Flood In Jajpur: ବନ୍ୟା ପରିଚାଳନାକୁ ନେଇ ରାଜନୀତି: ଶାସକ ଦଳକୁ ବିରୋଧୀଙ୍କ ଟାର୍ଗେଟ

4 hours ago 1
ARTICLE AD BOX

ବିଂଝାରପୁର/ଦଶରଥପୁର: ଯାଜପୁର ଜିଲ୍ଲାରେ ଦେଖାଦେଇଥିବା ବଡ଼ବନ୍ୟାକୁ ନେଇ ରାଜନୀତି ସରଗରମ ହୋଇଛି। ବନ୍ୟା ପରିଚାଳନାରେ ଅବ୍ୟବସ୍ଥାକୁ ନେଇ ବିରୋଧଦଳ ବିଜେଡ଼ି ନେତାମାନେ ଶାସକ ବିଜେପି ନେତାମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଶାସନକୁ ଟାର୍ଗେଟ କରିଛନ୍ତି। ଆଜି ଏହି ବିବାଦ ବିଂଝାରପୁରରେ ଚରମସୀମାରେ ପହଞ୍ଚିଛି। ବିଂଝାରପୁର ବିଧାୟିକା ତଥା ବିଜେଡ଼ିର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ବନ୍ୟା ଓ ପରିଚାଳନା ପାଇଁ ପ୍ରତିପକ୍ଷ ଦଳ ଓ ନେତାଙ୍କୁ ଦାୟୀ କରିଥିଲେ। 

ବିଂଝାରପୁରରେ ଖରସ୍ରୋତାର ଶାଖା ନୂଆମାହା ନଦୀରେ ହୋଇଥିବା ଘାଇ ପାଇଁ ମନୁଷ୍ୟକୃତ ବୋଲି ଉଭୟ ବିଜେପି ଓ ବିଜେଡ଼ି ନେତା ପରସ୍ପରକୁ ଦାୟୀ କରିଛନ୍ତି। ଏପରିକି ବିଂଝାରପୁର ବ୍ଲକ୍‌ରେ ଜିଲ୍ଲାପାଳ ଅମର କୁମାର କର ଓ ସାମ୍ବାଦିକମାନଙ୍କ ମଧ୍ୟରେ କଥାକଟାକଟିକୁ ନେଇ କିଛି ସମୟ ସାମ୍ବାଦିକମାନେ ଧାରଣାରେ ବସିଥିଲେ। ଯାହାକି ପରିସ୍ଥିତିକୁ ଅଧିକ ଉତ୍ତେଜନାପୂର୍ଣ୍ଣ କରିଥିଲା। 

Administration failed: ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚିବାରେ ପ୍ରଶାସନ ବିଫଳ: ବରୀ ବିଧାୟକ

ସ୍ମରଣ ଯୋଗ୍ୟ ବିଗତଦିନରେ ଧର୍ମଶାଳାରେ ମାମୁଁଭଣଜା ଘାଇ ମନୁଷ୍ୟକୃତ ବୋଲି ବେଶ ଚର୍ଚ୍ଚା ହୋଇଥିଲା।ଯାହାକୁ ନେଇ ସେତେବେଳର ବିଜେଡ଼ି ସରକାର ନାହିଁନଥିବା ସମାଲୋଚନାର ଶିକାର ହୋଇଥିଲ। ଏବେ ପୁଣି ବନ୍ୟାକୁ ନେଇ ଜିଲ୍ଲାରେ ଉଭୟ ଦଳର ନେତାମାନେ ଲୋକମାନଙ୍କୁ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ସମୟରେ ରାଜନୀତିକୁ ମଧ୍ୟ ଜୋାରଦାର କରିଛନ୍ତି।

Flood Assistance: ଓଡ଼ିଶାକୁ ୫୦୦ କୋଟିର ବନ୍ୟା ସହାୟତା ଦେଲା କେନ୍ଦ୍ର

Read Entire Article
LEFT SIDEBAR AD

Hidden in mobile, Best for skyscrapers.