ARTICLE AD BOX
ନୂଆଦିଲ୍ଲୀ: ୧୦ମ ପାସ କରିଥିବା, ଇଂରାଜୀ ଓ ଗଣିତରେ ଭଲ ଥିବା ଏବଂ ସରକାରୀ ଚାକିରି ସ୍ବପ୍ନ ଦେଖୁଥିବା ପ୍ରାର୍ଥୀମାନଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଭାରତ ସରକାରଙ୍କ ଯୋଗାଯୋଗ ମନ୍ତ୍ରାଳୟର ଡାକ ବିଭାଗ ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଭର୍ତ୍ତି ୨୦୨୬ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ଭର୍ତ୍ତି ପ୍ରକ୍ରିୟା ମାଧ୍ୟମରେ ୨୫,୦୦୦ରୁ ଅଧିକ ପଦବୀରେ ନିଯୁକ୍ତି ଦିଆଯିବ। ସବୁଠାରୁ ବଡ଼ କଥା ହେଲା ଏହି ପଦବୀଗୁଡ଼ିକ ପାଇଁ ପ୍ରାର୍ଥୀମାନଙ୍କୁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡ଼ିବ ନାହିଁ।
ଆହୁରି ପଢ଼ନ୍ତୁ: ସେପ୍ଟେମ୍ବର ୧ରୁ ବଦଳିବ ୭ଟି ବଡ଼ ନିୟମ
ଡାକ ବିଭାଗର ସତ୍ୟତା ଅନୁଯାୟୀ, ଦେଶବ୍ୟାପୀ ବିଭିନ୍ନ ଡାକଘରରେ ଶାଖା ପୋଷ୍ଟମାଷ୍ଟର୍ , ସହାୟକ ଶାଖା ପୋଷ୍ଟମାଷ୍ଟର୍ ଓ ଡାକ ସେବକ ପଦବୀରେ ନିଯୁକ୍ତି କରାଯିବ। ବିଜ୍ଞପ୍ତି ଅନୁଯାୟୀ, ଏହି ଭର୍ତ୍ତି ପାଇଁ ଅନଲାଇନ୍ ୱାନ୍ ଟାଇମ୍ ପଞ୍ଜୀକରଣ ପ୍ରକ୍ରିୟା ଅଗଷ୍ଟ ୩୧, ୨୦୨୬ ରୁ ଆରମ୍ଭ ହେବ। ଏହାପରେ ସେପ୍ଟେମ୍ବର ୨, ୨୦୨୬ ରୁ ଅନଲାଇନ୍ ଆବେଦନ ଗ୍ରହଣ କରାଯିବ। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଇଣ୍ଡିଆ ପୋଷ୍ଟର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ଅନଲାଇନ୍ ଆବେଦନ କରିପାରିବେ।
ଆବେଦନ କରନ୍ତୁ: ଗ୍ରାମୀଣ ଡାକ ସେବକ ଭର୍ତ୍ତି ପାଇଁ ପ୍ରାର୍ଥୀ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଗଣିତ ଏବଂ ଇଂରାଜୀ ବିଷୟ ସହିତ ୧୦ମ ଶ୍ରେଣୀ ପାସ କରିବା ଆବଶ୍ୟକ। ଏହାସହିତ, ପ୍ରାର୍ଥୀଙ୍କୁ ସମ୍ପୃକ୍ତ ପଦବୀ ପାଇଁ ଆବଶ୍ୟକ ସ୍ଥାନୀୟ ଭାଷାର ଶିକ୍ଷାଗତ ଯୋଗ୍ୟତା ମଧ୍ୟ ପୂରଣ କରିବାକୁ ପଡ଼ିବ।
ସ୍ଥାନୀୟ ଭାଷା ସମ୍ବନ୍ଧୀୟ ବିଶେଷ ନିୟମ: ଅରୁଣାଚଳ ପ୍ରଦେଶ, ଗୋଆ, ସିକ୍କିମ ଏବଂ ନାଗାଲାଣ୍ଡର ପ୍ରାର୍ଥୀମାନଙ୍କ ପାଇଁ ସ୍ଥାନୀୟ ଭାଷାକୁ ନେଇ ସ୍ୱତନ୍ତ୍ର ନିୟମ ପ୍ରଯୁଜ୍ୟ ଅଛି। ଏହି ରାଜ୍ୟଗୁଡ଼ିକରେ ଇଂରାଜୀ କିମ୍ବା ହିନ୍ଦୀ ବ୍ୟତୀତ ସମ୍ପୃକ୍ତ ସ୍ଥାନୀୟ ଆଦିବାସୀ ଭାଷା କିମ୍ବା ବୋଲିର ଜ୍ଞାନ ମଧ୍ୟ ଆବଶ୍ୟକ ହୋଇପାରେ। ଯଦି କୌଣସି ସ୍ଥାନରେ ସମ୍ପୃକ୍ତ ସ୍ଥାନୀୟ ଭାଷାର ପାଠ୍ୟକ୍ରମ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଯାଇ ନାହିଁ, ତେବେ ପ୍ରାର୍ଥୀଙ୍କ ଭାଷା ଜ୍ଞାନକୁ ନିର୍ଦ୍ଧାରିତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ପ୍ରମାଣପତ୍ର ମାଧ୍ୟମରେ ଯାଞ୍ଚ କରାଯିବ।
