Gen-Z: ଜେନ୍‌-ଜି ପିଢ଼ିକୁ ଯୋଡ଼ିବାରେ ଆର୍‌ଏସ୍‌ଏସ୍‌ର ସଫଳତା; ବିଜେପି ପଛରେ ପଡ଼ିଛି

1 hour ago 3
ARTICLE AD BOX

ନାଗପୁର : ଭାରତର ଜେନ୍‌-ଜି ଓ ଜେନ୍‌-ଆଲ୍‌ଫା ପିଢ଼ିଙ୍କ ସହ ସଂଯୋଗ ସ୍ଥାପନ କରିବାକୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଗତ କିଛିବର୍ଷ ଧରି ନିଜ କାର୍ଯ୍ୟପଦ୍ଧତିରେ ଅନେକ ପରିବର୍ତ୍ତନ ଆଣିଥିବାବେଳେ, ସେହି କ୍ଷେତ୍ରରେ ବିଜେପି ଆଶାନୁରୂପ ସଫଳତା ପାଇପାରି ନାହିଁ । ସଂଘ ନୂଆ ପିଢ଼ିର ଚିନ୍ତାଧାରା, ଜୀବନଶୈଳୀ ଓ ଯୋଗାଯୋଗ ପଦ୍ଧତିକୁ ବୁଝି ନିଜ ସଂଗଠନକୁ ସେହି ଅନୁସାରେ ମଜଭୁତ କରିବାକୁ ଚେଷ୍ଟା କରିଛି ।

ସଂଘ ସରସଂଘଚାଳକ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ଓ ଜେନ୍‌-ଆଲ୍‌ଫା ପିଢ଼ି ସହ କଥାବାର୍ତ୍ତାର ଆବଶ୍ୟକତା ଉପରେ ବିଶେଷ ଗୁରୁତ୍ବ ଦେଇଥିଲେ । ସେ କହିଥିଲେ, ଆଜିର ଯୁବପିଢ଼ିଙ୍କ ଚିନ୍ତାଧାରା ପୂର୍ବ ପିଢ଼ିଠାରୁ ଭିନ୍ନ । ସେମାନଙ୍କୁ ଆଦେଶ ଦେବା ପରିବର୍ତ୍ତେ କଥାବାର୍ତ୍ତା ଓ ବିଶ୍ୱାସ ମାଧ୍ୟମରେ ଯୋଡ଼ିବାକୁ ପଡ଼ିବ । ସଂଘ ମଧ୍ୟ ଏହି ଦିଗରେ ଶାଖା କାର୍ଯ୍ୟକ୍ରମ, ସାମାଜିକ ପ୍ରସଙ୍ଗ ଓ ଡିଜିଟାଲ୍‌ ମାଧ୍ୟମର ବ୍ୟବହାର ବଢ଼ାଇଛି ।

Bofors Case: ବୋଫର୍ସ କେସ୍‌ରେ ବଡ଼ ମୋଡ଼! ହିନ୍ଦୁଜା ଭ୍ରାତାଙ୍କ ବିରୋଧରେ ଆବେଦନ ଖାରଜ

ରିପୋର୍ଟ ଅନୁସାରେ, ଆର୍‌ଏସ୍‌ଏସ୍‌ ପରିବେଶ ସୁରକ୍ଷା, ସାମାଜିକ ସୌହାର୍ଦ୍ଦ୍ୟ, ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍‌, ଦକ୍ଷତା ବିକାଶ ଓ ସ୍ୱେଚ୍ଛାସେବା ଭଳି ପ୍ରସଙ୍ଗକୁ ନିଜ କାର୍ଯ୍ୟକ୍ରମରେ ଅଧିକ ସ୍ଥାନ ଦେଉଛି । ଏହା ସହ ଯୁବପିଢ଼ିଙ୍କୁ ଆକର୍ଷିତ କରିବା ପାଇଁ ସଂଗଠନର ଭାଷା ଓ ଉପସ୍ଥାପନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଆଣାଯାଇଛି । ପୂର୍ବ ଅପେକ୍ଷା ଅଧିକ ଖୋଲା ଆଲୋଚନା ଓ ପ୍ରଶ୍ନୋତ୍ତର ଉପରେ ଗୁରୁତ୍ବ ଦିଆଯାଉଛି ।

ଅନ୍ୟପକ୍ଷରେ, ବିଜେପି ସରକାରୀ ଯୋଜନା ଓ ରାଜନୈତିକ ପ୍ରଚାର ମାଧ୍ୟମରେ ଯୁବପିଢ଼ିଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ କରୁଥିଲେ ମଧ୍ୟ, ନୂଆପିଢ଼ି ସହ ସିଧାସଳଖ ଓ ନିରନ୍ତର ଯୋଗାଯୋଗ ସ୍ଥାପନ କରିବାରେ ସଂଘ ତୁଳନାରେ ପଛରେ ରହିଛି ବୋଲି ବିଶ୍ଳେଷଣରେ କୁହାଯାଇଛି । ଯୁବପିଢ଼ି କେବଳ ରାଜନୈତିକ ସନ୍ଦେଶ ନୁହେଁ, ବରଂ ନିଜ ଭବିଷ୍ୟତ, ରୋଜଗାର, ଶିକ୍ଷା ଓ ସାମାଜିକ ପ୍ରସଙ୍ଗ ସହ ଜଡ଼ିତ ବିଷୟରେ ଅଧିକ ଆଗ୍ରହୀ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ବିଶ୍ଳେଷଣରେ ଆହୁରି କୁହାଯାଇଛି ଯେ, ଆର୍‌ଏସ୍‌ଏସ୍‌ ଦୀର୍ଘମିଆଦୀ ସଂଗଠନ ଗଠନ ଉପରେ ଗୁରୁତ୍ବ ଦେଉଥିବାବେଳେ ବିଜେପି ନିର୍ବାଚନକେନ୍ଦ୍ରିକ ରଣନୈତିକ ପ୍ରଚାର ଉପରେ ଅଧିକ ନିର୍ଭରଶୀଳ । ଫଳରେ ନୂଆ ପିଢ଼ି ସହ ଦୀର୍ଘସ୍ଥାୟୀ ସମ୍ପର୍କ ଗଢ଼ିବାରେ ସଂଘ ତୁଳନାମୂଳକ ଭାବେ ଅଧିକ ସଫଳ ହୋଇଛି । ଆଗାମୀ ଦିନରେ ଦେଶର ରାଜନୀତିରେ ଜେନ୍‌-ଜି ପିଢ଼ିର ଭୂମିକା ବଢ଼ିବାକୁ ଥିବାରୁ, ଏହି ବର୍ଗକୁ ଆକର୍ଷିତ କରିବା ସମସ୍ତ ରାଜନୈତିକ ସଂଗଠନ ପାଇଁ ବଡ଼ ଆହ୍ୱାନ ହୋଇ ରହିବ ବୋଲି ଏହି ବିଶ୍ଳେଷଣରେ କୁହାଯାଇଛି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.