Ganjam Floods Man-Made ଗଞ୍ଜାମ ବନ୍ୟା ମନୁଷ୍ୟକୃତ, ସରକାର ଉତ୍ତରଦାୟିତ୍ବ ନିଅନ୍ତୁ: ନବୀନ ପଟ୍ଟନାୟକ

2 days ago 3
ARTICLE AD BOX

ଭୁବନେଶ୍ୱର:ଗଞ୍ଜାମ ବନ୍ୟା ଅଞ୍ଚଳ ବୁଲି ଦେଖିବା ପରେ ରିଲିଫ ଓ ସହାୟତା କାର୍ଯ୍ୟକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଜି (ମଙ୍ଗଳବାର) ସେ ଏହି ମର୍ମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି। ଏଥିରେ ଅର୍ଣ୍ଣବ ବାତ୍ୟା ପରବର୍ତ୍ତୀ ବନ୍ୟା ମନୁଷ୍ୟକୃତ ବୋଲି ଆରୋପ ଲଗାଇଛନ୍ତି। ବନ୍ୟା ବିପନ୍ନଙ୍କୁ ରିଲିଫ ଓ ଥଇଥାନ କ୍ଷେତ୍ରରେ ଅବହେଳା ନେଇ ସରକାରଙ୍କୁ ଦାୟୀ କରିବା ସହ ବିଜେଡିର ୨୪ ବର୍ଷର ସଫଳତାକୁ ବିଜେପିର ତଥାକଥିତ ଡବଲ୍ ଇଞ୍ଜିନ୍ ସରକାର ୨୪ ମାସରେ ଧୂଳିସାତ୍ କରିସାରିଲାଣି ବୋଲି କହିଛନ୍ତି।

Naveen Patnaik Criticises BJP ଡବଲ ଇଂଜିନ୍‌ ସରକାର ଅପରାଗତାରେ ନଂ ୧: ନବୀନ ପଟ୍ଟନାୟକ
ଚିଠିରେ ବିରୋଧୀ ଦଳ ନେତା ଉଲ୍ଲେଖ କରିଛନ୍ତି, ଗଞ୍ଜାମରେ ବନ୍ୟା କେବଳ ଏକ ପ୍ରାକୃତିକ ବିପର୍ଯ୍ୟୟ ନୁହେଁ ବରଂ ରାଜ୍ୟ ବିଜେପି ସରକାରଙ୍କ ଚରମ ଅପାରଗତା, ଅବହେଳା ଓ ଦୂରଦୃଷ୍ଟିହୀନତାର କରୁଣ ପରିଣତି। ବିଜେପି ସରକାରଙ୍କୁ ଜବାବ ମାଗି ନବୀନ କହିଛନ୍ତି, ଆଇଏମ୍‌ଡିର ଆଗୁଆ ସତର୍କତା ସତ୍ତ୍ୱେ କାହିଁକି କୁମ୍ଭକର୍ଣ୍ଣ ନିଦ୍ରାରେ ଥିଲା ପ୍ରଶାସନ ? ଅକ୍ଟୋବର ୨୩ରୁ ଚେତାବନୀ ମିଳିବା ସତ୍ତ୍ୱେ ବର୍ଷା ପୂର୍ବରୁ ଡ୍ୟାମରୁ ଜଳ ନିଷ୍କାସନ ନକରି ପ୍ରବଳ ବର୍ଷା ସମୟରେ ବିନା ପୂର୍ବ ସୂଚନାରେ ଗେଟ୍ ଖୋଲି ଲକ୍ଷଲକ୍ଷ ଲୋକଙ୍କ ଜୀବନକୁ ବିପଦରେ ପକାଇଲା କିଏ ? ବିଜେପି ସରକାର ନିଜେ ମାନୁଛନ୍ତି ଯେ ଗଞ୍ଜାମ ପାଇଁ ପ୍ରସ୍ତୁତି ନଥିଲା। ଦିନ ଦିନ ଧରି ଲୋକେ ଖାଦ୍ୟ ଓ ପାଣି ବିନା ଛଟପଟ ହେଲେ। ଉଦ୍ଧାର କାର୍ଯ୍ୟରେ ଅହେତୁକ ବିଳମ୍ବ ହେଲା। ଏହି ଅକ୍ଷମଣୀୟ ଅପରାଧ ପାଇଁ ଦାୟୀ କିଏ ?

Naveen Patnaik: ରାଜ୍ୟରେ ମା' ଭଉଣୀଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳା ସୁନିଶ୍ଚିତ କରନ୍ତୁ ସରକାର: ବିଜେଡି
ନବୀନ ଆହୁରି ଅଭିଯୋଗ କରିଛନ୍ତି, ବିଜେଡି ସରକାର ସମୟରେ ଗଢ଼଼ା ହୋଇଥିବା ବିଶ୍ୱସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା, ସରପଞ୍ଚ ଓ ମିସନ ଶକ୍ତିର ଭୂମିକାକୁ ଅଣଦେଖା କରି ଏ ସରକାର ସମଗ୍ର ବ୍ୟବସ୍ଥାକୁ ଭାଙ୍ଗିରୁଜି ଚୂରମାର୍ କରିଦେଇଛି। ବିଜେପି ସରକାରଙ୍କ ଦ୍ୱାରା ସରପଞ୍ଚମାନଙ୍କ ପ୍ରତି ଅବହେଳା ଏବଂ ମିସନ ଶକ୍ତି କାର୍ଯ୍ୟକ୍ରମକୁ ପ୍ରାୟତଃ ବନ୍ଦ କରିଦେବା ଫଳରେ ଏହି ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ପରେ ଏବେ ଗଞ୍ଜାମ। ପ୍ରତିଟି ବିପର୍ଯ୍ୟୟରେ ସରକାର ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଦେଉଛନ୍ତି। ସରକାରଙ୍କ ଅପାରଗତା ଓ ଅବହେଳା କେବେବି ଲୋକଙ୍କ ଦୁର୍ଦ୍ଦଶାର କାରଣ ହେବା ଉଚିତ ନୁହେଁ। ସରକାରଙ୍କ ଅକ୍ଷମତାର ବୋଝ ନିରୀହ ଜନତା କାହିଁକି ସହିବେ? ଗଞ୍ଜାମର କ୍ଷତିଗ୍ରସ୍ତ ଚାଷୀ, ମହିଳା, କ୍ଷୁଦ୍ର ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ଏବଂ ପୁନଃନିର୍ମାଣ ସହାୟତା ଦେବାକୁ ସେ ଦାବି କରିଛନ୍ତି।

Naveen Patnaik Writes on Kotia କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ
ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇ କହିଛନ୍ତି, ଯଦି ଓଡ଼ିଶାବାସୀଙ୍କ ଅଧିକାର ଛଡ଼ାଇ ନିଆଯାଏ, ତେବେ ଲୋକଙ୍କ ନ୍ୟାୟ ପାଇଁ ବିଜେଡି ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଗର୍ଜିବ।ଏହି ବିଫଳତା ପାଇଁ ସରକାର ଉତ୍ତରଦାୟିତ୍ୱ ସ୍ଥିର କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.