Ganja Seized: ମୁନିଗୁଡ଼ା ବସ୍‌ଷ୍ଟାଣ୍ଡରୁ ୨୫ କେଜି ଗଞ୍ଜେଇ ଜବତ, ୨ ମହିଳା ଗିରଫ

4 days ago 6
ARTICLE AD BOX

ମୁନିଗୁଡ଼ା(ରାଜୀବ ଲୋଚନ ଦାଶ): ରାୟଗଡ଼ାଜିଲ୍ଲା ମୁନିଗୁଡ଼ା ପୁଲିସକୁ ମିଳିଛି ସଫଳତା। ମୁନିଗୁଡ଼ା ବସ୍‌ଷ୍ଟାଣ୍ଡରୁ ପୁଲିସ ପ୍ରାୟ ୨୫ କେଜି ଗଞ୍ଜେଇ ଜବତ କରିବା ସହ ଏହି ଘଟଣାରେ ଦୁଇ ଜଣ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ମୁନିଗୁଡ଼ା ଥାନା ଆଇଆଇସି ଲଳିତ ମୋହନ ସାଗର ସୂଚନା ଦେଇଛନ୍ତି।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରି ରହିଥିଲା। ଏହାପରେ ସନ୍ଦେହଜନକ ଭାବେ ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌ ସହ ଦୁଇ ମହିଳାଙ୍କୁ ଧରିଥିଲା। ତେବେ ଜବତ ଗଞ୍ଜେଇ କେଉଁ ସ୍ଥାନକୁ ଚାଲାଣ ହେଉଥିଲା, ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ଅତିରିକ୍ତ ତହସିଲଦାର ବ୍ରଜଗୋପାଳ ଦାସଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ କରାଯାଇଥିଲା। ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି।

ମହିଳାଙ୍କୁ ଗଞ୍ଜେଇ ଚାଲାଣର ମାଧ୍ୟମ ଭାବେ ବ୍ୟବହାର 

ମୁନିଗୁଡ଼ା ଅଞ୍ଚଳରୁ ଟ୍ରେନ୍‌ ଓ ବସ୍‌ ଯୋଗେ ନିୟମିତ ଗଞ୍ଜେଇ ଚାଲାଣ ହେଉଥିବା ଅଭିଯୋଗ ହେଉଛି। ପୁଲିସର କଡ଼ା କାର୍ଯ୍ୟାନୁଷ୍ଠାନ ଯୋଗୁଁ ମାଫିଆମାନେ ମହିଳାଙ୍କୁ ଗଞ୍ଜେଇ ଚାଲାଣର ମାଧ୍ୟମ ଭାବେ ବ୍ୟବହାର କରୁଥିବା କୁହାଯାଉଛି। ମହିଳାଙ୍କ ଦ୍ୱାରା ଚାଲାଣ କଲେ ସନ୍ଦେହ କମ୍‌ ହେବ ବୋଲି ଭାବି ମାଫିଆମାନେ ସେମାନଙ୍କୁ ଢାଲ କରୁଥିବା ଚର୍ଚ୍ଚା ହେଉଛି। ଏହି ଚଢ଼ାଉ ସମୟରେ ସେକେଣ୍ଡ ଅଫିସର ଉର୍ମିଳା ସେଠୀ, ହୋମଗାର୍ଡ କମାଣ୍ଡାଣ୍ଟ ଟୁଲୁ ପାଢ଼ୀ, ପ୍ରଭାତୀ ରାଉଳ, ସୁଭାଷିନୀ ରାୟ, ସଂଯୁକ୍ତା ନୁଁଦୃକା ଓ ସନ୍ତୋଷ ଶବର ପ୍ରମୁଖ ଉପସ୍ଥିତ ଥିଲେ।

Battery-operated garbage collection: ପଞ୍ଚାୟତ ପାଇଁ ବୋଝ ହୋଇଛି ବ୍ୟାଟେରି ଚାଳିତ ଅଳିଆବୁହା ଗାଡ଼ି: ଦିନେ ଗଡ଼ିନି, ଅଚଳ ହେଲାଣି

Read Entire Article
LEFT SIDEBAR AD

Hidden in mobile, Best for skyscrapers.