Flood in Odisha: ପୁଣି ବୈତରଣୀରେ ବନ୍ୟା, ବୁଡ଼ିଲା ଏନ୍‌ଏଚ୍‌-୨୦ର ବୋଡ଼କ ରାସ୍ତା

1 day ago 2
ARTICLE AD BOX

ଭଦ୍ରକ/ଆରଡ଼ି (ହରିହର ନାୟକ): ପୁଣି ଥରେ ବୈତରଣୀରେ ବନ୍ୟା ଆସିଛି। ବନ୍ୟା ପାଣି ବଢ଼ୁଥୁବାରୁ ଚିନ୍ତାରେ ପଡିଛନ୍ତି ଚାନ୍ଦବାଲି ବ୍ଲକର ଆରଡ଼ି, ନାନ୍ଦପୁର, ସୁନ୍ଦରପୁର ଓ ଓଳଗ ପଞ୍ଚାୟତର ୨୫ରୁ ଉର୍ଦ୍ଧ ଗାଁ ଲୋକେ। ଆରଡ଼ି କୁଆଖିଆ ଏନ୍‌ଏଚ୍‌-୨୦ ରାସ୍ତାର ବୋଡ଼କ ଠାରୁ ସାଠିବାଙ୍କୁଡ଼ା ଭିତରେ ତିନି ଗୋଟି ସ୍ଥାନରେ ତିନି ଫୁଟ ଉଚ୍ଚାର ବନ୍ୟା ପାଣି ପ୍ରବାହିତ ହେଉଥୁବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। 

ବନ୍ୟା ପାଣି ବିଭିନ୍ନ ରାସ୍ତା ଦେଇ ତଳିଆ ଅଞ୍ଚଳକୁ ପ୍ରବେଶ କରୁଛି। ସେହିପରି ଚାନ୍ଦବାଲି ଆରଡ଼ି ମୁଆଁ ଘୋଷରା ଓ ମତୋ ଆରଡ଼ିର ଭୂଇଁପୁର ଘୋଷରାରେ ମଧ୍ୟ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଆରଡ଼ି ପଞ୍ଚାୟତର ମୁଆଁ, ସନ୍ତରା ଓ ଓଳଗ ପଞ୍ଚାୟତର ବୋଡ଼କ ସମ୍ପୂର୍ଣ୍ଣ ଭାବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। 

Newspaper Vendor Swept Away ବନ୍ୟା ପାଣିରେ ଭାସିଗଲେ ସମ୍ବାଦ ଖବର କାଗଜ ବିକ୍ରେତା ସୃଷ୍ଟିଧର

ବନ୍ୟା ପରେ ବନ୍ୟା ଲୋକଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିବା ଦେଖିବାକୁ ମିଳିଛି। ବନ୍ୟା ପାଣି ସବୁଆଡେ ଖେଳି ଯାଇଥିବାରୁ ଗୃହପାଳିତ ପଶୁମାନେ ଭୋକ ଓପାସରେ ରହିଛନ୍ତି। ତେବେ ବାରମ୍ବାର ଦାବି ପରେ ବି ମୁଆଁ ଓ ଭୂଇଁପୁର ଘୋଷରାରେ ଓଭରବ୍ରିଜ କରାଯାଉ ନଥିବାରୁ ଯେତେବେଳେ ବି ବନ୍ୟା ଆସୁଛି ଏହି ଦୁଇ ଘୋଷରା ପାଇଁ ଅଂଚଳବାସୀ ବହୁ ହଇରାଣ ହେଉଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.