ARTICLE AD BOX
ଭଦ୍ରକ (ହରିହର ନାୟକ): ଭଦ୍ରକରେ ବଢୁଛି ସାଳନ୍ଦୀ ଆଉ ବୈତରଣୀର ଜଳସ୍ତର। ସାଳନ୍ଦୀ ନଦୀର ଜଳସ୍ତର ଆଜି ସନ୍ଧ୍ୟାରେ ଭଦ୍ରକର ରାଜଘାଟ ଠାରେ ବିପଦ ସଙ୍କେତ ୧୭ ଫୁଟ ଉପରେ ପ୍ରବାହିତ ହେଉଛି। ଅର୍ଥାତ ଏଠାରେ ୧୯.୫୦ ଫୁଟ୍ରେ ପ୍ରବାହିତ ହେଉଛି।
ଏହି ଜଳସ୍ତର କମି ନଥିବାରୁ ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ, ଭଦ୍ରକ ବ୍ଲକ ଓ ଭଦ୍ରକ ପୌପାଳିକାର ୩୦ ୱାର୍ଡ, ତିହିଡି ବ୍ଲକ ଓ ଚାନ୍ଦବାଲି ବ୍ଲକର ଆରଡି ଜୋନରେ ବନ୍ୟା ଜଳ ପ୍ରବେଶ କରି ବ୍ୟାପକ ଅଞ୍ଚଳ କଲାମୟ କରୁଛି। ଭଦ୍ରକର ଅନେକ ସରକାରୀ ଅଫିସ ଓ ଲୋକଙ୍କ ଘରେ ବନ୍ୟା ଜଳ ପ୍ରବେଶ କରିଛି। ବୁଡିଯାଇଛି ଭଦ୍ରକ କଲେଜ, ଜିଲ୍ଲାପାଳ, ଏସ୍ପି, ଜିଲ୍ଲା ଜଜ୍ଙ୍କ ଯାତାୟାତ ଭିଆଇପି ରାସ୍ତା, ବୁଡିଯାଇଛି। ଗବସାହି ଗାଁ, କଲୋନି, ଜେନାସାହି, ଠାକୁରବାଡ଼ି, ଗବସାହି ଦୁର୍ଗା ମନ୍ଦିର, ଶିବ ମନ୍ଦିର, ଗବସାହି ଗାଁ ରାସ୍ତା।
Palapala River: ମୟୂରଭଞ୍ଜରେ ବଢ଼ିଲା ପଳପଳା ନଦୀର ଜଳସ୍ତର, ବାଲିଡ଼ିହା ପୋଲ ଉପରେ ୩ ଫୁଟ୍ ପାଣି
ଜଗନ୍ନାଥପୁର, ପୁରୁଣା ବଜାର, କୁଆଁସ, ଧନା ଟୋଲା, ଥାନାପତି ମନ୍ଦିର, ସନ୍ଥିଆ ଗାଁ, ଗେଲ ପୂର୍, ସାମାରାଇପୁର ଜଳମୟ ହୋଉଛି। ଆରଡି ଛକ ରାସ୍ତା ପାଣିରେ ବୁଡି ରହିଛି। ଭଦ୍ରକ ସହର ଜଳମୟ ହୋଇ ରହିଛି। ବୈତରଣୀର ଜଳସ୍ତର ସାମାନ୍ୟ କମିଛି। ସନ୍ଧ୍ୟା ସୁଦ୍ଧା ଆଖୁଆପଦା ଠାରେ ଜଳସ୍ତର ବିପଦ ସଙ୍କେତ ୧୭.୮୩ ଉପରେ ୧୮. ୧୩ ମିଟର ଉପରେ ପ୍ରବାହିତ ହେଉଛି। ବୈତରଣୀ ପାଇଁ ଭଣ୍ଡାରୀ ପୋଖରୀ, ଧାମନଗର, ଚାନ୍ଦବାଲିର ଆରଡି ଅଞ୍ଚଳ ଜଳମୟ ହୋଉଛି। ବନ୍ୟାରେ ଅନେକ ଚାଷ ଜମି ନଷ୍ଟ ହୋଇଛି।

9 hours ago
1


