Flowers taller than humans: କିମାଶ୍ଚର୍ଯ୍ୟମ୍‌: ମଣିଷଠାରୁ ଆହୁରି ଡେଙ୍ଗା ଫୁଲ

1 week ago 4
ARTICLE AD BOX

ରଙ୍ଗବିରଙ୍ଗ ଫୁଲ ଓ ଏହାର ମନମତାଣିଆ ବାସ୍ନା କାହାକୁ ବା ଭଲ ନଲାଗେ? ପ୍ରାୟ ସବୁ ଗଛରେ ଆକର୍ଷଣୀୟ ଫୁଲ ଫୁଟିଥାଏ। ଆମ ବିସ୍ମୟକର ଓ ରହସ୍ୟଜନକ ପ୍ରକୃତିରେ ଏମିତି ବି ଗଛ ଅଛି, ଯେଉଁ ଗଛରେ ପ୍ରତି ୭ରୁ ୧୫ ବର୍ଷ ବ୍ୟବଧାନରେ ଫୁଲ ଫୁଟିଥାଏ। କେବଳ ଏତିକି ନୁହେଁ, ଏହି ଗଛରେ ଯେଉଁ ଫୁଲ ଫୁଟେ, ତାହାର ଉଚ୍ଚତା ୩.୨ ଫୁଟ୍‌ରୁ ୬.୫ ଫୁଟ୍‌ ହୋଇଥାଏ। ଅର୍ଥାତ୍‌ ଏହି ବିରଳ ଫୁଲ ମଣିଷଠୁ ଆହୁରି ଡେଙ୍ଗା। ଅନ୍ୟ କେଉଁ ଅଞ୍ଚଳରେ ନୁହେଁ, ହିମାଳୟର ୪୦୦୦ ମିଟର୍‌ ଉଚ୍ଚତାରେ ଫୁଟୁଥିବା ଏହି ବିରଳ ପ୍ରଜାତିର ଫୁଲକୁ ଡାଇମଣ୍ଡ୍‌ ଫ୍ଲାୱାର୍‌ ବୋଲି କୁହାଯାଉଥିବା ‌େବଳେ ସ୍ଥାନୀୟ ଭାଷାରେ ଏହା କେଞ୍ଜୋ ବା ପଦମ୍‌ଚଲ୍‌ ନାମରେ ଜଣାଶୁଣା। ହିମାଳୟ ବ୍ୟତୀତ ଅନ୍ୟ କେଉଁ ଅଞ୍ଚଳରେ ଏହା ଦୃଶ୍ୟମାନ ହୋଇନଥାଏ। କାରଣ କେବଳ ସେହି ପରିବେଶରେ ହିଁ ଏହା ବଢ଼ିପାରେ।

Scam: ପଟ୍ଟନାୟକ ବନ୍ଧ ଦୁର୍ନୀତି ପଦାରେ ପଡ଼ିବା ପରେ ଅନ୍ୟ ପ୍ରକଳ୍ପକୁ ନେଇ ଚର୍ଚ୍ଚା

ଉତ୍ତରାଖଣ୍ଡ, ସିକିମ ସମେତ ହିମାଳୟ ପାର୍ବତ୍ୟାଞ୍ଚଳର ଅନ୍ୟ କେତେକ ଭାଗରେ ଏହା ଦେଖିବାକୁ ମିଳେ। ଏହି ଫୁଲ ସାଧାରଣତଃ ଔଷଧରେ ବ୍ୟବହାର ହୁଏ। ହାଡ଼ଭଙ୍ଗା, କ୍ଷତ, ହଜମ ଶକ୍ତି ବଢ଼ାଇବା ଓ ମୁଣ୍ଡବିନ୍ଧା ପାଇଁ ଏହା ଅବ୍ୟର୍ଥ ଔଷଧ ବୋଲି ହିମାଳୟ ପାର୍ବତ୍ୟାଞ୍ଚଳର ଅଧିବାସୀ କହନ୍ତି। ହିମାଳୟର ସବୁ ଅଞ୍ଚଳରେ ଏହା ଦେଖିବାକୁ ମିଳୁନଥିବା ବେଳେ ସେଠାରେ ଟ୍ରେକିଂ ସମୟରେ ପର୍ବତାରୋହୀମାନଙ୍କ ନଜରରେ ଏହି ଫୁଲ ପଡ଼ିଥାଏ। ବିଭିନ୍ନ ସମୟରେ ହେଉଥିବା ବଟାନିକାଲ୍‌ ସର୍ଭେ ସମୟରେ ଉଦ୍ଭିଦ ବିଶାରଦମାନେ ଏହି ଫୁଲର ସନ୍ଧାନ କରି ଏହାର ସଂରକ୍ଷଣ ଉପରେ ଗୁରୁତ୍ବ ଦେଇ ଆସୁଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ମତରେ, ବର୍ଷର ଜୁଲାଇ ମଧ୍ୟଭାଗରୁ ସେପ୍‌ଟେମ୍ବର ମାସ ମଧ୍ୟରେ ଏହି ଫୁଲ ଫୁଟେ। ଏହି ସମୟକୁ ଲୋକେ ହୀରା ଫୁଲର ଋତୁ କହନ୍ତି।

Horoscope 2026 August 08: ଜାଣନ୍ତୁ ଆଜିର ରାଶିଫଳ...

Read Entire Article
LEFT SIDEBAR AD

Hidden in mobile, Best for skyscrapers.