ARTICLE AD BOX
ନୂଆଦିଲ୍ଲୀ: ଫୋର୍ବସ ପକ୍ଷରୁ ପ୍ରକାଶିତ ଭାରତର ଶୀର୍ଷ ୧୦୦ ଧନୀ ତାଲିକାରେ ଆଦାନୀ ଗ୍ରୁପ୍ ମୁଖ୍ୟ ଗୌତମ ଆଦାନୀ ୩ ବର୍ଷ ପରେ ପ୍ରଥମ ସ୍ଥାନକୁ ଫେରିଛନ୍ତି। ତାଙ୍କର ନିଟ୍ ସମ୍ପତ୍ତି ୧୧୨.୭ ବିଲିଅନ ଡଲାର ରହିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ମୁଖ୍ୟ ମୁକେଶ ଅମ୍ବାନୀ ଦ୍ବିତୀୟ ସ୍ଥାନକୁ ଖସିଛନ୍ତି। ତାଙ୍କର ନିଟ୍ ସମ୍ପତ୍ତି ୮୬. ୩ ବିଲିଅନ ଡଲାରରେ ରହିଛି।
ଏମାନଙ୍କ ପଛକୁ ତୃତୀୟ ସ୍ଥାନରେ ସାବିତ୍ରୀ ଜିନ୍ଦଲ ( ୩୯.୮ ବିଲିଅନ ଡଲାର), ଚତୁର୍ଥ ସ୍ଥାନରେ ଲକ୍ଷ୍ମୀ ମିତ୍ତଲ (୩୪.୭ ବିଲିଅନ ଡଲାର), ପଞ୍ଚମ ସ୍ଥାନରେ ସୁନିଲ ମିତ୍ତଲ ଓ ତାଙ୍କ ପରିବାର ( ୩୨.୯ ବିଲିଅନ ଡଲାର) ଅଛନ୍ତି। ସେହିଭଳି ଷଷ୍ଠ ସ୍ଥାନରେ ସାଇରସ ପୁନାୱାଲା ( ୨୮.୪ ବିଲିଅନ ଡଲାର), ସପ୍ତମ ସ୍ଥାନରେ ଶିବ ନାଦର ( ୨୭.୪ ବିଲିଅନ ଡଲାର), ଅଷ୍ଟମ ସ୍ଥାନରେ ଦିଲୀପ ସାଂଘଭି ( ୨୬.୩ ବିଲିଅନ ଡଲାର), ନବମ ସ୍ଥାନରେ କୁମାର ବିର୍ଲା (୨୩.୨ ବିଲିଅନ ଡଲାର) ଥିବାବେଳେ ଦଶମ ସ୍ଥାନରେ ହିନ୍ଦୁଜା ପରିବାର ( ୨୧.୨ ବିଲିଅନ ଡଲାର) ରହିଛନ୍ତି। ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲର ମୁଖ୍ୟ ଲକ୍ଷ୍ମୀ ମିତ୍ତଲ ଏଥର ତାଲିକାରେ ୮ଟି ସ୍ଥାନ ଉପରକୁ ଉଠିଛନ୍ତି।
Gautam Adani: ରାୟଗଡ଼ାରେ ଗୌତମ ଆଦାନୀ: ବଡ଼ ପୁଞ୍ଜିନିବେଶ ଯୋଜନା
ଚଳିତବର୍ଷ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୮.୫ ପ୍ରତିଶତ ଓ ଷ୍ଟକ ବଜାରରେ ୯.୫ ପ୍ରତିଶତ ହ୍ରାସ ଘଟିଛି। ଏହା ସତ୍ତ୍ବେ ଭାରତର ଶୀର୍ଷ ୧୦୦ ଧନୀଙ୍କ ମୋଟ ସମ୍ପତ୍ତି ୧ ଟ୍ରିଲିଅନ ଡଲାରରେ ଅପରିବର୍ତ୍ତିତ ରହିଛି। ଏହାର ପ୍ରଭାବ ଧନୀମାନଙ୍କ ସମ୍ପତ୍ତି ଉପରେ ପଡ଼ିଛି। ଆଦାନୀଙ୍କ ସମ୍ପତ୍ତି ୨୦.୭ ବିଲିଅନ ଡଲାର ବଢ଼ିଛି। ଏହା ସତ୍ତ୍ବେ ତାଙ୍କ ପରିବାରର ସମ୍ପତ୍ତି ୨୦୨୨ରେ ପହଞ୍ଚିଥିବା ୧୫୦ ବିଲିଅନ ଡଲାରଠାରୁ ଯଥେଷ୍ଟ କମ୍ ରହିଛି। ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୧୮.୭ ବିଲିଅନ ଡଲାର ହ୍ରାସ ପାଇଛି।

46 minutes ago
2


