Free Gender Affirmation Surgery ରାଜ୍ୟରେ ମାଗଣାରେ ହେବ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର

1 week ago 4
ARTICLE AD BOX

"ରାଜ୍ୟ ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ"ର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଶିକ୍ଷା, ସ୍ୱାସ୍ଥ୍ୟ ଓ ଆବାସିକ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ସରକାରୀ ମେଡିକାଲ କଲେଜଗୁଡ଼ିକରେ ବିନା ମୂଲ୍ୟରେ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର (Gender Affirmation Surgery) ଏବଂ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ଆଜି ନବଗଠିତ "ଓଡ଼ିଶା ରାଜ୍ୟ ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ"ର ପ୍ରଥମ ବୈଠକରେ ନିଷ୍ପତ୍ତି ନିଆଯାଇଛି।

'ସ୍ୱୀକୃତି' ଯୋଜନା ମାଧ୍ୟମରେ ରାଜ୍ୟରେ ୮୦ଟି ତୃତୀୟଲିଙ୍ଗୀ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଗଠନ କରାଯାଇଛି, ଯେଉଁଥିରୁ ୪୧ଟି ଗୋଷ୍ଠୀକୁ ୫୦,୦୦୦ ଟଙ୍କା ଲେଖାଏଁ ଏକକାଳୀନ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। 'ସ୍ମାଇଲ' (SMILE) ଯୋଜନାରେ ରାଜ୍ୟର ୩,୧୫୯ ଜଣ ତୃତୀୟଲିଙ୍ଗୀଙ୍କୁ ପରିଚୟ ପତ୍ର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ 'ଗରିମା ଗୃହ'ରେ ୨୫ ଜଣ ସଦସ୍ୟ ରହୁଥିବା ବେଳେ 'ଆୟୁଷ୍ମାନ ଭାରତ ଟି.ଜି. ପ୍ଲସ୍' ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବା ପ୍ରକ୍ରିୟା ଜାରି ରହିଛି।

third Gender operation1

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ତୃତୀୟଲିଙ୍ଗୀ ସମ୍ପ୍ରଦାୟର ସମାଜରେ ସମାନ ସୁଯୋଗ ଓ ସର୍ବାଙ୍ଗୀନ ବିକାଶ ପାଇଁ ଚାଲିଥିବା ବିଭିନ୍ନ ଯୋଜନାର ସମୀକ୍ଷା କରାଯିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ଶିକ୍ଷାନୁଷ୍ଠାନଗୁଡ଼ିକରେ ୧% ସଂରକ୍ଷଣ, ଫି' ଛାଡ଼, ସ୍ୱତନ୍ତ୍ର ହଷ୍ଟେଲ ଓ ଶୌଚାଳୟ ସୁବିଧା କରାଯିବ। ଏହାଛଡ଼ା ବସୁନ୍ଧରା ଓ ପି.ଏମ୍. ଆବାସ ଯୋଜନାରେ ଜମି ଓ ଘର ଯୋଗାଇଦେବା, ପୁରୀଠାରେ ଏକ କମ୍ୟୁନିଟି ହଲ୍ ନିର୍ମାଣ ଏବଂ ତୃତୀୟଲିଙ୍ଗୀ ଓ ଏଲ.ଜି.ବି.ଟି (LGBT) ସମ୍ପ୍ରଦାୟର ସଠିକ୍ ଗଣନା (Census) କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।

ଗଠନ ହେଲା ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ: କାର୍ଯ୍ୟକାଳ ୩ ବର୍ଷ, ପ୍ରତି ୩ ମାସରେ ଥରେ ବୈଠକ

ବିଭାଗୀୟ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ନିର୍ଦ୍ଦେଶିକା ପାରୁଲ ପଟୱାରୀ, ଅତିରିକ୍ତ ସଚିବ ସୋନିଆ ବେହେରା, ଅତିରିକ୍ତ ସଚିବ ଦୀପକ ରାଉତରାଇଙ୍କ ସମେତ ବଲାଙ୍ଗୀର ଜିଲ୍ଲାର ପ୍ରତିନିଧି ଏବଂ ମହିଳା ଓ ଶିଶୁ ବିକାଶ, ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିସହ ଟି.ଜି. ସୁରକ୍ଷା ଟ୍ରଷ୍ଟ, ବାଲୁଗାଁର 'ଚେତନା' ଅନୁଷ୍ଠାନ ଏବଂ ତୃତୀୟଲିଙ୍ଗୀ ସମ୍ପ୍ରଦାୟର ସଦସ୍ୟମାନେ ଯୋଗଦେଇ ନିଜର ପ୍ରସ୍ତାବ ରଖିଥିଲେ।

ତୃତୀୟଲିଙ୍ଗୀ ସୁଲଗ୍ନାର କାରନାମା: ଶହେ ଡାକ୍ତର ଓ ହୋଟେଲ୍ ବ୍ୟବସାୟୀ ଠକେଇର ଶିକାର

ତୃତୀୟଲିଙ୍ଗୀମାନଙ୍କୁ ସରକାରୀ ଚାକିରିରେ ସମାନ ସୁଯୋଗ ଦେବା ପାଇଁ ଆବେଦନ ପତ୍ର ଓ ନିଯୁକ୍ତି ନିୟମାବଳୀରେ "ତୃତୀୟଲିଙ୍ଗୀ" ବିକଳ୍ପ ସାମିଲ କରିବାକୁ ମନ୍ତ୍ରୀ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ 'ତୃତୀୟଲିଙ୍ଗୀ ସୁରକ୍ଷା ସେଲ୍' ଗଠନ, ସୋସିଆଲ ମିଡିଆରେ ଆକ୍ଷେପ ବା ଅପମାନ ବିରୋଧରେ କାର୍ଯ୍ୟାନୁଷ୍ଠାନ, ସାଇବର ସୁରକ୍ଷା ସେଲ୍ ଏବଂ ଏକ ସ୍ୱତନ୍ତ୍ର ହେଲ୍ପଲାଇନ୍ ନମ୍ବର ଚାଲୁ କରିବାକୁ ପ୍ରସ୍ତାବ ଦିଆଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.