Flood in Odisha: ବାଲେଶ୍ବର ଜିଲ୍ଲାରେ ୧୦ ହଜାର ଲୋକ ସ୍ଥାନାନ୍ତର; ୨ ଲକ୍ଷରୁ ଅଧିକ ପ୍ରଭାବିତ

1 hour ago 2
ARTICLE AD BOX

ବାଲେଶ୍ବର: ବାଲେଶ୍ବରର ଚଳିତ ବର୍ଷର ସୁବର୍ଣ୍ଣରେଖା ନଦୀର ପ୍ରଥମ ବନ୍ୟା ସମେତ ଜଳକା, ବୁଢ଼ାବଳଙ୍ଗ, କାଂଶବାଂଶ ନଦୀର ବନ୍ୟା ଜିଲ୍ଲାବାସୀଙ୍କୁ କଲବଲ କରୁଥିବା ଦେଖାଯାଇଛି। ଏହି ପରିପ୍ରେକ୍ଷୀରେ ଜଳକା, ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଜଳ ହ୍ରାସ ହେଉଥିବା ବେଳେ ସୁବର୍ଣ୍ଣରେଖାରେ ନଦୀ ଜଳ ବଢ଼ୁଥିବା ଦେଖାଯାଇଛି। ସୁବର୍ଣ୍ଣରେଖା ନଦୀର ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ ଓ ସତର୍କ ସଙ୍କେତ ୯.୪୫ ମିଟର ଥିବା ବେ‌ଳେ ଅପରାହ୍ନରେ ଏହା ୯.୧୩ ମିଟର‌ରେ ପ୍ରବାହିତ ହେଉଥିବା ବେଳେ କ୍ରମଶଃ ଏହା ବଢ଼ୁଥିବା ଦେଖାଯାଇଛି। ସନ୍ଧ୍ୟା ୬ ଟା ସୁଦ୍ଧା ଏହା ୯.୨୫ ମିଟରରେ ପ୍ରବାହିତ ହେଉଥିବା ଦେଖାଯାଇଛି। 

ସେହିଭଳି ଜାମଶୋଳାଘାଟ ଠାରେ ୪୯.୧୬୦ ମିଟର ବିପଦ ସଙ୍କେତ, ୪୮.୩୨୦ ମିଟର ସତର୍କ ସଙ୍କେତ ଥିବା ବେଳେ ଅପରାହ୍ନରେ ୪୯.୩୦୦ ମିଟରରେ ପ୍ରବାହିତ ହେଉଥିବା ବେଳେ ସନ୍ଧ୍ୟା ୬ଟା ସୁଦ୍ଧା ଏହା ବୃଦ୍ଧି ପାଇ ୪୯.୫୨୦ ମିଟରରେ ପ୍ରବାହିତ ହେଉଛି। ସୁବଣ୍ଣରେଖା ଫୁଲୁଥିବା ଦେଖାଯାଇଛି। ଜଳକାରେ ବିପଦ ସଙ୍କେତ ୬.୫୦ ମିଟର ଥିବା ବେଳେ ଏହା ସନ୍ଧ୍ୟା ସୁଦ୍ଧା ୬.୭୨ ମିଟରରେ ପ୍ରବାହିତ ହେଉଥିବା ବେଳେ ଧୀରେ ଧୀରେ କମୁଥିବା ଦେଖାଯୋଇଛି। 

Irrigation Project Work: ସରୁନି ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ କାମ

ଗତକାଲି ଜିଲ୍ଲାର ୧୨ ବ୍ଲକର ୯୭ ପଞ୍ଚାୟତର ୪୫୩ ଗ୍ରାମ ପ୍ରଭାବିତ ହୋଇଥିବା ବେ‌‌ଳେ ଆଜି ଆଉ ୯ ଟି ପଞ୍ଚାୟତ ପ୍ରଭାବିତ ହୋଇଥିବା ଫଳରେ ୧୦୬ ପଞ୍ଚାୟତର ୫୨୪ ଗ୍ରାମ ପ୍ରଭାବିତ ହୋଇଥିବା ବିଭିନ୍ନ ପଞ୍ଚାୟତରୁ ପାଣି ମଧ୍ୟ ଖସିଥିବା ଜଣାପଡ଼ିଛି। ଗତକାଲି ଓ ଆଜିକୁ ମିଶାଇ ଜିଲ୍ଲାର ସମୁଦାୟ ୨ ଲକ୍ଷ ୧୮ ହଜାର ୫୭୭ ଲୋକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଆଜି ୧୦ ହଜାର ୨୯୮ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ବନ୍ୟା ପରିଚାଳନା ପାଇଁ ୨ ଟି ଏନ୍‌ଡିଆରଏଫ୍‌, ଗୋଟିଏ ଓଡ୍ରାଫ୍‌ ଟିମ୍‌ ନିୟୋଜିତ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଗଠିତ ଟିମ୍‌ ପରିସ୍ଥିତି ଉପରେ ନଜର ରଖିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.