ‘ପୁୟୋ ପୁୟୋ’ ଖେଳରେ ଅଭ୍ୟାସ କରୁଛନ୍ତି। ସେ ପ୍ରତିଦିନ ପ୍ରାୟ ୮ ଘଣ୍ଟା ଅଭ୍ୟାସ କରନ୍ତି।
Asian Games 2026: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା କବାଡ଼ି ଦଳ ହାସଲ କଲେ ସ୍ୱର୍ଣ୍ଣ ପଦକ
ସ୍ୱର୍ଣ୍ଣ ପଦକ ଜିତିବା ପରେ ୟୁକି ନିଜ ଖୁସିକୁ ନିଆରା ଢଙ୍ଗରେ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ସ୍ୱର୍ଣ୍ଣ ପଦକଟି ବହୁତ ସୁନ୍ଦର, ଚମକଦାର ଏବଂ ଓଜନିଆ। ଏସିଅ କ୍ରୀଡ଼ାରେ ଇ-ସ୍ପୋର୍ଟ୍ସର ପ୍ରବେଶ ତିନି ବର୍ଷ ପୂର୍ବେ ଚୀନ୍ର ହାଙ୍ଗଝୋଉ ଏସିଆନ୍ ଗେମ୍ସରୁ ହୋଇଥିଲା। ଚଳିତ ସଂସ୍କରଣରେ ମଧ୍ୟ ଅନେକ କମ୍ ବୟସର ଖେଳାଳି ନିଜ ପ୍ରତିଭା ଦେଖାଉଛନ୍ତି। ଏହି ତାଲିକାରେ ୧୧ ବର୍ଷୀୟ ୟୁକି କୁରିହାରାଙ୍କ ସ୍ୱର୍ଣ୍ଣ ପଦକ ନିଶ୍ଚିତ ଭାବେ ଏକ ଉଲ୍ଲେଖନୀୟ ଘଟଣା ହୋଇଛି।

1 day ago
2


