ARTICLE AD BOX
ଛତ୍ରପୁର (ବସନ୍ତ ମହାରଣା): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ପରିସ୍ଥିତିରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବନ୍ୟାପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ରନ୍ଧା ଖାଦ୍ୟ ବଣ୍ଟନ କାର୍ଯ୍ୟ ଜୋରଦାର ଭାବେ ଜାରି ରହିଛି। ଏହି କାର୍ଯ୍ୟର ତଦାରଖ ପାଇଁ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଶନିବାର ଛତ୍ରପୁର ବ୍ଲକର ବିଭିନ୍ନ ବନ୍ୟାପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଜିଲ୍ଲାପାଳ ଛତ୍ରପୁର ବ୍ଲକର ବଉଳଗାଁ ପଞ୍ଚାୟତ ଅନ୍ତର୍ଗତ ନିମପଲ୍ଲୀ ଓ ବଉଳଗାଁ ଗ୍ରାମରେ ପହଞ୍ଚି ବନ୍ୟାପୀଡ଼ିତଙ୍କୁ ଯୋଗାଇ ଦିଆଯାଉଥିବା ରନ୍ଧା ଖାଦ୍ୟ ବଣ୍ଟନ ବ୍ୟବସ୍ଥା ନିଜେ ତଦାରଖ କରିଥିଲେ। ସେ ଲୋକଙ୍କ ସହ ମିଶି ସେମାନଙ୍କ ସୁବିଧା-ଅସୁବିଧା ପଚାରି ବୁଝିବା ସହ ରିଲିଫ୍ ସାମଗ୍ରୀ ଓ ଖାଦ୍ୟ ଠିକ୍ ଭାବେ ମିଳୁଛି କି ନାହିଁ, ତାହା ଜାଣିଥିଲେ।
ନିଜେ ପରଷିଲେ ଖାଦ୍ୟ
ରନ୍ଧା ଖାଦ୍ୟର ମାନ ଓ ପରିଚ୍ଛନ୍ନତା ପରଖିବା ପାଇଁ ଜିଲ୍ଲାପାଳ ନିଜେ ଲୋକଙ୍କୁ ଖାଦ୍ୟ ପରସିବା ସହ ସେମାନଙ୍କ ସହ ବସି ଖାଦ୍ୟ ଖାଇଥିଲେ। ଏହାଦ୍ୱାରା ରିଲିଫ୍ ଶିବିର ଓ ବନ୍ୟାପ୍ରଭାବିତ ଅଞ୍ଚଳରେ ଯୋଗାଇ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ଓ ପରିଚ୍ଛନ୍ନତା ସମ୍ପର୍କରେ ସେ ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରିଥିଲେ। ବନ୍ୟାପୀଡ଼ିତଙ୍କୁ ଗୁଣାତ୍ମକ ଓ ପରିଚ୍ଛନ୍ନ ରନ୍ଧା ଖାଦ୍ୟ ଯୋଗାଇଦେବା ସହ ଆବଶ୍ୟକ ସମସ୍ତ ସୁବିଧା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜୀତ ସାହୁ, କନିଷ୍ଠ ଯନ୍ତ୍ରୀ ଆକାଶ ପାତ୍ର, ବଉଳଗାଁ ସରପଞ୍ଚ, ସମିତି ସଭ୍ୟ ଓ ପୂର୍ବତନ ସରପଞ୍ଚ ଦୁର୍ଯ୍ୟୋଧନ ପରିଡ଼ାଙ୍କ ସମେତ ସ୍ଥାନୀୟ ଅଧିକାରୀ ଓ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଓଡ଼ିଶା ହାଇକୋର୍ଟରେ ଆଗୁଆ ଜାମିନ ଆବଦେନ ଖାରଜ
ବୈଠକ କରି ସ୍ଥିତି ସମୀକ୍ଷା
ବନ୍ୟା ପରିସ୍ଥିତିରେ ରିଲିଫ୍ ବଣ୍ଟନ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ଜିଲ୍ଲାପାଳ ନିୟମିତ ଭାବେ ବିଭିନ୍ନ ଅଧିକାରୀଙ୍କ ସହ ବୈଠକ କରି ସ୍ଥିତି ସମୀକ୍ଷା କରୁଛନ୍ତି। ଜିଲ୍ଲାର ବନ୍ୟାପ୍ରଭାବିତ ଅଞ୍ଚଳରେ ଅତିରିକ୍ତ ୩୦ ଜଣ ସିନିୟର ଓଏଏସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସେମାନେ ନିଜ ନିଜ ଅଞ୍ଚଳରେ ରିଲିଫ୍, ପୁନରୁଦ୍ଧାର ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟର ତଦାରଖ କରୁଛନ୍ତି। ଏହାସହ ଜିଲ୍ଲାପାଳ ଆଭାସୀ ମାଧ୍ୟମରେ ବିଡିଓ, ତହସିଲଦାର ଓ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀଙ୍କ ସହ ନିରନ୍ତର ଯୋଗାଯୋଗ ରଖି ସମସ୍ତ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ସୁଚାରୁ ଭାବେ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି।

1 hour ago
2


