FSSAI Issues: ସ୍ୱିଗି ଉପରେ ଏଫ୍‌ଏସ୍‌ଏସ୍‌ଆଇ ର କଡ଼ା କାର୍ଯ୍ୟାନୁଷ୍ଠାନ: ଗ୍ରାହକଙ୍କ ଅଭିଯୋଗ ପରେ ଜାରି ହେଲା ୯ଟି ନୋଟିସ

1 hour ago 1
ARTICLE AD BOX

ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ସ୍ୱିଗି ଇନଷ୍ଟାମାର୍ଟକୁ 'ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଆକ୍ଟ, ୨୦୦୬' ଉଲ୍ଲଂଘନ ଅଭିଯୋଗରେ ୯ଟି ନୋଟିସ ଜାରି କରିଛି। ଏହି ନୋଟିସଗୁଡ଼ିକ ଗ୍ରାହକଙ୍କ ପକ୍ଷରୁ ମିଳିଥିବା କ୍ରମାଗତ ଅଭିଯୋଗ ଆଧାରରେ ପଠାଯାଇଛି। ଯେଉଁଥିରେ ଏକ୍ସପାୟାର ହୋଇଯାଇଥିବା, ପଚା-ସଢ଼ା, ଦୂଷିତ ଓଖାଦ୍ୟ ଉପଯୋଗୀ ନଥିବା ସାମଗ୍ରୀ ଡେଲିଭରି କରାଯାଉଥିବାର ଅଭିଯୋଗ ରହିଛି।

ଆହୁରି ପଢ଼ନ୍ତୁ: ନେପାଳ ଖସିଯିବା ବେଳେ ପୂର୍ବତନ ଆମେରିକୀୟ ନୌସେନା ଅଧିକାରୀଙ୍କୁ ବାନ୍ଧିଲା ଏସଏସବି: ବିନା ପାସପୋର୍ଟରେ ୭ ମାସ ହେବ ଭାରତରେ ରହୁଥିଲେ

FSSAI କମ୍ପାନୀକୁ ସମସ୍ତ ଅଭିଯୋଗ ଉପରେ ଦସ୍ତାବିଜ୍ ସହିତ ବିସ୍ତୃତ ସ୍ପଷ୍ଟୀକରଣ ଏବଂ ନିୟମ ପାଳନର ରିପୋର୍ଟ ମାଗିଛି। ଏହା ସହିତ କୁହାଯାଇଛି ଯେ, ନିର୍ଦ୍ଧାରିତ ସମୟ ମଧ୍ୟରେ ଜବାବ ନ ମିଳିଲେ 'ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଆକ୍ଟ, ୨୦୦୬' ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କେଉଁ ଅଭିଯୋଗ ଆଧାରରେ ଜାରି ହୋଇଛି ନୋଟିସ୍‌-

  • ଖରାପ ଖାଦ୍ୟ ସାମଗ୍ରୀ: ଗ୍ରାହକମାନେ ଅଭିଯୋଗ କରିଛନ୍ତି ଯେ ସ୍ୱିଗି ଇନଷ୍ଟାମାର୍ଟ ଜରିଆରେ ଏକ୍ସପାୟାର, ପଚା-ସଢ଼ା, ଦୂଷିତ ଏବଂ ମାନବ ସେବନ ପାଇଁ ଅସୁରକ୍ଷିତ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି।

  • ଲାଇସେନ୍ସ ବାହାରର ଉତ୍ପାଦ: 'ନଏଜ୍ ଏଗ୍ସ' ଭଳି ବ୍ରାଣ୍ଡ ନାମରେ ଏପରି ସାମଗ୍ରୀ ବିକ୍ରି ହେଉଥିଲା, ଯାହା କମ୍ପାନୀର ବର୍ତ୍ତମାନର ଏଫ୍‌ଏସ୍‌ଏସ୍‌ଆଇ ଲାଇସେନ୍ସରେ ଅନୁମୋଦିତ ନୁହେଁ। ପ୍ରାଧିକରଣ ଏହି ସାମଗ୍ରୀର ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି।

