Fruits Storage: କଦଳୀ ସହ ଅନ୍ୟ ଫଳକୁ ଏକାଠି ରଖୁଛନ୍ତି କି?

1 hour ago 1
ARTICLE AD BOX

ଭୁବନେଶ୍ୱର: ଦୈନନ୍ଦିନ ଖାଦ୍ୟରେ ଫଳର ଭୂମିକା ଆମ ଶରୀର ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ତେବେ ଫଳକୁ କେବଳ କିଣି ଆଣିବା ନୁହେଁ, ସଠିକ୍ ଭାବେ ସଂରକ୍ଷଣ କରିବା ମଧ୍ୟ ଜରୁରୀ। ଠିକ୍ ଭାବେ ରଖାନଗଲେ ଫଳ ଶୀଘ୍ର ପାଚିବା ସହ ଖରାପ ହୋଇପାରେ। ବିଶେଷକରି କଦଳୀକୁ ଅନ୍ୟ ଫଳ ସହ ଏକାଠି ରଖିବା ସମୟରେ ସତର୍କ ରହିବା ଆବଶ୍ୟକ।

କଦଳୀ ଏକ ଏପରି ଫଳ, ଯାହା ପାଚିବା ସମୟରେ ପ୍ରାକୃତିକ ଭାବେ ଇଥିଲିନ୍ ଗ୍ୟାସ୍ ନିର୍ଗତ କରେ। ଏହି ଗ୍ୟାସ୍ ଫଳ ପାଚିବା ପ୍ରକ୍ରିୟାକୁ ଦ୍ରୁତ କରିଥାଏ। ଫଳରେ କଦଳୀ ପାଖରେ ଇଥିଲିନ୍ ପ୍ରତି ସମ୍ବେଦନଶୀଳ ଅନ୍ୟ ଫଳ ରଖିଲେ ସେଗୁଡ଼ିକ ମଧ୍ୟ ଶୀଘ୍ର ପାଚିବା ଆରମ୍ଭ କରିଦିଏ। ଯାହା ଦ୍ବାରା ଏହା ଶୀଘ୍ର ନଷ୍ଟ ହୋଇଯାଏ।

କେଉଁ ଫଳ ଉପରେ ପ୍ରଭାବ ପଡ଼େ?

ସେଓ, ନାଶପାତି, ଆଭୋକାଡୋ, କିୱି, ଆମ୍ବ ଭଳି କିଛି ଫଳ ଇଥିଲିନ୍ ଗ୍ୟାସ୍ ପ୍ରତି ସମ୍ବେଦନଶୀଳ। ତେଣୁ ଏହି ଫଳଗୁଡ଼ିକୁ କଦଳୀ ସହ ଅତି ନିକଟରେ ରଖିଲେ ସେଗୁଡ଼ିକର ପାଚିବା ପ୍ରକ୍ରିୟା ଦ୍ରୁତ ହୋଇଯାଏ। ଫଳରେ ଏହାକୁ ଅଧିକ ସମୟ ରଖିହୁଏନାହିଁ। ଯଦି ଫଳକୁ ଅଧିକ ଦିନ ପର୍ଯ୍ୟନ୍ତ ତାଜା ରଖିବାକୁ ଚାହାନ୍ତି, ତେବେ କଦଳୀ ଓ ଅନ୍ୟ ଫଳକୁ ଅଲଗା ରଖିବା ଭଲ।

ସଂରକ୍ଷଣ ଉପାୟ

କଦଳୀର ଡେମ୍ଫରୁ ଅଧିକ ଇଥିଲିନ୍ ନିର୍ଗତ ହୁଏ। ତେଣୁ ଡେମ୍ଫକୁ ଆଲୁମିନିୟମ୍ ଫଏଲ୍‌ରେ ହାଲୁକା ଭାବେ ଢାଙ୍କି ରଖିଲେ ପାଚିବା ପ୍ରକ୍ରିୟା କିଛି ମାତ୍ରାରେ ଧୀର ହୋଇଥାଏ। କଦଳୀକୁ ସିଧାସଳଖ ସୂର୍ଯ୍ୟକିରଣ ଓ ଅଧିକ ଗରମ ସ୍ଥାନରେ ନରଖି ଥଣ୍ଡା ଏବଂ ବାୟୁ ଚଳାଚଳ କରୁଥିବା ସ୍ଥାନରେ ରଖିବା ଭଲ।  ପୂରାପୂରି ପାଚିଯାଇଥିବା କଦଳୀକୁ ଅଳ୍ପ ସମୟ ପାଇଁ ଫ୍ରିଜ୍ ରେ ରଖାଯାଇପାରେ। ତେବେ ଥଣ୍ଡା ତାପମାତ୍ରା ଯୋଗୁଁ କଦଳୀର ଚୋପା ଶୀଘ୍ର କଳା ହୋଇପାରେ। ଏହା ସତ୍ତ୍ୱେ ଭିତର ଅଂଶ କିଛି ସମୟ ପର୍ଯ୍ୟନ୍ତ ଖାଇବା ଯୋଗ୍ୟ ହୋଇଥାଅ।

Menopause: ମେନୋପଜ୍ ମହିଳାମାନଙ୍କ ହୃତ୍‌ପିଣ୍ଡ ଉପରେ କିପରି ପ୍ରଭାବ ପକାଏ? ଜାଣନ୍ତୁ ଏହାର ବିପଦ ବିଷୟରେ

ଅନ୍ୟପକ୍ଷରେ, କଞ୍ଚା କଦଳୀକୁ ସାଧାରଣ କୋଠରୀ ତାପମାତ୍ରାରେ ରଖିବା ଭଲ। କଦଳୀକୁ ଅନ୍ୟ ଫଳଠାରୁ ଅଲଗା ରଖିବା ଦ୍ୱାରା ଅନ୍ୟ ଫଳ ଶୀଘ୍ର ପାଚିବା କିମ୍ବା ନଷ୍ଟ ହେବାରୁ କିଛି ମାତ୍ରାରେ ରକ୍ଷା କରାଯାଇପାରେ। ତେଣୁ, ଫଳକୁ ଅଧିକ ଦିନ ତାଜା ରଖିବାକୁ ଚାହାନ୍ତି ତେବେ କଦଳୀ ଓ ଇଥିଲିନ୍-ସମ୍ବେଦନଶୀଳ ଫଳକୁ ଅଲଗା ରଖିବା ଏକ ଭଲ ସଂରକ୍ଷଣ ପଦ୍ଧତି ଅଟେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.