ଆବେଦନ ଶୁଳ୍କ: ଜିଡିଏସ୍ ଭର୍ତ୍ତି ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ଅଟେ। ତଥାପି, ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି (ST), ଦିବ୍ୟାଙ୍ଗ, ମହିଳା ଏବଂ ଟ୍ରାନ୍ସଜେଣ୍ଡର ପ୍ରାର୍ଥୀମାନଙ୍କୁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡ଼ିବ ନାହିଁ।
ଆବେଦନ ପାଇଁ ଆବଶ୍ୟକୀୟ କାଗଜପତ୍ର: ଅନଲାଇନ୍ ଆବେଦନ କରିବା ସମୟରେ ପ୍ରାର୍ଥୀମାନଙ୍କୁ ୧୦ମ ଶ୍ରେଣୀର ମାର୍କସିଟ୍, ପରିଚୟ ପତ୍ର, ଜାତି ପ୍ରମାଣପତ୍ର, ଯେଉଁଠାରେ ପ୍ରଯୁଜ୍ୟ ସେଠାରେ ଦିବ୍ୟାଙ୍ଗ ପ୍ରମାଣପତ୍ର ,ଇଡବ୍ଲୁଏସ୍ ପ୍ରମାଣପତ୍ର, ଜନ୍ମ ତାରିଖର ପ୍ରମାଣ ଓ ସରକାରୀ ହସ୍ପିଟାଲ୍ କିମ୍ବା ଔଷଧାଳୟ ଦ୍ୱାରା ଜାରି ଚିକିତ୍ସା ପ୍ରମାଣପତ୍ରର ଆବଶ୍ୟକତା ପଡ଼ିବ। ଯେଉଁଠାରେ ସ୍ଥାନୀୟ କିମ୍ବା ଆଦିବାସୀ ଭାଷାର ପ୍ରମାଣପତ୍ର ପ୍ରଯୁଜ୍ୟ, ସେଠାରେ ପ୍ରାର୍ଥୀଙ୍କୁ ତାର ପ୍ରମାଣ ମଧ୍ୟ ଦେବାକୁ ପଡ଼ିବ।
ଅନଲାଇନ୍ ଆବେଦନ କିପରି କରିବେ?
ଇଣ୍ଡିଆ ପୋଷ୍ଟ ଜିଡିଏସ୍ ଭର୍ତ୍ତି ୨୦୨୬ ଅଧୀନରେ ଆବେଦନ କରିବା ପାଇଁ ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ।
ମୋବାଇଲ୍ ନମ୍ବର ଏବଂ ଇମେଲ୍ ଆଇଡି ସହାୟତାରେ (ୱାନ୍ ଟାଇମ୍ ପଞ୍ଜୀକରଣ) ପ୍ରକ୍ରିୟା ଶେଷ କରନ୍ତୁ।
ଏହାପରେ ପ୍ରାପ୍ତ ପଞ୍ଜୀକରଣ ନମ୍ବର ଓ ପାସୱାର୍ଡ ସହାୟତାରେ ଲଗ୍ ଇନ୍ କରନ୍ତୁ।
ପ୍ରାର୍ଥୀମାନେ ନିଜର ବ୍ୟକ୍ତିଗତ ବିବରଣୀ ଏବଂ ୧୦ମ ଶ୍ରେଣୀ ସମ୍ବନ୍ଧୀୟ ସୂଚନା ଦାଖଲ କରନ୍ତୁ।
ଏହାପରେ ନିଜ ପସନ୍ଦର ବିଭାଗ ଏବଂ ପଦବୀ ଚୟନ କରନ୍ତୁ।
ଆବେଦନ ସମୟରେ ନିର୍ଦ୍ଧାରିତ ଆକାରରେ ଫଟୋ ଓ ସ୍ୱାକ୍ଷର ମଧ୍ୟ ଅପଲୋଡ୍ କରିବାକୁ ପଡ଼ିବ।
ଫର୍ମ ଭରିବା ପରେ ସମସ୍ତ ସୂଚନାକୁ ଯତ୍ନର ସହ ଯାଞ୍ଚ କରନ୍ତୁ। ଯଦି କୌଣସି ସୂଚନାରେ ଭ୍ରାନ୍ତ ଥାଏ, ତେବେ ଆବେଦନ ସବ୍ମିଟ୍ କରିବା ପୂର୍ବରୁ ସେଥିରେ ସଂଶୋଧନ କରନ୍ତୁ।
ଆବେଦନ ଶୁଳ୍କ ପୈଠ କରନ୍ତୁ ଏବଂ ଆବେଦନ ଫର୍ମ ସବ୍ମିଟ୍ କରନ୍ତୁ।
ଆହୁରି ପଢ଼ନ୍ତୁ: ପାଦାଦୀପ ବନ୍ଦରରେ ଅଗ୍ନିକାଣ୍ଡ; ଜଳିଗଲା ବୋଟ୍, ବର୍ତ୍ତିଗଲେ ମତ୍ସ୍ୟଜୀବୀ

1 hour ago
1