  • ଏକ୍ସପାୟାରି ତାରିଖ ପାର ହୋଇଥିବା ସାମଗ୍ରୀ: ହେଲ୍ଥିଫାଇ ୧୦୦% ୱେ ପ୍ରୋଟିନ୍ ଏବଂ ନଏସ୍ ହୋମ୍ ଷ୍ଟାଇଲ୍ ମାଦ୍ରାସ ମିକ୍ସଚର୍ ଭଳି ଉତ୍ପାଦଗୁଡ଼ିକ ଏକ୍ସପାୟାର ହେବା ପରେ ମଧ୍ୟ ଗ୍ରାହକଙ୍କୁ ପଠାଯାଇଥିଲା।

  • ପଚା ଅଣ୍ଡା ଏବଂ ଖାଦ୍ୟ: ଅକ୍ଷୟକଳ୍ପ ଅର୍ଗାନିକ୍ ଏଗ୍ସ  ଏବଂ 'କାକେ ଦା ପରାଠା' ସମ୍ବନ୍ଧରେ ଅଭିଯୋଗ ଆସିଛି ଯେ ସେଗୁଡ଼ିକ ବଦହଜମି ସୃଷ୍ଟିକାରୀ, ପଚା ଏବଂ ଦୁର୍ଗନ୍ଧଯୁକ୍ତ ଥିଲା।

  • ଶିଶୁ ଖାଦ୍ୟ: ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ ଦୂଷିତ ଅବସ୍ଥାରେ ମିଳିଥିବା ଅଭିଯୋଗ ହୋଇଛି। ଗ୍ରାହକ ଖରାପ ସାମଗ୍ରୀ ଫେରସ୍ତ କରିବା ପରେ ମଧ୍ୟ ପୁନର୍ବାର ସେହିପରି ଖରାପ ସାମଗ୍ରୀ ପଠାଯାଇଥିବା ଅଭିଯୋଗ ଅଛି।

  • ଭୁଲ୍ ଲାଇସେନ୍ସ ନମ୍ବର: କେତେକ କ୍ଷେତ୍ରରେ ଭୁଲ୍ କିମ୍ବା ଅମାନ୍ୟ ଏଫ୍‌ଏସ୍‌ଏସ୍‌ଆଇ ଲାଇସେନ୍ସ ନମ୍ବର ବ୍ୟବହାର କରାଯାଇଛି।

  • ଅସନ୍ତୋଷଜନକ ସେବା: ଅନେକ ଅଭିଯୋଗ ହୋଇଛି ଯେ ଗ୍ରାହକଙ୍କ ଅଭିଯୋଗ ପରେ ମଧ୍ୟ କମ୍ପାନି ସନ୍ତୋଷଜନକ ଉତ୍ତର ଦେଇନାହିଁ, କେବଳ ଟଙ୍କା ଫେରସ୍ତ କରି ମାମଲା ବନ୍ଦ କରିଦେଇଛି।

ଖାଦ୍ୟ ନିୟାମକ କମ୍ପାନୀକୁ ନିର୍ଦ୍ଦେଶ ଦେଇଛି ଯେ,

୧. ସମସ୍ତ ଅଭିଯୋଗର ଦସ୍ତାବିଜ୍ ସହିତ ବିସ୍ତୃତ ଜବାବ ଦାଖଲ କରୁ।

୨. କ୍ୱାଲିଟି କଣ୍ଟ୍ରୋଲ, ଷ୍ଟକ ମ୍ୟାନେଜମେଣ୍ଟ, ଷ୍ଟୋରେଜ୍ ଏବଂ ହ୍ୟାଣ୍ଡଲିଂ ସମ୍ବନ୍ଧୀୟ ସମସ୍ତ ସୂଚନା ପ୍ରଦାନ କରୁ।

୩. ପ୍ରତ୍ୟେକ ମାମଲାର ମୂଳ କାରଣ ବିଶ୍ଳେଷଣ କରି ଭବିଷ୍ୟତରେ ଏଭଳି ଘଟଣା ନଘଟିବା ପାଇଁ କ'ଣ ପଦକ୍ଷେପ ନିଆଯାଇଛି, ତାହାର ବିବରଣୀ ଦେବାକୁ କୁହାଯାଇଛି ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ରିପୋର୍ଟ ନ ମିଳେ ତେବେ କମ୍ପାନି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆହୁରି ପଢ଼ନ୍ତୁ: ମୁଦ୍ରାସ୍ଫୀତି ବୃଦ୍ଧିକୁ ନେଇ କେନ୍ଦ୍ର ଉପରେ ବର୍ଷିଲା କଂଗ୍ରେସ

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.