Ganjam: ପାର୍ବଣ ଋତୁ ଆରମ୍ଭରୁ ଗଞ୍ଜାମ ଅଶାନ୍ତ: କୁକୁଡ଼ାଖଣ୍ଡିରେ ଖଣ୍ଡା ବୁଲିଲା, ବୋମା ଫୁଟିଲା

7 hours ago 2
ARTICLE AD BOX

ବ୍ରହ୍ମପୁର: ପାର୍ବଣ ରତୁ ଆରମ୍ଭରୁ ଅଶାନ୍ତ ହୋଇଉଠିଛି ଗଞ୍ଜାମଜିଲ୍ଲାବ୍ରହ୍ମପୁର ସହର ଉପକଣ୍ଠ ତଥା ସଦର ଥାନା ଅଧୀନ କୁକୁଡ଼ାଖଣ୍ଡି ଗ୍ରାମର ଦାସସାହିରେ ଆଜି ଗୋଷ୍ଠୀ ବିବାଦକୁ କେନ୍ଦ୍ର କରି ଖଣ୍ଡା ବୁଲିବା ସହ ବୋମା ଫୁଟିଛି। ଆଜି ଅପରାହ୍‌ଣରେ ସାହିର ଦୁଇ ଗୋଷ୍ଠୀ ଭିତରେ ପୂର୍ବ ବିବାଦକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଖଣ୍ଡା ଆକ୍ରମଣରେ ସନିଆ ଦାସ ନାମକ ଜଣେ ଯୁବକ ଆହତ ହୋଇଥିଲେ। ଏଥିରେ ପ୍ରତିପକ୍ଷ ଗୋଷ୍ଠୀ ଉତ୍‌କ୍ଷିପ୍ତ ହୋଇ ଉଠିବା ସହ ସନ୍ଧ୍ୟା ୬ଟାରେ ବ୍ରହ୍ମପୁର ସହରର କିଛି ଯୁବକଙ୍କୁ ଡାକିଥିଲେ। ପ୍ରାୟ ୨୦ଟି ବାଇକ୍‌ରେ ୨୫ରୁ ୩୦ ଜଣ ଦୁର୍ବୃତ୍ତ ଆସି ସାହିମୁହଁରେ ଅତର୍କିତ ଭାବେ ବୋମାମାଡ଼ କରି ଆତଙ୍କ ସୃଷ୍ଟି କରିଥିଲେ। ଘଟଣାସ୍ଥଳରୁ ଖସି ପଳାଉଥିବା ବେଳେ ସାହିବାସିନ୍ଦା ୨ଜଣଙ୍କୁ କାବୁ କରିଥିଲେ।

Nuakhai 2026: ‘ଭେଦଭାବ ଦୂର କରି ଆମକୁ ଏକାଠି କରେ ନୂଆଁଖାଇ’

ଆକ୍ରମଣରେ ଜଣେ ଆହତ
୨ ଯୁବକଙ୍କୁ କାବୁ କଲେ ସାହିବାସିନ୍ଦା

ଦାସସାହିରେ ଉତ୍ତେଜନା ଜାରି ରହିଛି।  ଜଣେ ଯୁବକକୁ ଲୋକେ ମାଡ଼ ମାରି ଲହୁଲୁହାଣ କରିବା ସହ ଏକ ଘରେ ଅଟକ ରଖିଛନ୍ତି। ସଦର ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ପରିଡ଼ା, ଥାନାଧିକାରୀ ସୁଚିତ୍ରା ପରିଡ଼ା ଓ ପୁଲିସ ଟିମ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି। ଗାଁର ଶତାଧିକ ମହିଳା ଓ ପୁରୁଷ ପୁଲିସକୁ ଘେରିଛନ୍ତି। ଅଟକ ଯୁବକଙ୍କ ପରିଚୟ ମିଳିନି। ଥାନାରେ ଲିଖିତ ଅଭିଯୋଗ ହୋଇ ନଥିବା ଥାନାଧିକାରୀ ସୁଚିତ୍ରା ପରିଡ଼ା କହିଛନ୍ତି।

Man Dies of Electric Shock ଷଣ୍ଢ ପାଇଁ ବିଦ୍ୟୁତ୍‌ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ବୃଦ୍ଧ ମୃତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.