Food: ଖାଦ୍ୟରେ ପୋକ ସାଲୁବାଲୁ: ରେଭେନ୍ସା ବିଶ୍ବବିଦ୍ୟାଳୟ ମହାନଦୀ ଛାତ୍ରୀନିବାସରେ ଆନ୍ଦୋଳନ

1 hour ago 1
ARTICLE AD BOX

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ମହାନଦୀ ଛାତ୍ରୀନିବାସର ଖାଦ୍ୟରେ ପୋକ ବାହାରିବାକୁ ନେଇ ଅନ୍ତେବାସୀ ଧାରଣା ଦେଇଛନ୍ତି। ଏହି ଛାତ୍ରୀନିବାସର ଖାଦ୍ୟରୁ ବାରମ୍ବାର ପୋକ ବାହାରୁଥିବା ଅଭିଯୋଗ ହୋଇ ଆସୁଥିଲା। ଆଜି ମଧ୍ୟାହ୍ନଭୋଜନରେ ଅନ୍ତେବାସୀଙ୍କୁ ଦିଆଯାଇଥିବା ଖାଦ୍ୟରେ ପୋକ ସାଲୁବାଲୁ ହେଉଥିବା ଦେଖିବାକୁ ମିଳିଥିଲା। ଏନେଇ ଛାତ୍ରୀମାନେ ହ‌ଷ୍ଟେଲ ୱାର୍ଡେନଙ୍କ ନିକଟରେ ଅଭିଯୋଗ କରିଥିଲେ। ସେମାନେ ହଷ୍ଟେଲ ସମ୍ମୁଖ ରାସ୍ତାରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଖବର ପାଇ ବିଶ୍ବବିଦ୍ୟାଳୟ ଚିଫ୍‌ ୱାର୍ଡେନ ଘଟଣାସ୍ଥଳରେ ପହଞ୍ଚି ହଷ୍ଟେଲ୍‌ର ପରିମଳ ଅନୁଧ୍ୟାନ କରିବା ସହ ଧାରଣାରତ ଛାତ୍ରୀଙ୍କୁ ବୁଝାସୁଝା କରିଥିଲେ। ହଷ୍ଟେଲର ଯେଉଁ ସ୍ଥାନରେ ରୋଷେଇ କରାଯାଉଛି ତାହାର ସଫେଇ ସହ ଏଥିରେ ନିୟୋଜିତ ଥିବା କର୍ମଚାରୀଙ୍କୁ ତାଗିଦ କରିଥିଲେ। ଏପରି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଅନ୍ତେବାସୀଙ୍କୁ ପ୍ରତିଶ୍ରୁତି ଦେବା ପରେ ଛାତ୍ରୀମାନେ ଧାରଣାରୁ ଉଠିଥିଲେ। 

Anniversary: ସର୍ବୋଦୟ ନେତା ଶ୍ୟାମସୁନ୍ଦର ଦାସଙ୍କ ଜନ୍ମ ଶତ ବାର୍ଷିକୀ ପାଳିତ

Cncroachment: ସରକାରୀ ଜମି ଜବରଦଖଲ, ଷ୍ଟଲ-ଘର ଭାଙ୍ଗିଲା ପ୍ରଶାସନ

ସୂଚନା ଥାଉ କି, ହଷ୍ଟେଲ୍‌ର ଅନ୍ତେବାସୀଙ୍କ ପାଇଁ ଏହା ପରିସରରେ ଜଳଖିଆରୁ ନେଇ ସମସ୍ତ ଖାଦ୍ୟ ପ୍ରସ୍ତୁତ କରାଯାଏ। ହଷ୍ଟେଲ୍‌ର ରୋଷେଇ କରାଯାଉଥିବା ଅଞ୍ଚଳକୁ ସଫା କରାଯାଉ ନଥିବା ବେଳେ ଖାଦ୍ୟରୁ ପୋକ ବାହାରିଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ୨୦୨୫ ଜୁଲାଇ ୧୫ରେ ରାଷ୍ଟ୍ରପତି ବିଶ୍ବବିଦ୍ୟାଳୟ ଆସିଥିଲେ। ରାଷ୍ଟ୍ରପତିଙ୍କ ଗସ୍ତର ଦୁଇଦିନ ପୂର୍ବରୁ ଏକ ଛାତ୍ର ହଷ୍ଟେଲ୍‌ରୁ ମଧ୍ୟ ପୋକ ବାହାରିଥିଲା। ଯାହାକୁ ନେଇ ସେ ସମୟରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଅଡୁଆ ପରିସ୍ଥିତିରେ ପଡିଥିଲେ। ବିଶ୍ବବିଦ୍ୟାଳୟର ଚିଫ୍‌ ୱାର୍ଡେନ୍‌ ପ୍ରଫେସର୍‌ ଡକ୍ଟର ପୂର୍ଣ୍ଣେନ୍ଦୁ ପାରି କହିଛନ୍ତି, ଖାଦ୍ୟରୁ ପୋକ ବାହାରିବା ନେଇ ହଷ୍ଟେଲ ୱାର୍ଡେନ୍‌ ଫୋନ୍‌ କରି ଜଣାଇଥିଲେ। ଏହାକୁ ନେଇ ଛାତ୍ରୀଙ୍କ ସହ ଆଲୋଚନା କରାଯାଇଛି। ଆଗାମୀ ଦିନରେ ଏଭଳି ଘଟଣା ଯେପରି ନ ଘଟିବ ସେଥିପ୍ରତି  ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି।

Cncroachment: ସରକାରୀ ଜମି ଜବରଦଖଲ, ଷ୍ଟଲ-ଘର ଭାଙ୍ଗିଲା ପ୍ରଶାସନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.