Fog: ଘନ କୁହୁଡ଼ିର ଚାଦର ତଳେ ଘୁ.ଉଦୟଗିରି

1 week ago 7
ARTICLE AD BOX

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଚଳିତ ବର୍ଷର ପ୍ରଥମ କୁହୁଡି ସାଙ୍ଗକୁ ପାହାନ୍ତିଆ ଶୀତ ଅନୁଭୂତ ହୋଇଛି। କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳରେ ଲୋକେ ଆଜି ଘନ କୁହୁଡ଼ିର ଅନୁଭୂତି ଅନୁଭବ କରିଛନ୍ତି।

ଘୁ.ଉଦୟଗିରି ଅଞ୍ଚଳ ପ୍ରବଳ ମାତ୍ରାରେ କୁହୁଡ଼ି ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହେଉଥିବା ଲକ୍ଷ୍ୟ କରାଯାଇଛି। କୁହୁଡ଼ି ଯୋଗୁଁ ପାହାନ୍ତିଆରୁ ସାମାନ୍ୟ ଶିତ ବି ଅନୁଭୂତ ହେଉଅଛି। ଘୁ.ଉଦୟଗିରି ଏବଂ କଲିଙ୍ଗା ଅଞ୍ଚଳରେ କୁହୁଡ଼ି ଯୋଗୁଁ କଳିଙ୍ଗା ଘାଟିରେ ଯାନ ବାହାନ ଚଳାଚଳ ସାମାନ୍ୟ ବାଧାପ୍ରାପ୍ତ ହେବା ସହ ଦୁର୍ଘଟଣା ଆଶଙ୍କା ରହିଛି। ରାସ୍ତାରେ ଲୋକ ମାନେ ଯିବା ଆସିବା ବି ବାଧାପ୍ରାପ୍ତ ହୋଇଛି। କୁହୁଡ଼ିରେ ଯାତାୟାତ ପ୍ରତି ସତର୍କତା ଅବଲମ୍ବନ ନ କଲେ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେବା ଆଶଙ୍କା ରହିଛି।

Pakistan Accident: ପାକିସ୍ତାନରେ ଘନକୁହୁଡ଼ି ଯୋଗୁଁ ପୋଲ ତଳକୁ ଖସି ପଡ଼ିଲା ଟ୍ରକ: ୬ ଶିଶୁ ସମେତ ୧୪ ମୃତ

ଚଳିତ ବର୍ଷ ବର୍ଷା ସାଙ୍ଗକୁ ମେଘୁଆ ପାଗ ତା ସହ ସକାଳୁ କୁହୁଡି ଜଙ୍ଗଲ ପାହାଡ଼ ଘେରା ସ୍ଥାନୀୟ ଅଞ୍ଚଳରେ କୁହୁଡି ଆରମ୍ଭ ହେଲେ ତା ସହ ଟିକିଏ ଶୀତ ଏହାର ମଜ୍ଜା ଉଠେଇବାକୁ ବାହାର ଜିଲ୍ଲା ଏବଂ ରାଜ୍ୟର ପର୍ଯ୍ୟଟକ ଏହି ଅଞ୍ଚଳକୁ ଆସନ୍ତି ସବୁଜ ସୁନ୍ଦର ପର୍ଯ୍ୟଟନ ର ମଜ୍ଜା ଉଠାନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.