ARTICLE AD BOX
ଲିସବନ: କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟ୍ବଲ୍ରୁ ଅବସର ନେବାର ଗୋଟିଏ ସପ୍ତାହ ପରେ ତାଙ୍କ ବଡ଼ ପୁଅ ପର୍ତ୍ତୁଗାଲ ପାଇଁ ଖେଳିବାକୁ ଯାଉଛନ୍ତି। କନିଷ୍ଠ କ୍ରିଷ୍ଟିଆନ ରୋନାଲ୍ଡୋ ୧୭ ବର୍ଷରୁ କମ୍ ପର୍ତ୍ତୁଗାଲ୍ ଦଳରେ ସ୍ଥାନ ପାଇଛନ୍ତି। ସେ ବୁଧବାର ଆଣ୍ଡୋରେ ବିପକ୍ଷରେ ଖେଳାଯିବାକୁଥିବା ୟୁଫା ୧୭ ବର୍ଷରୁ କମ୍ ପ୍ରତିଯୋଗିତାରେ ପଦାର୍ପଣ କରିବେ। ଏହାପରେ ଏହାପରେ ବୁଲଗେରିଆ ଓ ସର୍ବିୟା ବିପକ୍ଷରେ ଖେଳିବେ। ଏହି ମ୍ୟାଚ୍ଗୁଡ଼ିରେ ସେ ନିଜର ଛାପ ଛାଡ଼ିବାକୁ ଲକ୍ଷ୍ୟ ରଖିଛନ୍ତି।
ବାପାଙ୍କ ଭଳି ରଖିଛନ୍ତି କଳା
୧୬ ବର୍ଷୀୟ କନିଷ୍ଠ ରୋନାଲ୍ଡୋ ସଂପ୍ରତି ସାଉଦି କ୍ଲବ୍ ଅଲ୍ ନାସରର କନିଷ୍ଠ ଦଳରୁ ଖେଳୁଛନ୍ତି। ଏହି କ୍ଲବ୍ରୁ ତାଙ୍କ ବାପା ୨୦୨୩ରୁ ଖେଳି ଆସୁଛନ୍ତି। ରୋନାଲ୍ଡୋଙ୍କଠୁ ଡେଙ୍ଗା ଥିବା ୬ଫୁଟ୍ ୩ ଇଞ୍ଚ ଉଚ୍ଚର ଏହି ଷ୍ଟ୍ରାଇକର୍ ଗୋଲ୍ କରିବାର ବାପାଙ୍କ ଭଳି କଳା ରଖିଛନ୍ତି। ରୋନାଲ୍ଡୋ ୧୮ ବର୍ଷ ବୟସରେ ୨୦୦୩ରେ ବରିଷ୍ଠ ବର୍ଗରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ପୁଅ ଏବେ କନିଷ୍ଠ ଦଳରେ ସ୍ଥାନ ପାଇ ଏହି ଆଶା ରଖିଛନ୍ତି। ୨୩୪ ମ୍ୟାଚ୍ ଖେଳି ୧୪୬ ଗୋଲ୍ ସ୍କୋର୍ କରିଥିବା ‘ସିଆର୍୭’ ଭାବେ ପରିଚିତ ୪୧ ବର୍ଷୀୟ ରୋନାଲ୍ଡୋ ଚଳିତ ମାସ ୫ ତାରିଖରେ ଅନ୍ତର୍ଜାତୀୟ ଫୁଟ୍ବଲ୍ରୁ ଅବସର ନେଇଥିଲେ।

1 day ago
4


