ARTICLE AD BOX
ଭଦ୍ରକ (ହରିହର ନାୟକ): ଭଦ୍ରକ ବ୍ଲକର ବନ୍ୟା ପରିସ୍ଥିତି ଅଧିକ ଜଟିଳ ହୋଉଥିବା ବେଳେ ଲୋକଙ୍କ ପାଖରେ ଠିକ ଭାବରେ ରିଲିଫ ଓ ଅନ୍ୟାନ୍ୟ ସାମଗ୍ରୀ ପହଞ୍ଚି ପାରି ନାହିଁ। ରିଲିଫ ବଣ୍ଟନରେ ଅନିୟମିତତା ଅଭିଯୋଗ ଆଣିବା ସହ ବନ୍ୟା ପରବର୍ତ୍ତୀ ସମୟରେ ଉପୁଜି ଥିବା ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ବିଜେଡି ପ୍ରତିନିଧି ଦଳ।
ବିଜେଡି ତରଫରୁ ସାଧାରଣ ଓ ଗରିବ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ହଦଗଡ଼ ଜଳ ପ୍ରକଳ୍ପ ଫାଟକ ଖୋଲିବା ପରେ ସାଳନ୍ଦୀ ନଦୀରେ ବିପଦ ସଂଙ୍କେତ ଉପରେ ପ୍ରଭାବିତ ହୋଇଥିଲା ବନ୍ୟାଜଳ, ଯାହାର ପ୍ରଭାବରେ ଭଦ୍ରକ ନିର୍ବାଚନ ମଣ୍ଡଳୀର ଅଧାରୁ ଅଧିକ ଅଞ୍ଚଳରେ ବନ୍ୟାରେ ପ୍ରବାହିତ ହେଉଛି। ବନ୍ୟାଜଳ ୮ରୁ ୧୦ଟି ଗ୍ରାମ ପଞ୍ଚାୟତରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସଠିକ୍ ଭାବେ ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ ସରକାରୀ ସହାୟତା।
ଏଭଳି ଅଭିଯୋଗ ଉଠାଇ ଆଜି ଭଦ୍ରକ ବ୍ଲକ୍ ବିଜୁ ଜନତା ଦଳ ପକ୍ଷରୁ ସମସ୍ତ ନିର୍ବାଚିତ ଜନପ୍ରତିନିଧି ତଥା ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ନେତୃତ୍ୱ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିବା ସହିତ କ୍ଷତିଗ୍ରସ୍ତ ଚାଷଜମି କ୍ଷୟକ୍ଷତି ଆକଳନ, କଚ୍ଚା ଘର ଭାଙ୍ଗିଥିବା ଲୋକମାନଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଦାବିପତ୍ର ପ୍ରଦାନ ବେକେ ବିଜେଡି ନେତା ତଥା ଦଳର ରାଜ୍ୟ ସମ୍ପାଦକ ଭଦ୍ରକ ବ୍ଲକର ଉପାଧ୍ୟକ୍ଷ ମୁକୁନ୍ଦ ଦେବ ସାମଲ, ଯୋଗେନ୍ଦ୍ର ଘଡ଼େଇ, ମହିଳା ନେତ୍ରୀ ଦେବୀଦତ୍ତା ମହାନ୍ତି, ରୁନୁ ମହାନ୍ତିଙ୍କ ସମେତ ଶତାଧିକ ବିଜେଡି ନେତା ଓ କର୍ମୀ ଜିଲାପାଳଙ୍କୁ ଭେଟି ଭଦ୍ରକ ବ୍ଲକର ବନ୍ୟାସ୍ଥିତରେ ବହୁ ଲୋକ ଅସହାୟ ଅବସ୍ଥାରେ ରହୁଛନ୍ତି। ସେମାନଙ୍କ ପାଖରେ ଠିକ ଭାବରେ ରିଲିଫ କି ପଲିଥିନ ପହଞ୍ଚି ନାହିଁ ବୋଲି ଅଭିଯୋଗ ଉଠାଇଛନ୍ତି।
Flood in Odisha: ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପୁଲିସ କମିସନର
ସେହିପରି ଭଦ୍ରକ ବ୍ଲକରେ ପ୍ରାୟ ୧୫ ହଜାର ହେକ୍ଟରରୁ ଅଧିକ ଚାଷଜମି ନଷ୍ଟ ହୋଇଥିବା ବେଳେ ୩୦ ହେକ୍ଟର ଜମିରେ ତଳି ଧାନ ନଷ୍ଟ ହୋଇଯାଇଛି। ଏବେ ତଳି ଚିନ୍ତା ଲୋକଙ୍କୁ ଘାରିଥିବା ବେଳେ ଲୋକଙ୍କ ବିହନ ଯୋଗାଇ ଦେବା ଉପରେ ବିଜେଡି ନେତାମାନେ ଦାବି କରିଥିଲେ। ସେହିପରି ତୁରନ୍ତ ଲୋକଙ୍କୁ ବନ୍ୟା ସହାୟତା ଯୋଗାଇ ଦିଆଯାଉ ବୋଲି ବିଜେଡି ରାଜ୍ୟ ସମ୍ପାଦକ ମୁକୁନ୍ଦ ଦେବ ସାମଲ ଦାବି କରିଛନ୍ତି।

1 hour ago
1


