ARTICLE AD BOX
ଭଦ୍ରକ: ଭଦ୍ରକ ଜିଲ୍ଲାରେ ବୈତରଣୀ ଓ ସାଳନ୍ଦୀ ନଦୀରେ ପୁଣି ବନ୍ୟା। ନଦୀକୂଳିଆ ଲୋକେ ଆତଙ୍କିତ ।ବନ୍ୟା ଦୁଃଖ ମନରୁ ଲିଭି ନଥିବା ବେଳେ ପୁଣି ବୈତରଣୀ ଆଉ ସାଳନ୍ଦୀ ବୁଡ଼ାଇ ଦେଲାଣି।
ଭଦ୍ରକରେ ଉଛୁଳିଲା ସାଳନ୍ଦୀ ନଦୀ। ଅର୍ଣ୍ଣପାଳର ଆଙ୍କପାଳ ଗାଁ ନିକଟରେ ସାଳନ୍ଦୀ ନଦୀରେ ୨୦ ଫୁଟର ଘାଇ ହୋଇଗଲା । ଗାଁ ଆଡ଼କୁ ମାଡ଼ି ଆସିଲା ବନ୍ୟା ଜଳ। ଗତ ବନ୍ୟ ଠାରୁ ଭୟଙ୍କର ରୂପରେ ମାଡ଼ି ଆସୁଛି ସାଳନ୍ଦୀ।
ଭଦ୍ରକବାସୀ ମଧ୍ୟ ବର୍ଷାରେ ବ୍ୟାପକ ପ୍ରଭାବିତ ହୋଇଛନ୍ତି
ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଉପକୂଳ ଓଡ଼ିଶା ସମେତ ଭଦ୍ରକବାସୀ ମଧ୍ୟ ବର୍ଷାରେ ବ୍ୟାପକ ପ୍ରଭାବିତ ହୋଇଛନ୍ତି। ଗତକାଲି ଭଦ୍ରକ କଲେଜ ରୋଡ଼ ଜଗନ୍ନାଥପୁର ମୁଖ୍ୟରାସ୍ତା ଜଳାର୍ଣ୍ଣବ ହୋଇଥିଲା। ଏହି ରାସ୍ତାରେ ଯାତାୟତ କରୁଥିବା ଲୋକେ ହଇରାଣର ସମ୍ମୁଖୀନ ହୋଥିବାର ଦେଖିବାକୁ ମିଳିଥିଲା।
Transfer: କଟକଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଅମିତା ଦାସଙ୍କୁ ବଦଳି ନିର୍ଦ୍ଦେଶ

1 day ago
2


